ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିନି ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ଭୁବନ ଅବକାରୀ ବିଭାଗ

ତିନି ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ଭୁବନ ଅବକାରୀ ବିଭାଗ

କାମାକ୍ଷାନଗର (ମନିସ )30/10/23 // ଭୁବନ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଆଜି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ସାତ ନମ୍ବର ୱାର୍ଡରେ ଚଢାଉ କରି ତିନି ଦେଶୀ ମଦ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ କି ପାର୍ବଣ ଋତୁରେ ଭୁବନରେ ବେଆଇନ ମଦ କାରବାର ବୃଧୀପାଉଥିବ ବେଳେ , ଭୁବନ ଅବକାରୀ ବିଭାଗର ସବିନିସ୍ପେକ୍ଟର ସୌରଭ ମିଶ୍ର କୌଣସି ସୂତ୍ରରୁ ସୂଚନା ପାଇ ନିଜ ଟିମ୍ ନେଇ ଆଜି ସକାଳ ସମୟରେ ଭୁବନ ସାତ ନମ୍ବର ୱାର୍ଡର ତିନିଜଣ ଦେଶୀ ମଦ ବ୍ୟାପାରି ଚୁଗୁଲୀ ସାହୁ, ନିରଦ ସାହୁ ଏବଂ ମିନତି ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ସର୍ବମୋଟ୍ ୫୭ ଲିଟର ଦେଶୀ ମଦ ଜବତ ହୋଇଥିବା ଭୁବନ ଅବକାରୀ ବିଭାଗର ସୂଚନା ରୁ ଜଣା ପଡ଼ିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୩ ଗଞ୍ଜେଇ ବେପାରୀ ଗିରଫ ସହ ୬ କେଜି ଚୋରା ଗଞ୍ଜେଇ ଏବଂ ଏକ ଅଟୋ ଗାଡ଼ି ଜବତ

masiha

ରେଳ ଷ୍ଟେସନ୍ ନିକଟରେ ଯୁବକକୁ ଲୁହାରଡରେ ଆକ୍ରମଣ : ଗୁରୁତର ଆହତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର

Sunil Chandra Nayak

ରାଉରକେଲାରେ ଓଡ଼ିଶା ରାଜ୍ୟ ଅନୂର୍ଦ୍ଧ୍ୱ-୧୭ ଓପନ୍ ଓ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିୟନଶିପ୍ ୨୦୨୬ ଉଦ୍‌ଘାଟିତ.

Sunil Chandra Nayak

Leave a Comment

error: Content is protected !!