ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ମୋଦୀ ସରକାର ଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବିରୁଦ୍ଧରେ ସି ଆଇ ଟି ୟୁ ର ଶ୍ରମିକ କନଭେନସନ 

କେନ୍ଦ୍ର ମୋଦୀ ସରକାର ଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବିରୁଦ୍ଧରେ ସି ଆଇ ଟି ୟୁ ର ଶ୍ରମିକ କନଭେନସନ 

ରାଉରକେଲା ତା ୦୭/୦୩/୨୦୨୫ // କେନ୍ଦ୍ର ମୋଦୀ ସରକାର ଦେଶର ସମଗ୍ର ଶ୍ରମିକ ଶ୍ରେଣୀ କୁ ପୁଣିଥରେ ପରାଧିନତା ର ଶୃଙ୍ଖଳ ରେ ବାନ୍ଧି ସଂପୂର୍ଣ୍ଣ କ୍ରିତ୍ତଦାସ କରିଦେବା ପାଇଁ ଦେଶର ପ୍ରଚଳିତ ୪୪ ଟି ଶ୍ରମ ଆଇନକୁ କର୍ପୋରେଟ୍ ସଂସ୍ଥା ଓ ମାଲିକ ମାନଙ୍କ ସ୍ବାର୍ଥ ରକ୍ଷା କରିବାକୁ ଯାଇ ପରିବର୍ତ୍ତନ କରି ୪ ଟି ଶ୍ରମ କୋର୍ଡ ରେ ପରିଣତ କରିଛନ୍ତି। ଦେଶରେ କରୋନା କାଳରେ ଦେଶର ଜନ ଗଣ ଆତଙ୍କିତ ଅବସ୍ଥାରେ ଥିଲାବେଳେ ମୋଦୀ ସରକାର ପାର୍ଲ୍ୟାମେଣ୍ଟରେ ଏହି ସଂଶୋଧନ ଆଣିଛନ୍ତି ଯାହା ଫଳରେ ସ୍ଵାଧୀନତା ପୂର୍ବରୁ ଓ ପରେ ଦୀର୍ଘ ସଂଗ୍ରାମ କରି ଶ୍ରମିକ ଶ୍ରେଣୀ ଯେଉଁ ଆଇନ୍ ଗୁଡ଼ିକ ଯଥା ୮ ଘଣ୍ଟା କାମ କରିବାର ଅଧିକାର,ଟ୍ରେଡ ୟୁନିୟନ ଓ ସଂଗଠିତ ହେବାର ଅଧିକାର, ସର୍ବନିମ୍ନ ଦରମା ଓ ସାମାଜିକ ସୁରକ୍ଷା ପାଇବାର ଅଧିକାର, ସମାନ କାମକୁ ସମାନ ମଜୁରୀ ପାଇବାର ଅଧିକାର,ଇ ଏସ ଆଇ,ପି ଏଫ୍ ଓ ଗ୍ରାଚୁଇଟ ପାଇବାର ଅଧିକାର, ମହିଳା ଶ୍ରମିକ ମାନଙ୍କ ମାତୃ କାଳୀନ ଛୁଟି ଓ ସୁବିଧା ପାଇବାର ଅଧିକାର ପ୍ରଭୃତି ସମସ୍ତ ଆଇନ ଗୁଡ଼ିକୁ ମାଲିକ ଗୋଷ୍ଠୀ ଙ୍କ ନ୍ୟସ୍ତ ସ୍ବାର୍ଥ କୁ ସୁରକ୍ଷା କରିବାକୁ ଯାଇ ଏହି ପରିବର୍ତ୍ତିନ କରିଛନ୍ତି। ଏହି ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବିରୁଦ୍ଧରେ ସି ଆଇ ଟି ୟୁ ଡାକରା ରେ ରାଜ୍ୟସ୍ତରୀୟ କନଭେନସନ ଗତ ମାସରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା ବେଳେ ଉକ୍ତ କନଭେନସନ ଡ଼ାକରା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସ୍ତରୀୟ କନଭେନସନ ଆଜି ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କନଭେନସନ ରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ବକ୍ତବ୍ୟ ରଖି କହିଥିଲେ ଯେ ବର୍ତ୍ତମାନ ଶ୍ରମିକ ଶ୍ରେଣୀ ନିଜର ସ୍ବାର୍ଥ ରକ୍ଷା ପାଇଁ କର ବା ମର ଲଢେଇ କୁ ଶେଷ ପର୍ଯ୍ୟାୟ କୁ ନେଇ ଯିବାକୁ ଆହ୍ୱାନ କରିଥିଲେ ଓ ସରକାର ଏହି ଶ୍ରମ କୋର୍ଡ କୁ ଲାଗୁକଲେ ସି ଆଇ ଟି ୟୁ ବାଧ୍ୟହୋଇ ସର୍ବଭାରତୀୟ ଧର୍ମଘଟ ର ଡାକରା ଦେବ। 

   ସି ଆଇ ଟି ୟୁ ଜିଲ୍ଲା ଉପସଭାପତି ବସନ୍ତ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କନଭେନସନ ରେ ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି,ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ,ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ,ହୃଦୟାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ଼, ଭାଗିରଥି ଟୁଡୁ, ତାଜମୁନ ନେହାର,ବି ପି ମହାପାତ୍ର, ଯଯାତି କେଶରୀ ସାହୁ, ଅକ୍ଷୟ ମହାନ୍ତ, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଦିବାକର ମହାରଣା,ଅରୁ ଦାସ, ବିନୟ ବେହୁରିଆ ପ୍ରମୁଖ ବକ୍ତବ୍ୟ ରଖି ମୋଦୀ ସରକାର ଦେଶରେ ଶ୍ରମ କୋର୍ଡ ଲାଗୁ କଲେ ସେହିଦିନଠାରୁ ଲଗାତର ସୁନ୍ଦରଗଡ଼ ଜିଲ୍ଲା ର ଶ୍ରମିକ ଶ୍ରେଣୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଆହ୍ୱାନ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞ ପାଇଁ ଭୂମିପୂଜନ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ କବିତା ଦିବସ ପାଳନ  

masiha

କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ 

Leave a Comment

error: Content is protected !!