ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବିତା ପୁସ୍ତକ ସ୍ବାତି ନକ୍ଷତ୍ରର ଝିଅ ଉନ୍ମୋଚିତ

କବିତା ପୁସ୍ତକ ସ୍ବାତି ନକ୍ଷତ୍ରର ଝିଅ ଉନ୍ମୋଚିତ

ରାଉରକେଲା : କବିତା କବିର ଆତ୍ମା, ସାହିତ୍ଯ ଆନନ୍ଦ ଦିଏ ,କେବେ କେବେ ଜୀବନର ମୋଡ ବଦଳାଇ ଦିଏ ସାହିତ୍ଯ ତ କେବ କେବେ କବିତା ହୋଇ କବିର ଆତ୍ମା ବନିଯାଏ, କବିତା ନିରସ ପ୍ରାଣକୁ ବି ବିଭୋର ମୁଗ୍ଧ କରେ ଆଉ ହ୍ରୁଦୟରେ ମମତା ଅଛି ତ କବିତା ଅଛି , ଏହାଥିଲା କବି ସୁଶାନ୍ତ କୁମାର ନାୟକଙ୍କ ଚତୁର୍ଥ କବିତା ସଂକଳନ ସ୍ବାତି ନକ୍ଷତ୍ର ଝିଅ ଉନ୍ମୋଚନ ଅବସରରେ ମୁଖ୍ଯବକ୍ତା କବି ସୁରେଶ ନାୟକଙ୍କ ବକ୍ତବ୍ଯ | ଏହା ସହ ସେ ତାଙ୍କ ବକ୍ତବ୍ୟରେ କବିତା କୁ ଛଳନାମୟୀ,କାବ୍ୟବୋଧ ଓ କବିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। କବିତା କୁ ବୁଝିବାକୁ ହେଲେ ପାଠକର ଚେତନା ବୋଧ ରହିବା ଦରକାର ବୋଲି ମତ ରଖିଥିଲେ। ଧାମରା ସଂଘ ପରିସରରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଓ ସାହିତ୍ଯ ଆଲୋଚନା ପର୍ବରେ ମୁଖ୍ଯଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାହିତ୍ଯିକ ଇଂ ଭାରତ ଭୂଷଣ ମହାନ୍ତି କବି ସୁଶାନ୍ତଙ୍କ କାବ୍ଯକୃତି ଉପରେ ଏକ ସାରଗର୍ଭକ ଭାଷଣ ରଖିଥିଲେ । ସମ୍ମାନିତ ଅତିଥି ବିଜୟ କୁମାର ସାହୁ କବିଙ୍କ ଜୀବନ ଆଉ କବିତା କିପରି ଅଙ୍ଗାଅଙ୍ଗି ଭାବେ ଜଡିତ ତାହା ଅତି ଭାବ ପ୍ରବଣତାର ସହ ବର୍ଣ୍ଣନା କରିଥିଲେ ।ସହରର ଜଣାଶୁଣା ପ୍ରାବନ୍ଧିକ ଡ.ନଗେନ୍ ଦାସ ଏକ ଭିତ୍ତିପ୍ରବନ୍ଧ ପାଠ କରି ବାର୍ତ୍ତା ଦେଇଥିଲେ ଯେ ସାହିତ୍ଯ ଜୀବନର ମୋଡ ବଦିଳିବାରେ ସାହାଯ୍ୟ କରିଥାଏ | ପ୍ରାରମ୍ଭରେ ଧାମରା ସଂଘର ଉପସଭାପତି ଉପେନ୍ଦ୍ର ନାୟକ ସ୍ବାଗତ ଭାଷଣ ଦେଇଥିଲା ବେଳେ କବୀ ଅଙ୍ଗୁରବାଳା ପରିଡା ମଂଚ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁଚିତ୍ରା ଲେଙ୍କା ଓ ସାଥିଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା । ସଂଘର ସହ ସାଧାରଣ ସଂମ୍ପାଦକ ଅକ୍ଷୟ କୁମାର ଦାସ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ | ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ନାୟକ ଙ୍କୁ ଧାମରା