ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ 

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ 

ରୁପ୍ରା, ୮/୩ (ଅଜୟ ସେନାପତି) : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ନର୍ଲା ଠାରେ ମୋ ଭାରତ, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ମିଳିତ ସହଯୋଗରେ ଶନିବାର ଦିନ ଆନ୍ତର୍ଜାତିକ ମହିଳା ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ୍ ୨ର ସଭ୍ୟ ଶ୍ରୀଯୁକ୍ତ ହରିଶଙ୍କର ମାଝି, ମୂଖ୍ୟବକ୍ତା ଭାବେ ସମାଜସେବୀ ତଥା ସାହିତ୍ୟିକ ଶ୍ରୀଯୁକ୍ତ ପଦ୍ମଲୋଚନ ମିଶ୍ର, ରିସୋର୍ସ ପର୍ଶନ ଭାବେ କୁମ୍ କୁମ୍ ପ୍ରିୟଦର୍ଶିନୀ ସାହୁ, ସମ୍ମାନିତ ଅତିଥି ଭାବ ସମାଜସେବୀ ପଙ୍କଜିନି ନାୟକ,ପଞ୍ଚାୟତ ସମିତି ଡିଗ୍ରୀ କଲେଜର ଅଧ୍ୟକ ଶ୍ରୀଯୁକ୍ତ ନାରାୟଣ ନାଏକ, ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ବାସନ୍ତୀ ସାହୁ, ଭୂଗୋଳ ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ପଣ୍ଡା ,ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସମାଜରେ ମହିଳା ମାନଙ୍କର ଭୂମିକା ଏବଂ ବାଳିକାଙ୍କ ପାଇଁ ଅଧିକାର, ସମାନତା, ସଶକ୍ତିକରଣ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଉକ୍ତ କଲେଜର ଛାତ୍ରୀ ମାନଙ୍କ ମଧ୍ୟରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଉକ୍ତ ପ୍ରତଯୋଗିତାରେ ପ୍ରଥମ ସ୍ଥାନ ମଲ୍ଲିକା ସେଠୀ ଦ୍ୱିତୀୟ ସ୍ଥାନ ଲିଶା ସାହୁ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ତୃଷ୍ଣା ଛୁରିଆ ଅତିଥିମାନେ ବିଜେତା ପ୍ରତିଭାଗି ମାନଙ୍କୁ ମୋମେଣ୍ଟୋ ପ୍ରଦାନ କରିଥିଲେ । ପରିଶେଷରେ ସୁଶ୍ରୀ କୁମ୍ କୁମ୍ ପ୍ରିୟଦର୍ଶିନୀ ସାହୁ ଙ୍କୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ର ସମ୍ପାଦକ ଶ୍ରୀ ମିଲନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ ଏବଂ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ପୂର୍ବତନ ଜାତୀୟ ଯୁବ ସ୍ଵେଚ୍ଛସେବୀ ଶ୍ରୀ ହେମାସାଗର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । 

( ମ ନି ସ ) 

Related posts

ଜନ୍ମ ମାଟିରେ ସ୍ବର୍ଗତ ନୃସିଂହ ଚରଣ ଦେବତାଙ୍କୁ ଶ୍ରଦ୍ଧାଞ୍ଜଳି

masiha

ଆଷାଢ଼ ରେ ଜମି ଫାଟି ଆଁ,ଚିନ୍ତାରେ ଚାଷୀ

Sunil Chandra Nayak

ଶିବ ପ୍ରସାଦ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!