ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

କୋଲନରା_ଆଜି ୮.୭.୨୩ ତାରିଖ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ କୋଲନରାସ୍ଥ ବ୍ରାହ୍ମଣସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଜୀବନରୁ ଅବସର ନେଇଥିବା ଶ୍ରୀ ସୁରେନ୍ଦ୍ର କୁମାର ପାଢ଼ୀଂକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ସମ୍ପନ୍ନ ହୋଇ ସାରିଛି ।

ଏହି ଉତ୍ସବରେ ଅବସର ଗ୍ରହଣ କରିଥିବା ଶିକ୍ଷକଂକ ସହ ସର୍ବଶ୍ରୀ ତାଡ଼ିଂଗି ସିଂଗାନା ଏବଂ ଶ୍ରୀମତୀ ପି. ଶୋଭାରାଣୀ ପଟ୍ଟନାୟକ ମଂଚାସୀନ ଥିଲେ ।

ଶିକ୍ଷକ ତଥା କବି ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀଂକ ପରିଚାଳନା ତଥା ସଂଯୋଜନାରେ ପ୍ରଥମେ ବିଘ୍ନବିନାଶକ ଗଣେଶଂକ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ବାଳକୃଷ୍ଣ ସାହୁଂକ ବିଭୁ ବନ୍ଦନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

କୋଲନରା କ୍ଲଷ୍ଟର୍ ସି.ଆର୍.ସି.ସି. ଶ୍ରୀ ଦୀପକ କୁମାର ସାହୁଂକ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି କ୍ଲଷ୍ଟର୍ ର ଶିକ୍ଷକ ଶିକ୍ଷିକା ମାନେ ଯୋଗ ଦେଇଥିଲେ ।

ଶିକ୍ଷକ,ଶିକ୍ଷିକା ମାନେ ଅବସର ନେଇଥିବା ଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାଢ଼ୀଂକ ଗତ ଶିକ୍ଷକ ଜୀବନର ସ୍ମୃତି ସବୁକୁ ସାଉଁଟିବା ସହିତ ନିଜ ଜୀବନରେ ତାଂକରି ସଂପୃକ୍ତିକୁ ବାଣ୍ଟିଥିଲେ ।

 ମସିହା ନିୟୁଜ ସର୍ଭିସ୍ 

Related posts

ଧନଞ୍ଜୟ ମହାନ୍ତିଙ୍କ ପୂଣ୍ୟତିଥି ଓ ସ୍ମୃତି ସଭା

Sunil Chandra Nayak

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅଶୋକ ବଳଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି.

Sunil Chandra Nayak

ଜିଲ୍ଲା ସ୍ତରୀୟ ପାରମ୍ପରିକ ଲୋକକଳା ମାଧ୍ୟମରେ ସଚେତନ ନିମନ୍ତେ ତାଲିମ୍ ଶିବିର ଉଦଜାପିତ

masiha

Leave a Comment

error: Content is protected !!