ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଫେସର ଡ଼ଃ ଶଶିକାନ୍ତ ଆଚାର୍ଯ୍ୟ ଙ୍କ ବିୟୋଗ 

ପ୍ରଫେସର ଡ଼ଃ ଶଶିକାନ୍ତ ଆଚାର୍ଯ୍ୟ ଙ୍କ ବିୟୋଗ 

ରାଉରକେଲା:ପ୍ରଫେସର ଡକ୍ଟର ଶଶିକାନ୍ତ ଆଚାର୍ଯ୍ୟ ଆଉ ଆମ ଗହଣରେ ନାହାନ୍ତି। ଡକ୍ଟର ଆଚାର୍ଯ୍ୟ ୧୯୪୦ ମସିହାରେ ଜଗତସିଂହପୁର ଜିଲ୍ଲାର ସରିଆବରପାଟଣା ରେ ଜନ୍ମ ଗ୍ରହଣ କରିଥିଲେ। ଅଲଣାହାଟ ହାଇସ୍କୁଲ ରେ ପଢିବା ଦିନଠାରୁ ସମାଜସେବା ପ୍ରତି ଆଗ୍ରହୀ ହୋଇଥିଲେ। ରାଉରକେଲା ଇଂଜିନିୟରିଂ କଲେଜରେ ଅଧ୍ୟାପନା ସମୟରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ସଂପୃକ୍ତ ହୋଇ ଓଡ଼ିଶାରେ ପାଞ୍ଚଟି ଅନାଥ ଆଶ୍ରମ ଗଢ଼ି ଅନାଥ ପିଲା ମାନଙ୍କୁ ଭଲ ମଣିଷ ତଥା ବଞ୍ଚିବାର ରାହା ଦେଖାଇଥିଲେ। ଓଡ଼ିଶା ଓ ଆସାମର ବିଭିନ୍ନ ସ୍କୁଲ ଓ କଲେଜ ରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ବୈଜ୍ଞାନିକ ମନୋଭାବ ର ବିକାଶ ପାଇଁ ଅନେକ ପ୍ରୟାସ କରି ସେ ବୈଜ୍ଞାନିକ ମନୋଭାବ ପତ୍ରିକା ପ୍ରକାଶ କରିଥିଲେ। ସେ ରାଉରକେଲାର ଜଗଦା ଠାରେ ମାନବସେବା ପ୍ରତିଷ୍ଠାନ ପ୍ରତିଷ୍ଠା କରି ଅନେକ ଅନାଥାଶ୍ରମର ପିଲାଙ୍କୁ ବୌଦ୍ଧିକ ଜ୍ଞାନରେ ଜ୍ଞାନଦୀପ୍ତ କରିଛନ୍ତି। ସମାଜରୁ ଅନ୍ଧବିଶ୍ୱାସ ଦୂର କରିବା, ନିଶା ନିବାରଣ କରିବା, ବିଜ୍ଞାନ ର ପ୍ରଚାର ପ୍ରସାର କରିବା , ବହୁ ଅନାଥ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରି ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା, ହଜାର ହଜାର ସ୍କୁଲ ଓ କଲେଜ ରେ ବିଜ୍ଞାନର ପ୍ରଚାର ପ୍ରସାର କରି ସମାଜ ରେ ଅନ୍ଧବିଶ୍ୱାସ ଓ ଅଲୌକିକତା ବିରୁଦ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଛନ୍ତି। ତାଙ୍କ ଦ୍ବାରା ଲିଖିତ ପୁସ୍ତକ “ବିଜ୍ଞାନ ଓ ଅନ୍ଧବିଶ୍ୱାସ” , “ପରମାଣୁ ବିଜୁଳି ରହସ୍ୟ”, “ପରମାଣୁ ଶକ୍ତି ଓ ସ୍ବାସ୍ଥ୍ୟ”, “ମରିଚିକା ପଛେ”, “ବନକଳିକା”, “ନିଶା କବଳରେ ମଣିଷ”, “ବିଶ୍ବାସ, ବିଜ୍ଞାନ ବନାମ ଧର୍ମ”, “ମୁକ୍ତି ର ପଥ”, “ବିଜ୍ଞାନ ଅନ୍ଧବିଶ୍ୱାସ ଓ ଅଲୌକିକତା”, “ମାର୍ଗଦର୍ଶକ ୧”, “ମାର୍ଗଦର୍ଶକ ୨”, “ଅନ୍ଧବିଶ୍ୱାସ କବଳରେ ମଣିଷ”, “ବର୍ଣ୍ଣବୋଧ”, “ଆମେରେ ବୈଜ୍ଞାନିକ” ଓ “କିଛି ସ୍ମୃତି କିଛି ଅନୁଭୂତି” ଇତ୍ୟାଦି ପୁସ୍ତକ ଓଡ଼ିଆ ସାହିତ୍ୟ ଜଗତ କୁ ତାଙ୍କର ଅନନ୍ୟ ଅବଦାନ ଥିଲା। ଗତକାଲି ରାତି ୧୦: ୧୦ ମିନିଟ୍ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଖବର ପାଇ ରାଉରକେଲାର ବୁଦ୍ଧିଜୀବୀ ଡଃ ରାମକୃଷ୍ଣ ବିଶ୍ବାଳ, ଡଃ ଅଜିତ ବେହେରା, ପଶୁପତିନାଥ ଚାଟାର୍ଜୀ, ପିତାମ୍ବର ଲେଙ୍କା, ମହେନ୍ଦ୍ର କୁମାର ଦାସ, ଗଗନ ବିହାରୀ ଧଳ, ତ୍ରିଲୋଚନ ପରିଡ଼ା, ମଧୁ ମହାପାତ୍ର, ଆର୍ତ୍ତତ୍ରାଣ ମହାପାତ୍ର, କ୍ରିଷ୍ଣା ସେଠୀ, ନରେନ୍ଦ୍ର ଗୋପ୍, ଡଃ ନଗେନ କୁମାର ଦାସ, କେ ସି ତ୍ରିପାଠୀ, ଡଃ ବନମାଳୀ କର, ମୀନାକ୍ଷୀ ପାଢ଼ୀ, ଲିନା ତ୍ରିପାଠୀ , ଧର୍ମାନନ୍ଦ ପୃଷ୍ଟି,ରଜତ ନାୟକ, ଶଶୀ ନାୟକ, ସଞ୍ଜୟ ତ୍ରିପାଠୀ, ସଂଗୀତା ତ୍ରିପାଠୀ, ଅଞ୍ଜନ ଦେଓ, ସୁନନ୍ଦା, ବସୁମତୀ, ଧୀରେନ୍ଦ୍ର ଓଝା, ସନ୍ତୋଷ ସ୍ୱାଇଁ, ବିଶ୍ୱଜିତ, ସୁଦାମ, ବିନୟ, ସୁରେନ୍ଦ୍ର, ବିକାଶ, ଦୁର୍ୟୋଧନ,ହୃଷୀକେଶ ନାୟକ, ତାଙ୍କ ସ୍ତ୍ରୀ ବାସନ୍ତୀ ଆଚାର୍ଯ୍ୟ,ଗଭୀର ସମବେଦନା ଜଣାଇ କହିଲେ ତାଙ୍କର ଅପୂରଣୀୟ କାର୍ଯ୍ୟକୁ ଆମେ ପୂରଣ କରିବା। ଶରୀର ନିକଟରେ ମାନବ ସେବା ପ୍ରତିଷ୍ଠାନ ର ଅନ୍ୟତମ ସହଯୋଗୀ ହେମନ୍ତା ତାଣ୍ଡିଆ ଏବଂ ଆଶ୍ରମର ପ୍ରତ୍ୟେକ ପୁଅ ଝିଅ ଏବଂ କର୍ମୀ ତାଙ୍କର ସମସ୍ତ ସେବା ଶୁଶ୍ରୁଷା କରୁଥିବା ବେଳେ ତାଙ୍କର ପୁତ୍ର ସୌରଜିତ ଆଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ। ଅନ୍ୟତମ ପୁତ୍ର ସତ୍ୟ ଆଚାର୍ଯ୍ୟ, ନାତି ଗୋପାଳ ଆଚାର୍ଯ୍ୟ ଏବଂ ପୁତ୍ରବଧୂ ଦ୍ୱୟ ଉପସ୍ଥିତ ଥିଲେ। ଆଜି ବେଦବ୍ୟାସ ଘାଟରେ ତାଙ୍କର ଶରୀର ର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖଚକ ବନ୍ଦ ଡାକରା ,ଡ୍ରାଇଭର ମହାସଂଘର ଆନ୍ଦୋଳନ ତେଜିଲା

Sunil Chandra Nayak

ଭାରତ ବିକାଶ ପରିଷଦର ଶାଖା ସ୍ତରୀୟ କାର୍ଯ୍ୟଶାଳା

Sunil Chandra Nayak

ଇସ୍ପାତ ସାହିତ୍ୟ ସଂସଦରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ

Leave a Comment

error: Content is protected !!