ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ସରକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ ସ୍ୱାଗତ

ନୂତନ ସରକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ ସ୍ୱାଗତ

  ମୟୂରଭଞ୍ଜ -28/2 // ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ରେ କୁମାରୀ ବିମଳା ମାର୍ଣ୍ଡି ନୂତନ ସରକାରୀନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦାନ କରିଛନ୍ତି l ସେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ରେ କାର୍ଯାରତ ଥିଲେ l ଏଠାରେ ଥିବା ମୋନାଲିସା ନାଏକ ମୟୁରଭଞ୍ଜ ଜିଲ୍ଲା ପରିଷଦ କୁ ବଦଳି ହୋଇ ଯାଇଛନ୍ତି lବିଜାତଳା ବ୍ଲକ ରେ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡିରହିଥିଲା l ନୂତନ ଭାବେ ଯୋଗଦାନ କରିଥିବାନିର୍ବାହୀ ଯନ୍ତ୍ରୀ ଙ୍କୁ ଆଜି ବିଜାତଳା ପଂଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ରୂପିମଣି ଟୁଡୁ, ଚଢ଼େପାହାଡି ସମିତି ସଭ୍ୟା କୁନି ସର୍ଦାର,ବିଜାତଳା ସମିତି ସଭ୍ୟ ଡିବା ଟୁଡୁ,ବନକାଟି ସମିତି ସଭ୍ୟା ସଂଗୀତାରାଣୀ ହେମ୍ବ୍ରମ, ସରଗଡା ସମିତି ସଭ୍ୟ ରବୀନ୍ଦ୍ରନାଥ ମୁଣ୍ଡା,ଲୁହାଶିଳା ସମିତି ସଭ୍ୟା ଶୁକ୍ରମଣୀ ମାର୍ଣ୍ଡି, ସମାଜ ସେବୀ ସୁପାଇ ଟୁଡୁ, ପୂର୍ବତନ ମାଣିପୁର ସମିତି ସଭ୍ୟ ଦୁଃଖିଶ୍ୟାମ ଟୁଡୁ,ଭଳଭଦ୍ର ମଣ୍ଡଳ,ସୁଶୀଳା ଟୁଡୁ,ରାଜେନ୍ଦ୍ର ମାର୍ଣ୍ଡି,ବିଜୟ ଦାସ ଏବଂ କୁନା ମୁଣ୍ଡା ଉପସ୍ଥିତ ରହିଥିଲେ lସରକାରୀ ନିର୍ବାହୀ ଯନ୍ତ୍ରୀ ବ୍ଲକ ର ଉନ୍ନତି ପାଇଁ କାର୍ଯ୍ୟ ଆଗେଇ ନେବା ପାଇଁ ପ୍ରତିଶୃତି ଦେଇଥିଲେ l ଏହି ସମ୍ବର୍ଦ୍ଧନା ସମୟରେ ସରକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ସହ ମାତୃଭାଷା ସାନ୍ତାଳୀ ଆଲୋଚନା ଏକ ଖୁସିର ମାହାଲ ସୃଷ୍ଟି କରିଥିଲା l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଜରା ଗୁଡା କୃଷି ଫାର୍ମ କୁ ଉଛେଦ ନିମନ୍ତେ ବରିଷ୍ଠ ଚାଷୀଙ୍କ ସାମ୍ବାଦିକ ସମ୍ବିଳନୀ

୭୪ ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

ଭାରତ – ବିଶ୍ଵ ବାଣିଜ୍ୟ ସଂଗଠନ ଛାଡ ଦିବସ ପାଳନ ପ୍ରତିବାଦ ସଭା       

masiha

Leave a Comment

error: Content is protected !!