ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ନୂତନ ବିଡ଼ିଓଙ୍କ ଉପସ୍ଥିତରେ ସତନ୍ତ୍ର ସମିତିସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା ର ବୈଠକ , ୨- ଛତୁଆ ଵୋଝେଇ ଭ୍ୟାନ ଗଛକୁ ଦେଲା ଧକ୍କା , ଓଲଟିଲା ଭ୍ୟାନ,ଚାଳକ ଫେରାର, ଜଣେ ମୃତ 

ନୂତନ ବିଡ଼ିଓଙ୍କ ଉପସ୍ଥିତରେ ସତନ୍ତ୍ର ସମିତିସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା ର ବୈଠକ 

ବନ୍ଧୁଗାଁ ତା, ୨/୩/୨୫କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ମାର୍ଗଦର୍ଶିକା ରାଜ୍ଯ ସରକାର ପ୍ରକାଶ କରିଥିଲେ । ଏହି ମାର୍ଗଦର୍ଶିକା ଅନୁଯାଇ ବ୍ଲକର ୧୩ ଟି ପଞ୍ଚାୟତ ରୁ ସରପଞ୍ଚ ମାନେ ଯୋଜନା ପ୍ରସ୍ତୁତ କରି ଆଣି ଦେଇଥିଲେ। ଏଥିରେ ନୂତନ ଭାବେ ଆସିଥିବା ବିଡ଼ିଓ ଶ୍ରୀମତୀ ମିନତୀ ଜଗଦେବ ପ୍ରସ୍ତୁତ ହୋଇ ଅଣାଯାଇଥିବା ଯୋଜନା ଗୁଡିକ ଜିପିଡିଓ ଅମିର ଅକ୍ଷୟ କୁମାର ପ୍ରଧାନ ଙ୍କୁ ଦେବା ପାଇଁ ଜଣାଇଥିଲେ। ଏହା ପରେ ଯେଉଁ ଯୋଜନା ପ୍ରସ୍ତୁତ କରାଯିବ ତାହା ସେହି ପ୍ରତି ପଞ୍ଚାୟତର ଜନସଂଖ୍ୟା ଆଧାରରେ ଟଙ୍କା ପ୍ରଦାନ କରାଯିବ । ଏହା ସହ ପ୍ରତି ପଞ୍ଚାୟତକୁ ମିଳିଥିବା ସମୁଦାୟ ଅନୁଦାନ ପାଣ୍ଠିରୁ ମୋଟ ୩୫ ପ୍ରତିଶତ କେବଳ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ, ସଂରକ୍ଷିତ ଜଙ୍ଗଲ ଓ ସଂରକ୍ଷିତ ଅଞ୍ଚଳ ଭିତରେ ରହୁଥିବା ଲୋକ ଙ୍କ ପାଇଁ ମେଟାଲ ରାସ୍ତା ନିର୍ମାଣ କରାଯିବ। ବଳକା ଭାଗ ମାର୍ଗଦର୍ଶିକା ଅନୁଯାଇ ଏହି ଯୋଜନା ଅଧିନରେ ପ୍ରତି ବ୍ଲକରେ ରିଡ଼ିଂ ରୁମ ବା ପାଠାଗାର ବ୍ୟବସ୍ଥା କରିବାକୁ ରହିଛି। ଏହା ସହିତ ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ, କମୁନିଟି ସେଣ୍ଟର ବା ଜୀମ ଘର, ଗାଧୁଆ ତୁଠ, ପୋଖରୀ କିମ୍ବା ନଦୀ ତୁଠରେ ବାଥିଙ୍ଗି ରୁମ, ଶିକ୍ଷା ଭିତ୍ତିଭୂମି ପାଇଁ ଶ୍ରେଣୀ ଗୃହ, ଭଗ ମଣ୍ଡପ, କଳା, ସଂସ୍କୃତି