ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ ଦୁର୍ଘଟଣାରେ ତିରି° ଥାନା ହୋମଗାର୍ଡଙ୍କ ମୃତ୍ୟୁ     

ବାଇକ୍ ଦୁର୍ଘଟଣାରେ ତିରି° ଥାନା ହୋମଗାର୍ଡଙ୍କ ମୃତ୍ୟୁ             

ମୟୂରଭଞ୍ଜ —୪।୩ // ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ତିରି° ଥାନାରେ କାର୍ଯ୍ୟରତ ଜନୈକ ହୋମଗାର୍ଡଙ୍କ ର ପରଲୋକ ହୋଇଯାଇଛି । ମୃତକଙ୍କ ନାମ ଭୋଳାନାଥ ମହାନ୍ତ(୪୧) । ତାଙ୍କ ଘର ତିରି° ଥାନା ସଂଲଗ୍ନ ରାଣୀସାହିରେ । ଭୋଳାନାଥ ସୋମବାର ରାତିରେ ଡ୍ୟୁଟି କରିବାକୁ ନିଜ ବାଇକ ଯୋଗେ ପଣ୍ଡୁପାଣି ଯାଉଥିବା ବେଳେ ବିଳମ୍ବିତ ରାତିରେ ପଣ୍ଡୁପାଣି ପୋଲର ଠିକ୍ ପୂର୍ବରୁ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମଙ୍ଗଳବାର ଅପରାହ୍ନରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଜଣେ ମେଳାପୀ ଓ ନିଷ୍ଠାପର ଯୁଵ ହୋମଗାର୍ଡ ରୂପେ ସିଏ ସଭିଙ୍କର ପ୍ରିୟ ଥିଲେ । ତାଙ୍କ ବିୟୋଗରେ ତିରି° ସମେତ ତିରି° ଥାନାର ସାଥୀ କର୍ମଚାରୀ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ଘରେ ତାଙ୍କର ବୃଦ୍ଧା ମାତା ଓ ପତ୍ନୀଙ୍କ ସମେତ ଦୁଇ ଛୋଟ ଛୋଟ ପୁଅ ଓ ଝିଅ ଅଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ , ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନକ ଦାବି ପୂରଣ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର

Sunil Chandra Nayak

ଜୀବନ, ଜୀବିକା ଓ ପରିବେଶର ସୁରକ୍ଷା ପାଇଁ ପଥର କ୍ରସରକୁ ୫ଟି ଗାଁର ଗ୍ରାମବାସୀଙ୍କ ବିରୋଧ

ଯୁକ୍ତଦୁଇ ପରୀକ୍ଷାରେ ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା

masiha

Leave a Comment

error: Content is protected !!