ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବନ୍ଧୁଗାଁ ବ୍ଲକ ମୀନି ଷ୍ଟାଡିୟମ ପଡ଼ିଆରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ମେଚ ଅନୁଷ୍ଠିତ , ୨- ବଞ୍ଚିଥିଲେ ନ୍ୟାୟ ମିଳିବନି… ହୁଏତ ମରିଗଲେ ନ୍ୟାୟ ମିଳିବ କହି ଆତ୍ମ ହତ୍ୟା ଉଦ୍ୟମ କଲେ ଏମ୍ବିକେ ମହିଳା

ବନ୍ଧୁଗାଁ ବ୍ଲକ ମୀନି ଷ୍ଟାଡିୟମ ପଡ଼ିଆରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ମେଚ ଅନୁଷ୍ଠିତ 

ବନ୍ଧୁଗାଁ ତା ୨୮/୭/୨୫, ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ମିନି ଷ୍ଟାଡିୟମରେ ପଡିଆରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଅନେକ ଦିନ ଧରି ଏ ଏସ ଆଇ ବି ଟି ସାଧୁ ଓ କନେଷ୍ଟେବଲ ରବି ନାରାୟଣ ଗୁଣ୍ଟା ସ୍ଥାନୀୟ ଯୁବକ ମାନଙ୍କୁ ଫୁଟବଲ ଖେଳ ରେ କଚିଂ ଦେଇ ଆସୁ ଥିଲେ। ଖେଳାଳି ମାନଙ୍କୁ ଉତ୍ସାହ ବଢାଇବା ପାଇଁ ଗତ ଦୁଇ ଦିନ ଧରି ନିକଟସ୍ତ ବ୍ଲକ ଲକ୍ଷ୍ମୀପୁର ଓ ଡୁମୁରିପଦର ଫୁଟବଲ ଖେଳାଳୀ ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା। ଖେଳ ଶୁଭାରମ୍ଭ ସମୟରେ ସ୍ଥାନୀୟ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳ ରେ ହାର ଓ ଜିତ୍ ରହିଛି। ଏଥିପାଇଁ ଆମେ ଖେଳି ଥାଉ ତେଣୁ ସମସ୍ତେ ଖେଳାଳି ମନଭାବ ନେଇ ଖେଳିବା ପାଇଁ ଉତ୍ସାହିତ କରି ଥିଲେ।

ବଞ୍ଚିଥିଲେ ନ୍ୟାୟ ମିଳିବନି… ହୁଏତ ମରିଗଲେ ନ୍ୟାୟ ମିଳିବ କହି ଆତ୍ମ ହତ୍ୟା ଉଦ୍ୟମ କଲେ ଏମ୍ବିକେ ମହିଳା 

ବନ୍ଧୁଗାଁ ତା,୩୦/୦୭/୨୫,କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ସଦର ମହକୁମା ସ୍ଥିତ ପଥରଦେଉଳ ସାହିରେ ଅଭାବନୀୟ ଘଟଣାଘଟିଥିବାର ଦେଖିବାକୁ ମିଳିଛି । ବଞ୍ଚିଥିଲେ ନ୍ୟାୟ ମିଳିବନି । ହୁଏତ ମରିଗଲେ ନ୍ୟାୟ ମିଳିବ କହି ଏକ ଭିଡିଓ ସୋସିଆଲ ମିଡିଆରେ ଛାଡି ଆତ୍ମ ହତ୍ୟା ଉଦ୍ୟମ କଲେ ଏମ୍ବିକେ ମହିଳା ।

୬ ବର୍ଷ ଧରି ତାଙ୍କର ଉପରିସ୍ଥ ଅଧିକାରୀ ଦେଉଥିଲେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ଆତ୍ମହତ୍ୟା ପଛରେ ବିଏଲସି ଓ ବିପିଏମ ଦାୟୀ ବୋଲି କହିଛନ୍ତି ନାରାୟଣ ପାଟଣା ବ୍ଲକ ସ୍ଥିତ ଏମ୍ବିକେ ଭବାନୀ ପ୍ରଧାନ । ଆଜି ସିଏ ମିଶନ ଶକ୍ତି ଭବନ କାର୍ଯ୍ୟାଳୟରେ ବସି ଆଲୋଚନା କରି ବାହାରକୁ ଭାରି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ କିଛି ସହକର୍ମୀ ତାଙ୍କୁ ଅଟକାଇଥିଲେ । ସେହି ସମୟରେ ସିଏ ସଂଜ୍ଞା ହୀନ ହୋଇପଡିଥିବା ଦେଖି ନାରାୟଣ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତି କରାଯାଇଥିଲା । ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ 

ଏହି ଭଳି ଘଟଣା କୋଉ ପରିସ୍ଥିତିରେ ଘଟିଲା ତାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି I ଉକ୍ତ ଘଟଣା ବିଷୟରେ ନାରାୟଣ ପାଟଣା ବ୍ଲକର ବ୍ଲକ ଅଧ୍ୟକ୍ଷ ଶ୍ରୀ ଗଲାଦି ତିରନାଥ ଏମ. ବି. କେ ଙ୍କ ଆତ୍ମ ହତ୍ୟା ଉଦ୍ୟୋମ ଘଟଣାର ଖବର ଶୁଣିବା ପରେ ଉକ୍ତ ଏମ.ବି.କେ ମହିଳାଙ୍କୁ ଦେଖା କରିବା ପାଇଁ ନାରାୟଣ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଭେଟିଥିଲେ I ଉକ୍ତ ବିଷୟକୁ ନେଇ ଅଧ୍ୟକ୍ଷଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ ଖବର ଲେଖିବା ଭିତରେ ଜାଣିଲୁ କି ଆ ପୂର୍ବେ ମଧ୍ୟ ଏମ.ବି.କେ ମହିଳା ଏହିପରି ଡରେଇବା ଓ ବିଡିରେଇବା କରିଥିଲେ ଓ ବ୍ଲକ ଅଧ୍ୟକ୍ଷଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିବା ବିଷୟ ଶ୍ରୀ ତିରନାଥ ଗଣ ମାଧ୍ୟମକୁ କିହିଁଥିଲେ I ଶ୍ରୀ ଅଧ୍ୟକ୍ଷ କହିବା ଅନୁଯାଇ ଉକ୍ତ ବିଷୟକୁ ନେଇ ବ୍ଲକ ଅଧିକାରୀ ଙ୍କୁ ଏମ. ବି. କେ ଦେଇଥିବା ଅଭିଯୋଗ ପତ୍ର ଜିଲା ସ୍ତରୀୟ ଅଧିକାରୀ ଙ୍କୁ ଏହି ବିଷୟରେ ତଦାରଖ କରିବା ପାଇଁ ଦିଆ ଯାଇଥିବା ବିଷୟ ଅଧ୍ୟକ୍ଷ ଶ୍ରୀ ତିରନାଥ କହିଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଷୋହଳତମ ଜନ୍ମଦିନ, ସ୍ମୃତି ବହନକରେ କାହିଁକି ?

Sunil Chandra Nayak

ଗଦାଗଦା ପ୍ରତିଶ୍ରୁତି, ଦାବି ପୂରଣ ଶୂନ୍‌ , ଆଉ କେତେ ଦିନ ଅପେକ୍ଷା କରିବେ ଲାଞ୍ଜିଗଡ଼ବାସୀ

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ 

Leave a Comment

error: Content is protected !!