ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡା ଓକିଲ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ: ସଭାପତି ହରିଶ୍ଚନ୍ଦ୍ର, ସମ୍ପାଦକ ଅନିଲ ନିର୍ବାଚିତ 

ବାଲିଗୁଡା,25/03/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘ ର 2023-24 ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅନିଲ କୁମାର ଦାସ ନିକଟତମ ପ୍ରତିଦ୍ବନ୍ଦୀ ସୁଧାଂଶୁ ମୋହନ ପତି ଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି l ଉପସଭାପତି ଭାବେ ଲମ୍ବୋଦର ପଣ୍ଡା ନିକଟତମ ପ୍ରତିଦ୍ବନ୍ଦୀ ରାମଚନ୍ଦ୍ର ସିଂ ପାତ୍ର ଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି l ସେହିଭଳି ସହ ସମ୍ପାଦକ ଭାବେ ନିମାଇଁ ଚରଣ ସାହାଣୀ, କୋଷାଧ୍ଯକ୍ଷ ଭାବେ ଶିରୀଶ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି l ଏଥିରେ ନିର୍ବାଚନ ଅଧିକାରୀ ଭାବେ ମାନସ ରଞ୍ଜନ ସିଂ ଶୃଙ୍ଖଳା ଭାବେ ନିର୍ବାଚନ ପରିଚାଳନା କରିଥିଲେ l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ସାଇକେଲରେ ବୁଲି ପ୍ରଦୂଷଣ ମୁକ୍ତ ଭାରତ ଗଠନ ନେଇ ବାର୍ତା ଦେଉଛନ୍ତି ରାମ ପ୍ରସାଦ

ପାଉଡର ମେଟାଲରଜି ଆଣ୍ଡ ସ୍ମାର୍ଟ୍ ମ୍ୟାଟେରିଆଲ ଉପରେ କର୍ମଶାଳା

masiha

ପ୍ରବଳ ବର୍ଷା ପରେ ପୁଣି କଳିଙ୍ଗା ଘାଟିରେ ଅଘଟଣ: ପଥର ଖସିବା ପରେ ନିର୍ମାଣ କାମ ବନ୍ଦ

Sunil Chandra Nayak

Leave a Comment

error: Content is protected !!