ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜାତିକୁ ଆକ୍ଷେପ କରି ଗାଳିଗୁଲଜ ଅଭିଯୋଗ, ଥାନାରେ ଏତଲା

ଡାବୁଗାଁ, ୮/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ରେ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ନେଇ ଡାବୁଗାଁ ଥାନାରେ ଶନିବାର ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ପୂଜାରିଗୁଡା ଗ୍ରାମର ରାମଧର ଭତ୍ରା ୩ ତାରିଖ ଦିନ ରାତି ୮ ଘ॰ ସମୟରେ ନିଜ ଘର ଦାଣ୍ଡରେ ପାଖ ପଡୋଶୀ ଙ୍କ ସହ ବସିଥିଲେ | ସେହି ସମୟରେ ସେହି ଗ୍ରାମର ମୋତିରାମ କଲାର, ନରସିଂ କଲାର, ମେଘନାଦ ଭତ୍ରା, ସନସାଏ କଲାର, ରାମଚନ୍ଦ୍ର କଲାର ଓ ଯୋଗୀ କଲାର ଆସି ରାମଧର ଙ୍କୁ ଅସଭ୍ୟ ଭାଷାରେ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ | ସେହି ସମୟରେ ରାଧିକା ଭତ୍ରା ଓ ମନମୋତି ଭତ୍ରା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝିଥିଲେ କିନ୍ତୁ ସେମାନେ ବୁଝି ନଥିଲେ | ଏନେଇ ରାମଧର ଶୁକ୍ରବାର ଡାବୁଗାଁ ଥାନାରେ ଏତଲାଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ପୋଲିସ ଉକ୍ତ ୬ ଜଣ ଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି | ଏହି ମାମଲାକୁ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭେନ୍ଦୁ ଶବର ତଦନ୍ତ କରୁଛନ୍ତି | ଏନେଇ ଥାନା କେସ ନଂ ୧୩୨/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୟପୁର ଗ୍ରାମରେ ଦେଶୀ ମଦର ବନ୍ୟା; ବେଆଇନ ମଦ କାରବାରକୁ ବନ୍ଦ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ,ଅବକାରୀ ବିଭାଗ ଏବଂ ଏସଡିପିଓଙ୍କ ଦ୍ଵାରସ୍ଥ 

masiha

ବୁଦ୍ଧ ପ୍ରତିମୂର୍ତ୍ତି ଭାଙ୍ଗି ଧାର୍ମିକ ଭାବନା ଉପରେ ଆଘାତ । ସମ୍ପୃକ୍ତ ଆସାଧୁଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଅମ୍ବାଦଳା ଥାନାରେ ଏତଲା 

masiha

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣକୁ କୋର୍ଟ ଚାଲାଣ

masiha

Leave a Comment

error: Content is protected !!