ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

କୋଲନରା_ଆଜି ୮.୭.୨୩ ତାରିଖ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ କୋଲନରାସ୍ଥ ବ୍ରାହ୍ମଣସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଜୀବନରୁ ଅବସର ନେଇଥିବା ଶ୍ରୀ ସୁରେନ୍ଦ୍ର କୁମାର ପାଢ଼ୀଂକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ସମ୍ପନ୍ନ ହୋଇ ସାରିଛି ।

ଏହି ଉତ୍ସବରେ ଅବସର ଗ୍ରହଣ କରିଥିବା ଶିକ୍ଷକଂକ ସହ ସର୍ବଶ୍ରୀ ତାଡ଼ିଂଗି ସିଂଗାନା ଏବଂ ଶ୍ରୀମତୀ ପି. ଶୋଭାରାଣୀ ପଟ୍ଟନାୟକ ମଂଚାସୀନ ଥିଲେ ।

ଶିକ୍ଷକ ତଥା କବି ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀଂକ ପରିଚାଳନା ତଥା ସଂଯୋଜନାରେ ପ୍ରଥମେ ବିଘ୍ନବିନାଶକ ଗଣେଶଂକ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ବାଳକୃଷ୍ଣ ସାହୁଂକ ବିଭୁ ବନ୍ଦନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

କୋଲନରା କ୍ଲଷ୍ଟର୍ ସି.ଆର୍.ସି.ସି. ଶ୍ରୀ ଦୀପକ କୁମାର ସାହୁଂକ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି କ୍ଲଷ୍ଟର୍ ର ଶିକ୍ଷକ ଶିକ୍ଷିକା ମାନେ ଯୋଗ ଦେଇଥିଲେ ।

ଶିକ୍ଷକ,ଶିକ୍ଷିକା ମାନେ ଅବସର ନେଇଥିବା ଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାଢ଼ୀଂକ ଗତ ଶିକ୍ଷକ ଜୀବନର ସ୍ମୃତି ସବୁକୁ ସାଉଁଟିବା ସହିତ ନିଜ ଜୀବନରେ ତାଂକରି ସଂପୃକ୍ତିକୁ ବାଣ୍ଟିଥିଲେ ।

 ମସିହା ନିୟୁଜ ସର୍ଭିସ୍ 

Related posts

ରାଇରଙ୍ଗପୁର ଶିମିଳିପାଳ ନର୍ସିଂ କଲେଜରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ

masiha

ଶସ୍ୟ ବୀମା ଟଙ୍କା ତୁରନ୍ତ ପ୍ରଦାନ ଦାବୀରେ ଗୋଲାମୁଣ୍ଡା ତହସିଲ ଘେରାଉ

masiha

କନିଷ୍ଠ ଗଣିତ ଅଲମ୍ପିଆଡ୍ ରେ ୧୨ ଜଣ ଯୋଗ୍ୟ ବାଳିକା ଛାତ୍ରୀଙ୍କ ମଧ୍ୟରୁ ୫ ଜଣ ରାଉରକେଲାର.. .

Leave a Comment

error: Content is protected !!