ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ 

ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ 

ରାଉରକେଲା : ୨୮/୨/୨୦୨୫: ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା  ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଆଜି ସଂଧ୍ଯା ରେ ସପନ୍ନ ହୋଇ ଯାଇଛି।  ସମାପନ ସମାରୋହରେ ଜିଲ୍ଲା ଶ୍ରମ ଅଧିକାରୀ  ଗୋପାଳ କୃଷ୍ଣ ମଙ୍ଗରାଜ ମୁଖ୍ଯ ଅତିଥି ଭାବରେ ଯୋଗ ଦାନ କରିଥିଲେ।  ଏବଂ ସହାୟକ ନିର୍ଦ୍ଦେଶକ  ଉଦ୍ୟାନ କୃଷି ବିଭାଗ ଦୁଷ୍ମନ୍ତ କୁମାର ବେହେରା ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ l 

ଏହି ପ୍ରଦର୍ଶନୀ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ  ଉଦ୍ୟାନ କୃଷି ବିଭାଗ ରାଉରକେଲାକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ କୁ ଦ୍ବିତୀୟ ଓ ଆଚଂଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର କୁ  ୩ୟ  ପୁରସ୍କାର ପ୍ରଦାନ କରାଗଲା l 

      ଜିଲ୍ଲା ସୂଚନା ଓ ଲୋକ ସଂପର୍କ  ବିଭାଗ ଦ୍ବାରା ଅାୟୋଜିତ ଏହି ପ୍ରଦର୍ଶନୀରେ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ଵାରା ଯଥା ଜିଲ୍ଲା କୃଷି ବିଭାଗ ଠାରୁ ଆରମ୍ଭ କରି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, ହସ୍ତଶିଳ୍ପ ବିଭାଗ, ପାନପୋଷ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ପ୍ରଦର୍ଶନୀ ଷ୍ଟଲ୍ କରାଯାଇ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏତଦ୍ ବ୍ୟତୀତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ଶ୍ରମ ବିଭାଗ, ସହ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ତରଫରୁ ଦିଆଯାଉଥିବା ବିଭିନ୍ନ ସହାୟକ ଉପକରଣ ଓ ସମନ୍ଵିତ ଭୌତିକ ଚିକିତ୍ସା କେନ୍ଦ୍ର ବିଷୟରେ ଲୋକଙ୍କୁ ସଚେତନ କରାଇବା ନିମନ୍ତେ ୧୯ ଟି ଷ୍ଟଲ୍ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବେଦବ୍ୟାସ ଟ୍ରଷ୍ଟ ବୋର୍ଡର ସଦସ୍ୟ  ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ରାଉରକେଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ା

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Koraput Collector Receives Prime Minister’s Excellence Award for Outstanding Governance

masiha

କଲମପୁର ଥାନାକୁ ପୁରିଲା ଦୁଇ ବର୍ଷ ,ବଦଳି ହେଲେଣି ଚାରି ଥାନାଧିକାରୀ, ଫାଣ୍ଡି ଅଧିକାରୀ ଉପରେ ଥାନା ଦାୟିତ୍ୱ,ପଞ୍ଚମ ଥାନାଧିକାରୀଙ୍କୁ ଅପେକ୍ଷା

masiha

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!