ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଦମାପଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ଠକପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମିଳିତ ଉଦ୍ୟମରେ ଖଡ଼ିଆଳ ବ୍ଲକ ର ପୂର୍ବତନ ଏବିଓ ଶ୍ରୀ ପ୍ରମୋଦନାଥ ପତି ଏବଂ ବୋଲଧର ନାଗଙ୍କ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ହୋଇଥିବାବେଳେ ନୂତନ ଭାବରେ ଯୋଗଦାନ କରିଥିବା ବିଇଓ ଶ୍ରୀ କାହ୍ନୁଚରଣ ନାୟକ ଓ ଏବିଇଓ ଶ୍ରୀ ଜୟଦେବ ପଣ୍ଡା ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ ପୂର୍ବକ ଏକ ସଭାର ଆୟୋଜନ କରାଯାଇଥିଲା । ଦମାପଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ଦମାପଳା ଠାରେ ଆୟୋଜିତ ଏହି ସମ୍ଭର୍ଦ୍ଧନା ସଭାରେ ଏବିଓ କମ ବିଆରସିସି ମୋତିଲାଲ ବେହେରା ସଭାପତିତ୍ୱ କରିଥିବା ବେଳେ ସିଆରସିସି ଓମ ପ୍ରକାଶ ଚଳାନ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ନୂତନ ଭାବରେ ଯୋଗ ଦେଇଥିବା ଖଡ଼ିଆଳ ବ୍ଲକ ଶିକ୍ଷା ଅଧିକାରୀ କାଚରଣ ନାୟକ ଓ ସହ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରମୋଦ ନାଥ ପତି ଯୋଗ ଦେଇଥିଲେ । ଖଡ଼ିଆଳ ରେ ନିଜ କାର୍ଯ୍ୟକାଳ ସମୟରେ ଶିକ୍ଷା ର ବିକାଶ କିପରି ଭାବରେ ହୋଇ ସମୂହ ଛାତ୍ରଛାତ୍ରୀ ଉପକୃତ ହେବେ ସେ ଉପରେ ନିଜ କର୍ତ୍ତବ୍ୟ ସଂମ୍ପାଦନ କରିଛି ଆଶା ରଖୁଛି ଆଗାମୀ ଦିନରେ ମଧ୍ୟ ଏହି ଅଂଚଳ ରେ ଶିକ୍ଷା ଉନ୍ନତି ହୋଇ ଖଡ଼ିଆଳ ବ୍ଲକ ଶିକ୍ଷା କ୍ଷେତ୍ରରେ ଓଡିଶା ରେ ସ୍ୱତନ୍ତ୍ର ପରିଚୟ ରଖୁ ବୋଲି ଶ୍ରୀ ପତି ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ । ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶ୍ରୀ ପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ସମୟରେ ତାଙ୍କର ଗୁଣଗାରିମା, କର୍ତ୍ତବ୍ୟ ପରାୟଣତା, ସମାୟାନୁବର୍ତିତା ବ୍ୟକ୍ତିତ୍ବ ସହ ସମସ୍ତ ଙ୍କ ସହ ଯେଉଁ ମାନବିକତା ଦେଖାଇ ମେଳାପୀ ହୋଇ ରହୁଥିଲେ ସେକଥା ମନେ ପକାଇ ଭାବ ବିହ୍ୱଳ ହୋଇ ଯାଇଥିଲେ । ଅପର ପକ୍ଷରେ ନୂତନ ଭାବରେ ଯୋଗ ଦେଇଥିବା ବ୍ଲକ ଶିକ୍ଷା ଅଧିକାରୀ ଓ ସହ ଶିକ୍ଷା ଅଧିକାରୀ ଖଡ଼ିଆଳ ବ୍ଲକ କୁ ଶିକ୍ଷା କ୍ଷେତ୍ରରେ ଏକ ଭଲ ଦିଗ କୁ ନେବାକୁ ହେଲେ ସମସ୍ତ ଶିକ୍ଷକ, ଅଭିଭାବକ, ସମାଜସେବୀ ଙ୍କ ସହଯୋଗ ଏକାନ୍ତ କାମ୍ୟ । ଆମେ ଜଣେ ସରକାରୀ ଅଧିକାରୀ ହିସାବ ରେ ନିଶ୍ଚିନ୍ତ ଭାବରେ ଆମର କର୍ତ୍ତବ୍ୟ ନିଷ୍ଠାପର ଭାବରେ ସମ୍ପାଦନ କରି ଖଡ଼ିଆଳ କୁ ଶିକ୍ଷା କ୍ଷେତ୍ର ରେ ଆଗାମୀ ଦିନରେ ଆଗକୁ ନେବାକୁ ପ୍ରୟାସ କରିବୁ ବୋଲି କହିଛନ୍ତି । ଏହା ସହ ଯେକୌଣସି ବିଦ୍ୟାଳୟ ର ଯେକୌଣସି ସମସ୍ୟା ଥିଲେ ଅବଗତ ହେଲେ ତାରି ସମାଧାନ ପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ତାର ସମାଧାନ କରିବା ପାଇଁ ସଦାସର୍ବଦା ତତ୍ପରତା ରହିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇଥିବା ଶିକ୍ଷୟତ୍ରୀ କାଞ୍ଚନ ଦାସ ଙ୍କୁ ମଧ୍ୟ ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଦମାପଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ମହାନ୍ତି, ସହ ଶିକ୍ଷୟତ୍ରୀ ସ୍ଵର୍ଣପ୍ରଭା ଦେଇ, ଚନ୍ଦ୍ରୀମା ପଣ୍ଡା, ଠକପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ପାଢ଼ୀ, ସହ ଶିକ୍ଷୟତ୍ରୀ ଲୀଳାବତୀ ବେହେରା, ସହ ଶିକ୍ଷକ ପଦ୍ମନାଭ ପଣ୍ଡା ଓ ପ୍ରେମାନନ୍ଦ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିବା ରେ ସହଯୋଗ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସମାଜସେବୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା 

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୮ତିରୋଧାନ ଦିବସ ପାଳିତ

Sunil Chandra Nayak

ଜାଗା ଛାଡିବାକୁ ତହସିଲଦାର ଙ୍କ ନୋଟିସ ।ବନ୍ଦୋବସ୍ତ କରିବାକୁ ହିତାଧିକାରୀ ଙ୍କ ଦାବୀ

masiha

Leave a Comment

error: Content is protected !!