ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସଦର ମହକୁମାରେ ନବନିର୍ମିତ ଟାଉନ୍ ଥାନା ଗୃହ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ

ଜିଲ୍ଲାସଦର ମହକୁମାରେ ନବନିର୍ମିତ ଟାଉନ୍ ଥାନା ଗୃହ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ

ଭବାନୀପାଟଣା: ତା. ୦୭.୦୩.୨୦୨୫ – କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟନା ଟାଉନ୍ ଥାନା ର ନବନିର୍ମିତ ଥାନା ଗୃହ ଆଜି ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ ହୋଇଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ଵର ଠାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ନବନିର୍ମିତ ଥାନା ଗୃହ ଉଦ୍ଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ଆଭାଷୀ ମାଧ୍ୟମରେ ରାଜଧାନୀ ର ନୟାପଲ୍ଲୀ ଥାନା ସହିତ ରାଜ୍ୟର ଆଠ ଟି ଜିଲ୍ଲାରେ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ନବନିର୍ମିତ ହୋଇଥିବା ୧୪ ଗୋଟି ନୂତନ ଥାନା ଗୃହର ଶୁଭ ଉଦଘାଟନ କରିଥିଲେ । ଅତ୍ୟାଧୁନିକ ଭୀତ୍ତିଭୂମିରେ ଉନ୍ନତ ମାନରେ ଲୋକଙ୍କ ସେବା ପାଇଁ ନିର୍ମାଣ ହୋଇଥିବା ରାଜ୍ୟର ୧୪ ଗୋଟି ନୂତନ ଥାନା ଗୃହ ଉଦଘାଟନ କରି ମୁଁ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ଦ୍ଵାରା ଲୋକମାନେ ଉନ୍ନତ ମାନର ସେବା ପାଇବେ । ପୋଲିସ ଅଧିକାରୀ, କର୍ମଚାରୀ ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ଦେବା ସହିତ ସେବା ମନୋଭାବ ନେଇ ନିଜର କାର୍ଯ୍ୟ ତୁଲାଇବାରେ ଅଧିକ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ସଦର ମହାକୁମାରେ ଅନୁଷ୍ଠିତ ଆଭାଷୀ ମାଧ୍ୟମରେ ଯୋଡି ହୋଇଥିବା ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସାଂସଦ କଳାହାଣ୍ଡି ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜୀତ କୁମାର,ଜିଲ୍ଲାପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଡି.ଏଫ.ଓ. (ଉତ୍ତର) ଅନୁରାଗ ମିଶ୍ର, ଡି.ଏଫ.ଓ. (ଦକ୍ଷିଣ) କଳାଇବାନନ ଆର., ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଉପ ଆରଖି ଅଧିକ୍ଷକ ଭବାନୀପାଟଣା ଆଜଙ୍ଗକିୟା ବାବୁରାଓ ମାନେ, ପୂର୍ବତନ ସାଂସଦ କଳାହାଣ୍ଡି ଅର୍କ କେଶରୀ ଦେଓ, ବି.ଜେ.ପି. ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ, କବି ଡଃ. ଭବାନୀ ଶଙ୍କର ନିଆଲ ଯୋଗଦେଇ ଭବାନୀପାଟଣା ଠାରେ ବହୁଦିନର ପ୍ରତୀକ୍ଷା ପରେ ଅତ୍ୟାଧୁନିକ ଭୀତ୍ତିଭୂମିରେ ଉନ୍ନତ ମାନରେ ଲୋକଙ୍କ ସେବାରେ ନୂତନ ଥାନା ଗୃହର ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । 

( ମ ନି ସ ) 

Related posts

ଫୁଲବାଣୀ ପୋୖର ପରିଷଦ ପାଣ ସମାଜ ଗଠିତ

Sunil Chandra Nayak

ରାଇରଙ୍ଗପୁର ଷ୍ଟାଡିୟମରେ “ବାମାନଘାଟି ମହୋତ୍ସବ ମାଦଲ-୨୦୨୩” ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ 

Sunil Chandra Nayak

ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର ଚତୁର୍ଥ ସଂଧ୍ୟା ,ବାଉଲ ଗୀତରେ ଝୁମିଲେ ଦର୍ଶକ

Sunil Chandra Nayak

Leave a Comment

error: Content is protected !!