ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସିକ ବିକାର ଗ୍ରସ୍ତ ଆହତ ମହିଳାଙ୍କୁ ସହାୟତାର ହାତ ବଢାଇଲେ କୋଇଡାର ଯୁବ ଡାକ୍ତର ଓ ସାମ୍ବାଦିକ 

ମାନସିକ ବିକାର ଗ୍ରସ୍ତ ଆହତ ମହିଳାଙ୍କୁ ସହାୟତାର ହାତ ବଢାଇଲେ କୋଇଡାର ଯୁବ ଡାକ୍ତର ଓ ସାମ୍ବାଦିକ 

କୋଇଡା ୩/୦୩ // କୋଇଡା “ମାନବ ସେବା ହିଁ ମାଧବ ସେବା ” ଉକ୍ତି ଟିକୁ ପ୍ରମାଣିତ କରିଛନ୍ତି କୋଇଡା ପ୍ରେସ କ୍ଲବ ର ସଦସ୍ୟ ସୁରେଶ ଦାସ ଏବଂ କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଅନ୍ତର୍ଯ୍ୟାମୀ ଦାସ I କୋଇଡା ସ୍ଥିତ ଭଞ୍ଜପାଲି ଜେ.ଏନ ପଟନାୟକ ଲୌହ ଖଣି ନିକଟରେ ଦିର୍ଘ ମାସେରୁ ଉର୍ଦ୍ଧ୍ବ ହେବ ଅସହାୟ ଅବସ୍ଥାରେ ଜଣେ ଅସହାୟ ମାନସିକ ବିକୃତି ମହିଳା ପଡି ରହିଥିଲେ । ରାସ୍ତାରେ ଯିଏ ଯାଆନ୍ତି କିଛି ଖାଦ୍ୟ ,କିଏ କଦଳୀ କିଏ ବିସ୍କୁଟ ,ପାଉଁରୁଟି ଦେଇଥାନ୍ତି, ଆଉ କିଛି ଲୋକ ନ ଜାଣିଲା ନ ଦେଖିଲା ଭଳିଆ ରାସ୍ତା ଆଡେଇ ପଳାଇ ଯାଆନ୍ତି । ପିଡିତା ମହିଳାଙ୍କ ର ଡାହାଣ ଗୋଡ ଘା ହୋଇ ଗୋଡ଼ରେ ପୂଜ ଓ ପୋକ ଭର୍ତି ହୋଇଥିଲା । ସେଥିଯୋଗୁଁ ସେ ବହୁତ କଷ୍ଟ ପାଉଥିଲେ ।କଷ୍ଟ ଯୋଗୁଁ ସେ ଚାଲିବୁଲି ମାଗିବା ପାଇଁ ଯିବାକୁ ଅସମର୍ଥ ହୋଇଥିଲେ ।ଖାଦ୍ୟ ଅଭାବରୁ ଦିନକୁ ଦିନ ଦୁର୍ବଳ ଅବସ୍ଥାକୁ ଗତି କରୁଥିଲେ । ରବିବାର ଦିନ ହଠାତ୍ କୋଇଡା ଅଂଚଳର ଦରଦି ହୃଦୟବାନ ବରିଷ୍ଠ ସାମ୍ବାଦିକ ସୁରେଶ ଦାସ ସେହି ରାସ୍ତା ଦେଇ ଯାଉଥିବା ବେଳେ ଅସହାୟ ମହିଳାଙ୍କ ଉପରେ ନଜର ପଡିଥିଲା । ଦୁର୍ବଳା ମହିଳାଙ୍କ ପାଖକୁ ଯାଇ ଭଲ କି ନିରକ୍ଷି ଦେଖନ୍ତି ଯେ ମହିଳାଙ୍କ ଗୋଡ଼ରେ ବଡ଼ କ୍ଷତ ଯୋଗୁଁ ସେ ଚାଲି ପାରୁ ନାହାନ୍ତି ।ସେ ସଙ୍ଗେ ସଙ୍ଗେ ଯାଇ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ ଯୁବ ଡାକ୍ତର ଅନ୍ତର୍ଯ୍ୟାମୀ ଦାସଙ୍କ ପାଖୟରେ ମହିଳାଙ୍କ ଦୁଃଖ କାହାଣୀ ବଖାଣି ଥିଲେ । ମହିଳାଙ୍କ ବିଷୟରେ ସମସ୍ତ ଖବର ଶୁଣି ଡାକ୍ତରଙ୍କ ମନ ଦୋହଲି ଯାଇଥିଲା । ସେ ମନେ ମନେ ଭାବିଲେ ମହିଳା ଯଦି ମୋର କିମ୍ବା ଜ୍ଞାତି ପରିଜନଙ୍କର‌ ହୋଇଥାନ୍ତା ।ସେଠୁ ତତକ୍ଷଣାତ୍ ଔଷଧ ସାମଗ୍ରୀ ଧରି ଘଟଣାସ୍ଥଳକୁ ସାମ୍ବାଦିକ ସୁରେଶ ଦାସଙ୍କ ସହ ପହଞ୍ଚିଥିଲେ । ମହିଳାଙ୍କୁ ଦେଖି କ୍ଷତ ସ୍ଥାନରେ ସଫା ସୁତୁରା କରାଇ ମଲମ ଲଗାଇ ଡ୍ରେସିଂ କରି ଔଷଧ ଲଗାଇବା ସହ ଔଷଧ ଖାଇବାକୁ ଦେଇଥିଲେ ।ସାମ୍ବାଦିକ ସୁରେଶ ଦାସ ମହିଳାଙ୍କୁ ପାଉଁରୁଟି,ଫଳମୂଳ,ବିସ୍କୁଟ ଖାଇବା ପାଇଁ ଦେଇଥିଲେ । ଯୁବ ଡାକ୍ତର ଓ ସାମ୍ବାଦିକ ମାନବିକତା ର ପରିଚୟ ଦେବା ସହିତ ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି I ଏହି ମହତ କାର୍ଯ୍ୟ ପାଇଁ ଦୁଇ ଜଣଙ୍କ ନିକଟକୁ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲ ରୁ ପ୍ରଶଂସା ର ସୁଅ ଛୁଟିଛି I

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅଭିଷେକ ପଟ୍ଟନାୟକ ଙ୍କ ସ୍ମୃତିରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

masiha

ରାଉରକେଲା ମହାବିଦ୍ୟାଳୟ, ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାକ୍ଷରତା ଅଭିଯାନ ପାଳିତ

masiha

ଲଗାଣ ବର୍ଷାରେ ଭାଙ୍ଗିଲା ଘର 

Sunil Chandra Nayak

Leave a Comment

error: Content is protected !!