ଭବନ , ଭାଗବତ ଟୁଙ୍ଗି, ଖେଳ ଓ ଖେଳ ସାମଗ୍ରୀ ଓ ଜଳ ପ୍ରପାତ ଭଳି ଉନ୍ନତି କରଣ କରିବାକୁ ରହିଛି। ସ୍ଵତନ୍ତ୍ର ଗ୍ରାମସଭା ଜରିଆରେ ପ୍ରକଳ୍ପ ପ୍ରସ୍ତାବ ଗ୍ରହଣ ପ୍ରତି ପଞ୍ଚାୟତରେ ଗ୍ରହଣ କରାଯାଇଥିବା ବେଳେ ସେଗୁଡିକ ପଞ୍ଚାୟତ ସମିତି ରେ ଅନୁମୋଦନ କରିବା ପାଇଁ ସ୍ଥାନୀୟ ସରପଞ୍ଚ ଓ ସମିତି ଅନୁରୋଧ କରିଥିଲେ। କିଛି ପଞ୍ଚାୟତ ନିଜ ପଞ୍ଚାୟତର ୨୦୧୧ ଜନଗଣନା ପାଖରେ ରହିଥିବା ବେଳେ ବର୍ତ୍ତମାନ ଜନଗଣନା ହୋଇ ନ ଥିବାରୁ ଯୋଜନା ପ୍ରସ୍ତୁତ ପାଇଁ ଅଧିକ ଅର୍ଥ ଆବଶ୍ୟକ ରହିଛି। ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା ପଞ୍ଚାୟତ ଗୁଡିକ ପ୍ରକୃତ ରେ ୫ ବର୍ଷ ପାଇଁ କେତେ ଟଙ୍କା ର ଯୋଜନା ପ୍ରସ୍ତୁତ କରାଯିବ ସନ୍ଧେହ ରେ ଅଛନ୍ତି। ଆଜି ସମସ୍ତ ପଞ୍ଚାୟତ ଗୁଡିକ ଯୋଜନା ପ୍ରସ୍ତୁତ କରି ଦେଇଥିଲେ ମଧ୍ୟ ପୁନର୍ବାର ନିଜେ ନେଇ କିଛି ଯୋଜନା ସାମିଲ କରି ସୋମବାର ଦିନ ଦେବା ପାଇଁ ଯୋଜନା ଗୁଡିକ ଫେରସ୍ତ ନେଇଥିଲେ। ଏହି ଯୋଜନା କୁ ଆମ ଓଡ଼ିଶା ନବୀନ ଓଡ଼ିଶା ପରି ପଞ୍ଚାୟତ ସମିତି କୁ ଅନୁଦାନ ଅର୍ଥ ନ ଆସି ପଞ୍ଚାୟତ କୁ ସିଧା ଯୋଜନାର ଅର୍ଥ ଆସିବା ପାଇଁ ସରପଞ୍ଚ ମାନେ ଜଣାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହାର ଗାଇଡ ଲାଇନ ଆସି ନ ଥିବା ବିଡ଼ିଓ ଜଣାଇଥିଲେ। ଆଜିର ଏହି ବୈଠକ ରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ବିଧାୟକ ପବିତ୍ର ସାଉନ୍ତା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଉପା ଧକ୍ଷା ଗୀତାଞ୍ଜଳୀ ପିଡିକା, ସାଂସଦ ପ୍ରତିନିଧି ଲକ୍ଷ୍ମଣ ଖୋସଲା, କଂଗ୍ରେସ ବ୍ଲକ ସଭାପତି ଡି ଏଙ୍କାଟି ଓ ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ପିଇଓ, ଯନ୍ତ୍ରୀ ଏବଂ କିଛି ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ । 

=====================.=…=.

