ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୈନିକ ଖବରକାଗଜ ଦର୍ଶନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଦୈନିକ ଖବରକାଗଜ ଦର୍ଶନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

୩/୩(ମନିସ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜୁପଟ୍ଟନାୟକ ଷ୍ଟାଡିଅମ ଠାରେ ଦୈନିକ ଖବରକାଗଜ ଦର୍ଶନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ପଟ୍ଟଯୋଶୀ, ସମ୍ମାନୀତ ଅତିଥି ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ,ଭବସିନ୍ଧୁ ମଙ୍ଗରାଜ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଦର୍ଶନ ଖବରକାଗଜ ସଂପାଦକ ବିଭୁତି ଭୁଷଣ ନାଏକ,ସହ ସମ୍ପାଦକ ପ୍ରଶସ୍ମିତା ମହାନ୍ତି,ପରମେଶ୍ବର ମୁଣ୍ଡ ଅଧ୍ୟାପକ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା,ହାତିରାମ ଦୁର୍ଗା ଧର୍ମଗଡ଼ ବ୍ଲକ ସରପଞ୍ଚ ସଙ୍ଗ ସଭାପତି , ବରିଷ୍ଠ ଆଇନଜୀବି ଦୁର୍ଗାପ୍ରସାଦ ନାଏକ, ଉଦ୍ୟୋଗପତି ସନ୍ତୋଷ କୁମାର ସାହୁ ଯୋଗଦେଇ ମଞ୍ଚାସୀନ ଥିଲେ । ମଞ୍ଚାସିନ ସମସ୍ତ ଅତିଥି ଦର୍ଶନ ଖବରକାଗଜ ଉପରେ ସଂକ୍ଷିପ୍ତ ଭାବରେ ଉଦବୋଧନ ଦେଇଥିଲେ । ଏଥିରେ କଲାହାଣ୍ଡି ଜିଲ୍ଳାର ବିଭିନ୍ନ ବର୍ଗ , ସମାଜ ସେବୀ ଓ ସାମ୍ବାଦିକ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ଦଳପତି ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦୈନିକ ଖବରକାଗଜ ଦର୍ଶନର ଜିଲ୍ଲା ପ୍ରତିନିଧି ଅନନ୍ତ କୁମାର ପାଳ ଓ ଜୁନାଗଡ଼ ବ୍ଲକ ପ୍ରତିନିଧି ହିମାଂଶୁ ଶେଖର ବରାଡ଼ ନେତୃତ୍ୱ ନେଇଥିବା ବେଳେ ସମସ୍ତ ବ୍ଳକ ପ୍ରତିନିଧି ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗାରିଡ଼ିରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାନୀ ୩୦ ଟି ଅଭିଯୋଗ ଶୁଣିଲେ ବିଡ଼ିଓ 

masiha

ଧର୍ମଗଡ ଚେମ୍ବର ଅଫ କମର୍ସର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର 

Leave a Comment

error: Content is protected !!