ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ମହିଳା ଦିବସ ପାଳନ 

ଧରାକୋଟ ରେ ମହିଳା ଦିବସ ପାଳନ 

ଆସିକା ,୮/୩/୨୫ // ଧରାକୋଟ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ମିଶନ ଗଞ୍ଜାମ ଓ ଆଇ ସି ଡି ଏସ ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ବିଭାଗୀୟ ଜଳ ନମୁନା ପରୀକ୍ଷକ ଗୁଣ୍ଡିଚା ମଲିକ,ମିଶନ ଶକ୍ତି ବି ପି ଏ ବିଷ୍ଣୁ ପ୍ରସାଦ ବେହେରା, ଆଇ ସି ଡି ଏସ ସୁପର ଭାଇଯର ଭଗ୍ୟଲତା ମଣ୍ଡଳ,ସୁଶୀଳା ମଲିକ, ପଦ୍ମାବତୀ ମଲିକ,ଲକ୍ଷ୍ମୀ ଦଳେଇ,ରାଜଲକ୍ଷ୍ମୀ ପ୍ରଧାନ ବଶିଷ୍ଠ ସାମ୍ବାଦିକ ହୃଦାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ନାରୀ ଶିକ୍ଷା,ବାଲ୍ୟ ବିବାହ ରୋକିବା,ନାରୀ ସଶକ୍ତିକରଣ ସଚେତନତା, ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ ଉପରେ ସଚେତନତା,ମିଶନ ଶକ୍ତି ଓ ଏସ ହେଚ ଜି ଗ୍ରୁପ କୁ ଦିଆଯାଉଥିବା ରୁଣ ର ସତ ବିନିଯୋଗ କରି ଆତ୍ମ ନିର୍ଭରୀଳ ହେବା, ଲିଙ୍ଗଗତ ତାରତମ୍ୟ ଦୂର କରିବା,ଶିଶୁ ମାନଙ୍କ ବିକାଶ,ମମତା ଯୋଜନାରେ ନବଜାତ ଶିଶୁ ମାନଙ୍କୁ ସରକାର ଙ୍କ ପକ୍ଷରୁ ଦିଆ ଯାଇଥିବା ଦଶ ଓ ବରହଜାର ଟଙ୍କା ସହ ପାଣିର ଗୁଣବତ୍ତା ବା ଏଫ୍ ଟି କେ ଓ ଜଳର ସୁପରିଚାଳନା ଉପରେ ଉପସ୍ଥିତ ଅଙ୍ଗନୱାଡ଼ି କର୍ମୀ, ସି ଆର ପି, ଏସ ହେଚ ଜି ସଦସ୍ୟା,ଗ୍ରାମ୍ୟ ଜଳ ଓ ପରିମଳ କମିଟି ସଦସ୍ୟ ମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଅଙ୍ଗନୱାଡ଼ି କର୍ମୀ ଜ୍ୟୋସ୍ନା ଦଳେଇ,ମିଶନ ଶକ୍ତି ବିଭାଗର ସ୍ମୃତି ରେଖା ରେଡ୍ଡୀ,ବାବୁଲ ଦାସ, ପିଙ୍କୁ ମୁନି ଡି ଇ ଓ ଶିବ ଶଙ୍କର ବଣ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ : ଜନ୍ମସ୍ଥାନରେ ପାଳିତ ହେବ ଜନ୍ମଜୟନ୍ତୀ 

Sunil Chandra Nayak

ବୀର ସହୀଦ ଲକ୍ଷ୍ମଣ ନାଏକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ 

Sunil Chandra Nayak

ଗୋରୁମହିଷାଣୀ ଯୁକ୍ତ ଦୁଇ ଆଇରନ କଲେଜରେ ଆମ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ 

masiha

Leave a Comment

error: Content is protected !!