ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଭୟବିତ ବାଣୀ କାହାକୁ -ନିର୍ଦ୍ଧେଶକ” ମୁଖ୍ୟମନ୍ତ୍ରୀ ଆମୋ ଲୋକ-ଡ଼ିଡ଼ିସିଏ ସୋରେନ

“ଭୟବିତ ବାଣୀ କାହାକୁ -ନିର୍ଦ୍ଧେଶକ” ମୁଖ୍ୟମନ୍ତ୍ରୀ ଆମୋ ଲୋକ-ଡ଼ିଡ଼ିସିଏ ସୋରେନ

ବଡ଼ବିଲ:-ବାପରେ ବାପ ଯାହା ହେଉ ଭାଗ୍ୟ ଭଲ,କାମୁଡି ଦେବନା କଣ-ମଣିଷ ବଞ୍ଚିଗଲା।ଆରେ ଏକି’କଥା ହେଲା-ଘଡିକୁ’ଘଡି ଶୁଣିବାକୁ ମିଳେ ଯେ ମୁଖ୍ୟମନ୍ତ୍ରୀ ଆମୋ ଲୋକ/କିଏ କଣ କରିବ ତାକୁ ଦେଖିନେବି-ଡ଼ିଡ଼ିସିଏ ଦାସମାତ ସୋରେନ।ତେବେ ଘଟଣା ଯେତିକି ସତ, ସେତିକି ମଧ୍ୟ ଆଶ୍ଚର୍ଯ୍ୟ କରେ ଖଣିଅଞ୍ଚଳରେ ଯେ ଡ଼ିଡ଼ିସିଏ ସୋରେନ ଦୀର୍ଘଦିନ ଧରି ଯୋଡ଼ା ଏବଂ କୋଇଡା ମଣ୍ଡଳର ଲୁହାପଥର ପରୀକ୍ଷା ପୂର୍ବରୁ ନମୁନା ଗୁଣ୍ଡରେ, ଯେଉଁ ଅପଦାର୍ଥ ମିଶ୍ରଣ କରି ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରିବା ଘଟଣା ଓଡ଼ିଆଟୋକା ନିର୍ଦ୍ଧେଶକ ରୋହିତ କୁମାରଙ୍କ ଆଗରେ ଖଣିବାସୀ ପ୍ରଘଟ କରିଦେବାରୁ, ଡ଼ିଡ଼ିସିଏ ସୋରେନ ରାଗରେ ଗର’ଗର ହୋଇ ତାଟିଆ କାମୁଡି କହି’ବୁଲୁଛି ମୁଖ୍ୟମନ୍ତ୍ରୀ ହେଲା ଆମୋ ଲୋକ-ଯେପରି ନିଜର ଦୁର୍ନୀତିମୟ ସାମ୍ରାଜ୍ୟକୁ ସୁରକ୍ଷିତ ରକ୍ଷା କରିବା ନିମନ୍ତେ,ଖଣିଅଞ୍ଚଳର ଯେ ସାମ୍ବାଦିକ ଖବର ପ୍ରସାରଣ କରିଲା ତାକୁ ଏହି କଥା ଶୁଣାଇ ଭୟବିତ କରି ହେୟଜ୍ଞାନ କରିବାକୁ ଯାଇ -ପ୍ରୟୋଗଶାଳାକୁ ଦୈନିକ ଆସୁଥିବା ଖଣି କାର୍ଯ୍ୟରେ କମ୍ପାନୀ କର୍ମଚାରୀଙ୍କୁ ପାଖକୁ ଡାକି ଗପି ବୁଲୁଛି ବୋଲି ଜଣାପଡେ।ହେଲେ ନୂଆ କରି,ସରଳ ବ୍ୟକ୍ତିତ୍ୱ ଖଣି-ନିର୍ଦ୍ଧେଶଳୟରେ ଦିନ କେଇଟା ହେବ ଯୋଗ ଦେଇଥିବା ଖଣି-ନିର୍ଦ୍ଧେଶକ ରୋହିତ କୁମାର ଲେଙ୍କା ମହଦୋୟଙ୍କୁ ମଧ୍ୟ ଏହି ଦୁର୍ଲଭ’ବାଣୀ ଶୁଣି ଭୟବିତ କରୁଥିବ ‘ନା’ ଆଶ୍ଚର୍ଯ୍ୟ କରୁଥିବ ଯାହା ଖଣିବାସୀଙ୍କୁ କିନ୍ତୁ ମାଲୂମ ନାହିଁ। ହେଲେ ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟବାସୀଙ୍କ ନିମନ୍ତେ ହୋଇଥିବା ବେଳେ ଦୁର୍ନୀତିଖୋର ଖଣି ଅଫିସର ତଥା ଡ଼ିଡ଼ିସିଏ ସୋରେନ ପରି ଅଫିସରକୁ କଦାପି ତ୍ରାହି ଦେବେ ନାହିଁ ଏବଂ ଦୁର୍ନୀତିକୁ ପର୍ଦ୍ଦାଫାସ କରୁଥିବା ସାମ୍ବାଦିକ ତଥା ଖଣିଅଞ୍ଚଳର ସାମ୍ବାଦିକଙ୍କ ମୁଣ୍ଡ ଉପରେ ସର୍ବଦା ଆଶୀର୍ବାଦ ମୁଖ୍ୟମନ୍ତ୍ରୀଙ୍କର ରହିଛି। ତେବେ ଦେଖାଯାଉ ଦୁର୍ନୀତିରେ ବୁଡି ରହିଥିବା ଯୋଡ଼ା ପ୍ରୟୋଗଶାଳାର ଡ଼ିଡ଼ିସିଏ ଦାସମାତ ସୋରେନ ପାଇଁ କେତେ ଶୀଘ୍ର କେଉଁ ବନ୍ଦୋବସ୍ତ କରୁଛନ୍ତି ଓଡ଼ିଆପୁଅ ନିର୍ଦ୍ଧେଶକ ରୋହିତ କୁମାର ଲେଙ୍କାଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ସଭିଙ୍କର କଡା ନଜର ବୋଲି ଜାଣିବାକୁ ମିଳେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ରୁପ୍ରାକୁ ନୂତନ ବ୍ଲକ୍ ଘୋଷଣା କରିବାକୁ ସରକାରୀ ସ୍ତରରେ ଦାବି ଜଣାଇବା ପାଇଁ ବୈଠକ  

Sunil Chandra Nayak

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ତରଫରୁ ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ

Sunil Chandra Nayak

ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ

Leave a Comment

error: Content is protected !!