ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଉରକେଲା ଜିମ୍ନାଷ୍ଟିକ୍‌ କେନ୍ଦ୍ରର ପ୍ରଥମ ସ୍ଥାପନା ଦିବସ ପାଳନ

ରାଉରକେଲା ଜିମ୍ନାଷ୍ଟିକ୍‌ କେନ୍ଦ୍ରର ପ୍ରଥମ ସ୍ଥାପନା ଦିବସ ପାଳନ

ରାଉରକେଲା: ରାଉରକେଲା ସହରର ଛେଣ୍ଡ୍‌ କଲୋନୀ ସ୍ଥିତ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ ପରିସରରେ ଥିବା ଜିମ୍ନାଷ୍ଟିକ୍‌ କେନ୍ଦ୍ରର ପ୍ରଥମ ସ୍ଥାପନା ଦିବସ ପାଳନ କରାଯାଇଛି। କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱତନ୍ତ୍ର ଅତିଥିଭାବେ ରାଉରକେଲା ସ୍ୱତନ୍ତ୍ର କାରାଗାରର ଅଧୀକ୍ଷକ ଜୀବନ ସିଂହ ମୁଣ୍ଡା, ବରିଷ୍ଠ ସମାଜସେବୀ ବିମଳ ବିଶି, ପଶୁପତିନାଥ ଚାଟାର୍ଜୀ, ଲୀନା ତ୍ରିପାଠୀ, ବିଜୟ ସୁନ୍ଦରାୟ, ଦିପ୍ତି ସୁନ୍ଦରାୟ, ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ୨୦୨୪ ମସିହା ମାର୍ଚ୍ଚ ୧ ତାରିଖରୁ ବିଧିବଦ୍ଧଭାବେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରରେ ସମ୍ପ୍ରତି ଶତାଧିକ ବିଭିନ୍ନ ବୟସର ପିଲାମାନେ ଜିମ୍ନାଷ୍ଟିକ କ୍ରୀଡ଼ା ସମ୍ପର୍କୀତ ପ୍ରଶିକ୍ଷଣ ନେଉଛନ୍ତି। ଇତି ମଧ୍ୟରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବାର ଏକବର୍ଷ ପୂର୍ତ୍ତି ହୋଇଥିବାରୁ ଉପସ୍ଥିତ ଖେଳାଳିମାନଙ୍କୁ ନେଇ ଜିମ୍ନାଷ୍ଟିକ୍‌ ସମ୍ପର୍କୀତ ଏକ ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଥିଲା। ଏହା ସହିତ କେକ୍‌ କଟଯାଇ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ପ୍ରଶିକ୍ଷକ ସାୟନ ଦାସ, ଲେଖାରାଣି, ବିଶ୍ୱଜିତ ବେହେରା, ଅରିନ୍ଦମ ଦାସ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ରିଚା ସୁର୍ବେ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଚିଲିଗୁଡା ଚମ୍ପିୟାନ

Sunil Chandra Nayak

ଏନ୍. ମୋହନ କୁମାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଲା ଉଦଘାଟିତ 

masiha

ରୋଟାରୀ ସନ୍ତରଣ ପ୍ରତିଯୋଗିତା ୨୦୨୬

Sunil Chandra Nayak

Leave a Comment

error: Content is protected !!