ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁଆଖେଳ କୁ ବିରୋଧ କରି ସୈନିକ ଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ,ତିନି ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ 

ଜୁଆଖେଳ କୁ ବିରୋଧ କରି ସୈନିକ ଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ,ତିନି ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ 

ଗ୍ରାମରେ ଚାଲିଥିବା ମେଳା ଅବତାରରେ ଘୁଡୁଘୁଡି ନାମକ ଏକ ପ୍ରକାର ଜୁଆ ଖେଳାଉ ଥିବା ଦଳକୁ ଛୁଟିରେ ଆସିଥିବା ସୀମା ସୁରକ୍ଷା ବାହିନୀ ରେ କାର୍ଯ୍ୟରତ ସେହି ଗ୍ରାମର ଯୁବକ ବିରୋଧ କରିଥିଲେ l ଏଥିରେ ଉତକ୍ଷୀପ୍ତ ହୋଇ ଜୁଆଖେଳ ପରିଚାଳନା କରୁଥିବା ଦୁଇ ଅଭିଯୁକ୍ତ ଓ ତାଙ୍କ ପରିବାର ର ତିନି ସଦସ୍ୟ ମିଶି ଧାରୁଆ ଅସ୍ତ୍ର ସାହାଯ୍ୟରେ ସଂଘବଦ୍ଧ ରକ୍ତାକ୍ତ ଆକ୍ରମଣ କରିଥିଲେl ଏ ନେଇ ଜୁନାଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିଲା l

ବିବରଣୀରୁ ପ୍ରକାଶ ଯେ,୨୦୨୦ ମସିହାରେ ଜୁନାଗଡ ଥାନା ଅନ୍ତର୍ଗତ କରଚଲା ଗ୍ରାମର ପାର୍ଥିବ ଶଗଡିଆ ଓ ବିଭୂତି ଭୂଷଣ ଶଗଡିଆ ଗ୍ରାମରେ କାର୍ତ୍ତିକ ପୂର୍ଣିମା ମେଳା ଚାଲୁଥିବା ବେଳେ ଘୁଡୁଘୁଡି ନାମକ ଏକ ପ୍ରକାର ଜୁଆ ଖେଳ ପରିଚାଳନା କରୁଥିଲେ l ଛୁଟିରେ ଆସିଥିବା ସୀମା ସୁରକ୍ଷା ବାହିନୀ ରେ କାର୍ଯ୍ୟରତ ସୈନିକ ତଥା ସେହି ଗ୍ରାମର ଯୁବକ କୁମୁଦ ନିଆଲ ଏହାକୁ ବିରୋଧ କରିଥିଲେ l ଏନେଇ ଉଭୟଙ୍କ ମଧ୍ୟରେ ସମାନ୍ୟ ବଚସା ହୋଇଥିଲା l ଏଥିରେ ଉତକ୍ଷୀପ୍ତ ହୋଇ ଜୁଆଖେଳ ପରିଚାଳନା କରୁଥିବା ଦୁଇ ଅଭିଯୁକ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେl ଆକ୍ରମଣକାରୀ ଙ୍କ ଘର ନିକଟରେ ଥିବା ଯୋଗୁଁ ତାଙ୍କ ପରିବାର ର ଅନ୍ୟ ତିନି ଜଣ ସଦସ୍ୟ ଧାଇଁ ଆସି ଠେଙ୍ଗା ଓ ଛୁରୀ ସାହାଯ୍ୟରେ ମିଳିତ ଆକ୍ରମଣ କରିଥିଲେ ଯଦ୍ୱାରା ପୀଡିତ କୁମୁଦ ନିଆଲ ଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ପ୍ରଚୁର ରକ୍ତସ୍ରାବ ହୋଇଥିଲା l ସେଠାରେ ଠିଆ ହୋଇଥିବା ପୀଡିତଙ୍କ ଭାଇ ନରହରି ନିଆଲ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ l ପୀଡ଼ିତଙ୍କୁ ଚିକିତ୍ସା ପଇଁ ତୁରନ୍ତ ଜୁନାଗଡ ଡାକ୍ତରଖନା କୁ ନିଆଯାଇଥିଲା l ଏନେଇ ନରହରି ନିଆଲ ୨୯.୧୧.୨୦୨୦ ତାରିଖରେ ଜୁନାଗଡ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ l ଜୁନାଗଡ ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୩୨୫/ ୨୦୨୦ ବଳରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୨୯୪, ୩୨୩/୩୨୪,୩୦୭/୫୦୬ ଓ ୩୪ ଲାଗୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଏହି ଆକ୍ରମଣରେ ଜଣେ ନାବାଳକ ସମ୍ପୃକ୍ତ ଥିବାରୁ ତାକୁ ବାଳ ଅପରାଧି ଭାବେ ବିଚାରକୁ ନେଇ ସ୍ଵତନ୍ତ୍ର ନ୍ୟାୟ ମଣ୍ଡଳ ରେ ଉପସ୍ଥାପନ କରଯାଇଥିଲା l ଏହି ମାମଲା ଧର୍ମଗଡ଼ ସହାୟକ ଦୌରା ଜଜ୍ ଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ,ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀମତୀ ଇପ୍ସି ମହାନ୍ତି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ପାର୍ଥବ ଶଗଡ଼ିଆ, ବିଭୁତି ଭୂଷଣ ଶଗଡିଆ ଓ ବବୃବାହାନ ଶଗଡିଆ କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୨୪ ଓ ୩୪ ବଳରେ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକ ପାଞ୍ଚଶହ ଟଙ୍କା ଆର୍ଥିକ ଦଣ୍ଡାଦେଶ ଓ ଅନାଦେୟ ସ୍ଥଳେ ଅତିରିକ୍ତ ଏକ ମାସ ଜେଲ ଦଣ୍ଡ ପାଇଁ ରାୟ ପ୍ରଦାନ କରିଛନ୍ତି l ବିଚାର କାଳରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବାଳ ଅପରାଧି ଙ୍କ ସମ୍ପୃକ୍ତି ବିଚାରାଧିନ ରହିଛି l ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନକଲି ନୋଟ୍ କାରବାର, : ୨୦୦ ଟଙ୍କିଆ ୧୦୦ ଖଣ୍ଡ ନକଲି ନୋଟ ସହ ମୋବାଇଲ୍ ଜବତ, ଜଣେ ଗିରଫ 

Sunil Chandra Nayak

ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ  ବିଶ୍ୱନାଥ ପାତ୍ର

masiha

ଯୁବକ ର ଅପହରଣ ନେଇ ଏସ ପିଙ୍କ ସାମ୍ବାଦିକ ସମ୍ମିଳନୀ, ନିଜକୁ ନିଜେ ଅପହରଣ କରି ପରିବାର ଠାରୁ ଟଙ୍କା ଆଦାୟ ଘଟଣାର ପରଦା ଫାସ କଲା ପୋଲିସ

masiha

Leave a Comment

error: Content is protected !!