ଛତୁଆ ଵୋଝେଇ ଭ୍ୟାନ ଗଛକୁ ଦେଲା ଧକ୍କା , ଓଲଟିଲା ଭ୍ୟାନ,ଚାଳକ ଫେରାର, ଜଣେ ମୃତ 

ବନ୍ଧୁଗାଁ ତା, ୨/୩/୨୫କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଥାନା ନିଲାବାଡି ପଞ୍ଚାୟତ ଚେକାପାଡୁ ଗ୍ରାମ ନିକଟରେ ଛତୁଆ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଏକ ଗଛରେ ଧକ୍କା ମାରିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣା ପଡିଛି। ପିକପ୍ ଭ୍ୟାନ ନଂ ଏ ପି ୩୫ ଏକ୍ସ ୦୫୮୩ ଛତୁଆ ନେଇ ବନ୍ଧୁଗାଁ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ଛତୁଆ ବଣ୍ଟନ କରେ।ଆଜି ବି ସବୁଦିନ ଭଳି ଆଜି କୁମ୍ଭାରିପୁଟ ଶିବ ଶଙ୍କର ଏସଏଚଜି ଛତୁଆ ପ୍ରସ୍ତୁତ ଗ୍ରୁପ ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆ ଦେଇ ନିଲାବାଡି ଗ୍ରାମକୁ ଯାଉ ଥିବା ବେଳେ ଚେକାପାଡୁ ଛକ ରାସ୍ତା ନିକଟରେ ଥିବା ଏକ ଗଛ କୁ ଧକ୍କା ଦେଇ ଭାରସାମ୍ୟ ହରାଇ ରସ୍ତା କଡକୁ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରୁ ଗାଡ଼ି ଚାଲକ ଫେରାର ହୋଇଯାଇଥିବା ବେଳେ ଛତୁଆ ବଣ୍ଟନ କରିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ଗାଡ଼ିରେ ଛତୁଆ ପ୍ରସ୍ତୁତ ଗ୍ରୁପ ର କିଛି ମାଆ ମାନେ ରହିଥିବା ବେଳେ  ଗ୍ରୁପର ସଦସ୍ୟ ମାଆ ମମତା ଖୋସଲା ଙ୍କ ସ୍ବାମୀ ମୋହେଶ ରାଓ ଖୋସଲା ମୃତ୍ୟୁ ହୋଇଯାଇଛି । ମୃତ ବ୍ୟକ୍ତି ବେଳେ ବେଳେ ଛତୁଆ ଗାଡ଼ିରେ ସାଥିରେ ଆସି ଖଲାସୀ କିମ୍ବା ମଜୁରିଆ ଭାବେ କାମ କରିଥାନ୍ତି।ଗାଡ଼ି ଚାଳକ ସୁଶାନ୍ତ ଖୋରା ଙ୍କ ବେପରୁଆ ଗାଡ଼ି ଚାଳନା ଓ ଦୃତ ଗତିରେ ଥିବାରୁ ଗାଡ଼ିଟି ଓଲଟି ପଡିଥିଲା । ବର୍ତ୍ତମାନ ଫେରାର ଥିବା ବେଳେ ଏନେଇ ମୃତ ବ୍ୟକ୍ତି ଙ୍କ ବଡ ପୁଅ ମହେନ୍ଦ୍ର ଖୋସଲା ବନ୍ଧୁଗାଁ ଥାନାରେ ଏକ ମାମଲା ରୁଜୁ କରି  ଥିଲେ ।  ପୋଲିସ କେଶ ପାଇବା ପରେ କେଶ ନଂ ୨୩/୨୫  ରୁଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

  ସଞ୍ଜିବ କୁମାର ବାଙ୍ଗାରି ରିପୋର୍ଟର I

Related posts

Hindalco Launched hands on training for first batch of local girls to make them work ready for Apparel Factory being set up at Phuljoba.  

masiha

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ/

Sunil Chandra Nayak

ଗଣେଷ ପୂଜା ପାଇଁ ବି ସି ରୋଡ ଉତ୍ସବ ମୁଖର, ସେନସର ଦ୍ଵାରା କାନ ହଲୁଥିବା ବିଶେଷ ଆକର୍ଷଣ

masiha

Leave a Comment

error: Content is protected !!