ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଝଡର ଇଗଳ ବିଜୁବାବୁଙ୍କ ଆଦର୍ଶ ଚୀର ନମସ୍ୟ -ବିଧାୟକ ଦିବ୍ୟଶଙ୍କର ମିଶ୍ର,

ଝଡର ଇଗଳ ବିଜୁବାବୁଙ୍କ ଆଦର୍ଶ ଚୀର ନମସ୍ୟ -ବିଧାୟକ ଦିବ୍ୟଶଙ୍କର ମିଶ୍ର,

ଜୁନାଗଡ଼,୦୬/୩.(ମନୀ ସ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ସଂସ୍କୃତି ଭବନ ଠାରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରି ଥିଲେ।ପ୍ରାରମ୍ଭରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତିରେ ବରିଷ୍ଠ ନେତୃତ୍ବ ସମେତ ଅନ୍ୟମାନେ ପୁଷ୍ପମାଲ୍ୟ କରିଥିଲେ।ପରେ ସଂସ୍କୃତି ଭବନ ଠାରେ ସମୃଦ୍ଧ ଓଡିଶା ଗଠନ ଦିଗରେ ବିଜୁବାବୁଙ୍କ ଅବଦାନ ଶୀର୍ଷକ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ବିସିସିବି ସଭାପତି ଗିରିଷ ବେହେରା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟା ସୁଧିରା ମେହେର, ବ୍ଲକ ଅଧ୍ୟକ୍ଷ। ସବିତା ମେହେର,ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଏନଏସି ଅଧ୍ୟକ୍ଷ। ହିମାଦ୍ରୀ ନାଏକ,ବିଶିଷ୍ଟ ସାହିତ୍ୟିକ କୈଳାଶ ରାଉତ ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ପୁର୍ବତନ ଏନଏସି ଅଧକ୍ଷ୍ୟ ମହେଶ ସାହୁ ,ସଚିନ ଆନଦାନି, ସତୀଶ ପ୍ରଧାନ, ସମେତ ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଉପସ୍ଥିତ ଥିଲେ।ଆଗାମୀ ଦିନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ସମସ୍ତେ ମତବ୍ୟକ୍ତ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ କମଲ ଚରଣ ତାଣ୍ଡି ନାମାଙ୍କନ ପାତ୍ର ଦାଖଲ 

masiha

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଯୋଗ୍ୟଙ୍କୁ ସାମିଲ ପାଇଁ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

Sunil Chandra Nayak

ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ ଓ ଅଯୋଗ୍ୟ ଙ୍କୁ ବାଦ ଦେବାକୁ ଭାରତୀୟ ଜନତା ପାର୍ଟି ବିଡ଼ିଓ ଙ୍କୁ ଦେଲେ ଦାବୀ

Sunil Chandra Nayak

Leave a Comment

error: Content is protected !!