ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଘାଟନ ହେଲା ପାଞ୍ଚଟି ଆକାଂକ୍ଷୀ ଶୌଚାଳୟ

ଉଦଘାଟନ ହେଲା ପାଞ୍ଚଟି ଆକାଂକ୍ଷୀ ଶୌଚାଳୟ

ରାଉରକେଲା, ୦୧ ମାର୍ଚ୍ଚ ୨୦୨୫: ରାଉରକେଲା ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ଯାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ତରଫରୁ ସ୍ଵଚ୍ଛ ସର୍ବେକ୍ଷଣ-୨୦୨୪ ପରିପ୍ରେକ୍ଷୀରେ ସ୍ଵଚ୍ଛ ଭାରତ ମିଶନ ଅଭିଯାନରେ ୫ଟି ଆକାଂକ୍ଷୀ ଶୌଚାଳୟର ଉଦଘାଟନ କରାଯାଇଛି। ମାନ୍ୟବର ବିଧାୟକ ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସବୁ ଶୌଚାଳୟର ଶୁଭ ଉଦଘାଟନ କରିଥିଲେ।

ରାଉରକେଲା ମହାନଗର ନିଗମ ତରଫରୁ ସର୍ବସାଧାରଣ ସ୍ଥାନ ଗୁଡ଼ିକୁ ଖୋଲା ଶୌଚ ମୁକ୍ତ କରିବା ପାଇଁ ସହରର ପ୍ରମୁଖ ସ୍ଥାନରେ ୨ଟି ଆକାଂକ୍ଷୀ ଶୌଚାଳୟ ରହିଥିଲା। ଦିନକୁ ଦିନ ସହରରେ ଲୋକସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଆରଏମସି ପକ୍ଷରୁ ଆଉ ୫ଟି ଆକାଂକ୍ଷୀ ଶୌଚାଳୟ ରାଉରକେଲା ସରକାରୀ ଚିକିତ୍ସାଳୟ, ରାଉରକେଲା ନୂଆ ବସ୍ ଷ୍ଟାଣ୍ଡ, ମୁନିସିପାଲ କଲେଜ ସମ୍ମୁଖରେ ଥିବା ସାରନା ପଡ଼ିଆ, ରୂପୁଟୋଲା, ଦେଓଗାଁ ସ୍ଥିତ ମୁଣ୍ଡାବସ୍ତି ଠାରେ ନିର୍ମାଣ କରାଯାଇଥିବା ବେଳେ ଶନିବାର ଏଗୁଡ଼ିକର ଉଦଘାଟନ ହୋଇଯାଇଛି। 

ରାଉରକେଲା ସହରକୁ ଖୋଲା ଶୌଚରୁ ମୁକ୍ତ କରିବା ସହ ସହରର ସ୍ଵଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଏହି ଶୌଚାଳୟ ଗୁଡ଼ିକ ବିଶେଷ ସହାୟକ ହେବ। ଶନିବାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି, ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣକାନ୍ତ,ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ସହକାରୀ ଆୟୁକ୍ତ ଶ୍ରୀଯୁକ୍ତ ଅଜିତ କୁମାର ପଟ୍ଟନାୟକ, ପ୍ରବର୍ତ୍ତନ ଅଧିକାରୀ ସ୍ଵାଧୀନ କୁମାର ବିଶ୍ଵାଳଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଛଟ ମହାପର୍ବକୁ ୟୁନେସ୍କୋ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ

Sunil Chandra Nayak

ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ

masiha

ଭୁବନ ରେ ସ୍ୱାଭିମାନ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!