ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ ଦୁର୍ଘଟଣାରେ ତିରି° ଥାନା ହୋମଗାର୍ଡଙ୍କ ମୃତ୍ୟୁ     

ବାଇକ୍ ଦୁର୍ଘଟଣାରେ ତିରି° ଥାନା ହୋମଗାର୍ଡଙ୍କ ମୃତ୍ୟୁ             

ମୟୂରଭଞ୍ଜ —୪।୩ // ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ତିରି° ଥାନାରେ କାର୍ଯ୍ୟରତ ଜନୈକ ହୋମଗାର୍ଡଙ୍କ ର ପରଲୋକ ହୋଇଯାଇଛି । ମୃତକଙ୍କ ନାମ ଭୋଳାନାଥ ମହାନ୍ତ(୪୧) । ତାଙ୍କ ଘର ତିରି° ଥାନା ସଂଲଗ୍ନ ରାଣୀସାହିରେ । ଭୋଳାନାଥ ସୋମବାର ରାତିରେ ଡ୍ୟୁଟି କରିବାକୁ ନିଜ ବାଇକ ଯୋଗେ ପଣ୍ଡୁପାଣି ଯାଉଥିବା ବେଳେ ବିଳମ୍ବିତ ରାତିରେ ପଣ୍ଡୁପାଣି ପୋଲର ଠିକ୍ ପୂର୍ବରୁ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମଙ୍ଗଳବାର ଅପରାହ୍ନରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଜଣେ ମେଳାପୀ ଓ ନିଷ୍ଠାପର ଯୁଵ ହୋମଗାର୍ଡ ରୂପେ ସିଏ ସଭିଙ୍କର ପ୍ରିୟ ଥିଲେ । ତାଙ୍କ ବିୟୋଗରେ ତିରି° ସମେତ ତିରି° ଥାନାର ସାଥୀ କର୍ମଚାରୀ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ଘରେ ତାଙ୍କର ବୃଦ୍ଧା ମାତା ଓ ପତ୍ନୀଙ୍କ ସମେତ ଦୁଇ ଛୋଟ ଛୋଟ ପୁଅ ଓ ଝିଅ ଅଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

Sunil Chandra Nayak

ଅସହାୟ ମହିଳାଙ୍କୁ ବିଧାୟକଙ୍କ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ..,

Sunil Chandra Nayak

ରାଜ୍ୟପାଳ ପୁରସ୍କାର ପାଇଲେ ଡେଙ୍ଗ ହାଇସ୍କୁଲ..!!! 

masiha

Leave a Comment

error: Content is protected !!