ସାରସ୍ଵତ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଦ୍ବିତୀୟ ପର୍ଯାୟରେ ରଶ୍ମିବାଳା ରାଉତରାୟଙ୍କ ସଭାପତିତ୍ବରେ କବିତା ଆସର ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଜୟଲକ୍ଷ୍ମୀ ପଟ୍ଟନାୟକ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲାବେଳେ ସଂଯୋଜିକା ଭାବରେ ଡ.ଲକ୍ଷ୍ମୀ ମାଝୀ, ଅଧ୍ୟାପିକା ଶେଫାଳୀ ବାରିକ୍,ହରପ୍ରିୟା ସାମଲ କବିତା ଗୁଡିକ ସଂଯୋଜନା କରିଥିଲେ । ସହରର ବହୁ କବି ସର୍ବଶ୍ରୀ ଉପେନ୍ଦ୍ର ବସ୍ତିଆ, ସୁରେଶ ନାୟକ, ଅଙ୍ଗୁରବାଳା ପରିଡ଼ା, କନକଲତା ମିଶ୍ର, ପ୍ରକାଶ ଚନ୍ଦ୍ର ସେଠୀ, ନିକୁଞ୍ଜ ବିହାରୀ ଦାସ, ବାସନ୍ତୀ ପୃଷେଠ, ସ୍ନେହଲତା ପଟ୍ଟନାୟକ, ଅର୍ଚ୍ଚନା ପାତ୍ର, ସୁସ୍ମିତା ମହାପାତ୍ର,ଶୁଚିସ୍ମିତା ପଣ୍ଡା, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ, ଚିନ୍ମୟୀ ପୁରୋହିତ, ବସନ୍ତ ବିଶ୍ଵକର୍ମା, ସୁନିତା ସାହୁ, ଗୈାତମ ଦାସ,ଶଙ୍କରୀ ବାରିକ, ତପସ୍ୱିନୀ ସାହୁ,ବିକ୍ରମ ଆଚାର୍ଯ୍ୟ, ଆରତୀ ବେହେରା, ଆର୍ତ୍ତତ୍ରାଣ ମହାପାତ୍ର, ଜ୍ୟୋସ୍ନାରାଣୀ ସାମଲ, ପ୍ରଫୁଲ୍ଲ ସାମଲ, ଦେବେନ୍ଦ୍ର ମଲ୍ଲିକ,ମୀରା ମଲ୍ଲିକ, ହୃଷିକେଶ ସାହୁ, ହରପ୍ରିୟା ସାମଲ ପ୍ରମୁଖ କବିତା ପାଠ କରିଥିଲେ। ସମସ୍ତ କବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ଯମାନଙ୍କ ମଧ୍ଯରେ କବି ବିଜୟ ରାୟ,ମୀନକେତନ ପଶାୟତ, ଡ଼ା କୃପାସିନ୍ଧୁ ନାୟକ,ଶର୍ମିଷ୍ଠା କବି ଶତପଥି,ଅକ୍ଷୟ ସାମଲ,ସୁକାନ୍ତ ମହାପାତ୍ର,ଅନିଲ ଦାଶ,ରାଜୀବ ପାଣି,ଭୂପେନ ମହାପାତ୍ର ଆଦି ସହରର ବହୁ ମାନ୍ୟଗଣ୍ୟ ବ୍ଯକ୍ତି ଉପସ୍ଥିତ ରହି କବି ସୁଶାନ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସସ୍ମିତା ପ୍ରଧାନ,ସୁଚିସ୍ମିତା ପଣ୍ଡା,ନିରୁପମା ନାୟକ, କନକଲତା ମିଶ୍ର,ଗୀତାରାଣୀ ବେହେରା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏକତା ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ କାର୍ଯ୍ୟକ୍ରମ

masiha

ବ୍ଲକ ସ୍ତରୀୟ କୃଷକ ସମାଜ କାର୍ଯ୍ୟକ୍ରମ

Sunil Chandra Nayak

ପିଏମ ଜନମନ ପରିଯୋଜନାରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!