ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିନି ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ଭୁବନ ଅବକାରୀ ବିଭାଗ

ତିନି ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ଭୁବନ ଅବକାରୀ ବିଭାଗ

କାମାକ୍ଷାନଗର (ମନିସ )30/10/23 // ଭୁବନ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଆଜି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ସାତ ନମ୍ବର ୱାର୍ଡରେ ଚଢାଉ କରି ତିନି ଦେଶୀ ମଦ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ କି ପାର୍ବଣ ଋତୁରେ ଭୁବନରେ ବେଆଇନ ମଦ କାରବାର ବୃଧୀପାଉଥିବ ବେଳେ , ଭୁବନ ଅବକାରୀ ବିଭାଗର ସବିନିସ୍ପେକ୍ଟର ସୌରଭ ମିଶ୍ର କୌଣସି ସୂତ୍ରରୁ ସୂଚନା ପାଇ ନିଜ ଟିମ୍ ନେଇ ଆଜି ସକାଳ ସମୟରେ ଭୁବନ ସାତ ନମ୍ବର ୱାର୍ଡର ତିନିଜଣ ଦେଶୀ ମଦ ବ୍ୟାପାରି ଚୁଗୁଲୀ ସାହୁ, ନିରଦ ସାହୁ ଏବଂ ମିନତି ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ସର୍ବମୋଟ୍ ୫୭ ଲିଟର ଦେଶୀ ମଦ ଜବତ ହୋଇଥିବା ଭୁବନ ଅବକାରୀ ବିଭାଗର ସୂଚନା ରୁ ଜଣା ପଡ଼ିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସୀମା ରେ ନକ୍ସଲ ପୋଲିସ ଗୁଳିବିନିମୟ

Sunil Chandra Nayak

ନ୍ୟାୟ ପାଇଁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନାକେଦମ

ଶିଶୁ ବଳାତ୍କାର ମାମଲାରେ ଯୁଵକ ଗିରଫ 

Sunil Chandra Nayak

Leave a Comment

error: Content is protected !!