ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪ଦିନ ଧରି ଚାଳିବ କୁରୁଣ୍ଟା ଦୋଳ ମହୋତ୍ସବ

୪ଦିନ ଧରି ଚାଳିବ କୁରୁଣ୍ଟା ଦୋଳ ମହୋତ୍ସବ

 ଖଇରା,୦୭/୩/୨୫ :-ଐତିହାସିକ ଦୋଳ ମେଳଣ ଦୀର୍ଘ ବର୍ଷ ଧରି ଖଇରା ବ୍ଲକ ଅନ୍ତର୍ଗତ କୁରୁଣ୍ଟା ଠାରେ ଚାଲିଆସୁଥିବା ବେଳେ ଚଳିତ ବର୍ଷ ପ୍ରଥମ କରି କୁରୁଣ୍ଟା ଦୋଳ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୧୫ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଏହି ମହୋତ୍ସବ ଚାଲୁ ରହିବ । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମହୋତ୍ସବର ସଭାପତି ମାନଶ କୁମାର ଦାସ ସୂଚନା ଦେଇଛନ୍ତି । ଦୋଳ କମିଟି ଓ ଦୋଳ ମହୋତ୍ସବର କର୍ମକର୍ତ୍ତା ମାନେ ମିଳିତ ସହଯୋଗରେ ହେବାକୁ ଥିବା ମହୋତ୍ସବରେ ଜିଲ୍ଲା ଓ ବ୍ଲକର ବିଭିନ୍ନ ପ୍ରଶାସନିକ ଅଧିକାରୀ, ନେତା ଓ ମନ୍ତ୍ରୀଙ୍କର ଯୋଗଦାନ ଦେବାର କାର୍ଯ୍ୟକ୍ରମ ଥିବାବେଳେ, ମନୋରଞ୍ଜନ ପାଇଁ ଆଗଧାଡ଼ିର ନାମୀଦାମୀ ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ମାନଙ୍କର ଆସିବାର କାର୍ଯ୍ୟକ୍ରମ ରହିଛି । ୟୁଟ୍ୟୁବ କମେଡି କିଙ୍ଗ୍ ଗୁଲୁଆ, ଟୁକୁନା ଷ୍ଟାଇଲିସଙ୍କ ସମେତ ଅନ୍ୟ କଳାକାର ମାନେ ଆସିବା ନେଇ ମହୋତ୍ସବ କୋଷାଧକ୍ଷ ଜ୍ୟୋତି ରଞ୍ଜନ ପାଢ଼ୀ ସୂଚନା ଦେଇଛନ୍ତି । ପିଲାମାନଙ୍କ ପାଇଁ ମୀନାବଜାର, ଜମ୍ପିଙ୍ଗ, ମିକିମାଉଶ, ବୋଟିଙ୍ଗ, ଠୁଙ୍ଗାପୁରି, ଭେଲପୁରି, ମଥୁରାକେକ, ସମେତ ଆହୁରି ଅନେକ ମନଲୋଭା ଖାଦ୍ୟର ଷ୍ଟଲ ପଡିବା ନେଇ ସୂଚନା ଦେଇଛନ୍ତି ମହୋତ୍ସବର ସଂମ୍ପାଦକ ଲମ୍ବୋଧର ବେହେରା । ସୁରକ୍ଷା ଦୃଷ୍ଟିରୁ ଖଇରା ପୋଲିସର ସହାୟତା ଲୋଡିଛନ୍ତି କମିଟି ସଦ୍ୟମାନେ । ଏ ନେଇ ଆଜି କୁରୁଣ୍ଟା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମହୋତ୍ସବ କମିଟିର ସଦସ୍ୟମାନେ । ଏହି ସାମ୍ବାଦିକ ସମ୍ମିଳନୀରେ ଦୀପକ ପଣ୍ଡା, ଦୟାନିଧି ବେହେରା, ନବଘନ ସାହୁ, ଅସିତ ପତ୍ରୀ, ଗୋପବନ୍ଧୁ ସାହୁ, ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ମନୋରଞ୍ଜନ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକର ସିମାନ୍ତ ବର୍ତ୍ତି ୫ଟି ଗ୍ରାମକୁ ରାସ୍ତା ନାହିଁ , କାନ୍ଧ ରେ ବୋହି ନେବାକୁ ପଡୁଛି ଦୁଇ ଚକିଆ ଯାନ

Sunil Chandra Nayak

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ସିଦ୍ଧେଶ୍ବରୀ 

masiha

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡ଼. ଭବାନୀ ଶଙ୍କର ନିଆଲ

masiha

Leave a Comment

error: Content is protected !!