ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ 

ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର:( ୧୬.୬.୨୦୨୬ (ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଆଗାମୀ ଅଠର ତାରିଖ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଏବଂ ଅପରାହ୍ନରେ ବ୍ଲକ ସ୍ତରରେ ଟେବୁଲ ଟପ ଏକସର ସାଇଜ ଏବଂ ଉଣେଇଶି ତାରିଖ ରେ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ରୁ ଧନ ଜୀବନ କୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟ କୁ ସାକାର କରିବା ପାଇଁ ପ୍ରସ୍ତୁତି କୁ ସଦା ସର୍ବଦା ସଜାଗ ରହିବା ପାଇଁ ବିଭିନ୍ନ ଦିଗକୁ ନେଇ ଏହି ବୈଠକରେ ଆଲୋଚନା କରିଥିଲେ l ଏହି କାଯ୍ୟକ୍ରମ ରେ ଡେପୁଟି କଲେକ୍ଟର ପ୍ରମୋଦ କୁମାର ମହନ୍ତ, ଉପ ବିଭାଗୀୟ ଅଧିକାରୀ କୁନାଲ ପଟ୍ଟନାୟକ, ତ୍ରିପତି ବାଲାଜୀ ସାହୁ, ଅଗ୍ନିସମ ଅଧିକାରୀ ଦେବୀ ପ୍ରସାଦ ଦାସ, ପ୍ରତ୍ୟୁଷ ପଟନାୟକ, ନୀଳକଣ୍ଠ ରାଜୁ,ଅବିନାଶ ପାତ୍ର, ରାମକୃଷ୍ଣ ପୂଜାରୀ, ଏ. ମୀନା କୁମାରୀ, ରିନାରାଣୀ ପାତ୍ର, ଦିବାକର ମାଝି, ସପନ ସରକାର, ପ୍ରମିଳା ରନ୍ଧାରୀ, ମାଳତୀ ମାଝୀ, ଟଭା ମାଝୀ, ଡମୁ ଭତରା, ଦେବେନ୍ଦ୍ର ରନ୍ଧାରୀ, ମୋହନ ସାହୁ, ନରସିଂହ ପାଣ୍ଡେ, ଡମ୍ବରୁ ଭତରା, ଅର୍ଜୁନ ଦଲେଇ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡାର ଚନ୍ଦ୍ରଗିରିରେ ମଲ୍ଟିସ୍ପେଶାଲିଟି ସ୍ବାସ୍ଥ୍ୟସେବା ଶିବିର

masiha

ବାଲିଗୁଡା ଓକିଲ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ: ସଭାପତି ହରିଶ୍ଚନ୍ଦ୍ର, ସମ୍ପାଦକ ଅନିଲ ନିର୍ବାଚିତ 

Sunil Chandra Nayak

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସଂକଳ୍ପ ଦିବସ 

masiha

Leave a Comment

error: Content is protected !!