ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡାରେ ହାଇଓ୍ଵାର ଧାଡ଼ି ଦୁର୍ଘଟଣା 

କୋଇଡାରେ ହାଇଓ୍ଵାର ଧାଡ଼ି ଦୁର୍ଘଟଣା 

କୋଇଡା – ୮/୩ //  ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଖଣିଖାଦାନ ଅଂଚଳ କୋଇଡା ହେଉଛି ସବୁଠାରୁ ଦୁର୍ଘଟଣା ରାବଣ ଅଂଚଳ ।ଲୌହ ଦାନବ ଯନ୍ତାରେ ପେଶି ହେଉଛି ଅମୂଲ୍ୟ ଜୀବନ ଓ ନିରୀହ ପଶୁଧନ । ସରକାର ସଡ଼କ ସୁରକ୍ଷା ସଚେତନତା ବାର୍ତା ଦେଲେ ବି ଅମାନିଆ ଡ଼୍ରାଇଭର ତେଣୁ ନାହାନ୍ତି । ଅଧିକାଂଶ ଦୁର୍ଘଟଣା ନିଶାଗ୍ରସ୍ତ ଡ଼୍ରାଇଭର,ବେପରୁଆ ଚାଳକ ଏବଂ ପରିବହନ ପ୍ରତିଯୋଗିତା ଯୋଗୁଁ ଦୁର୍ଘଟଣା ଘଟୁଛି ।ଆଜି ଶନିବାର ଦିନ କୋଇଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ୫୨୦ ରେଙ୍ଗେଲବେଡା ରେ ଏକ ଲୌହ ବୋଝେଇ ହାଇଓ୍ବା ଯାଉଥିବା ବେଳେ ହଠାତ୍ ବ୍ରେକ ମାରିବାରୁ ପଛକୁ ପଛ ଧାଡ଼ି ହୋଇ ଆସୁଥିବା ଏକ ହାଇଓ୍ବା ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା ।ଫଳରେ ପଛରୁ ଧକ୍କା ଦେଇଥି’ବା ହାଇଓ୍ଵା ଚାଳକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ‌ସେହିଭଳି ପଛରୁ ଧକ୍କା ଖାଇ ଲୌହ ବୋଝେଇ ହାଇଓ୍ବା ସାମ୍ନାରେ ଥିବା ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା ।ଫଳରେ ଦୁଇ ଜଣ ଚାଳକ ଗୁରୁତର ହୋଇଥିଲେ ।ମୃତ ଚାଳକ ହେଲେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅଂଚଳର ଶିବୁ ମହାରଣା(୪୦) ।କୋଇଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଗାଡ଼ି ଗୁଡ଼ିକୁ ଜବତ କରି ତଦନ୍ତକୁ ଜୋରଦାର କରିଛନ୍ତି ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2024 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

ଜମାଳପୁର ବିଶ୍ୱନାଥ ଏକାଡେମୀ ସମେତ ଯୁକ୍ତ ଦୁଇ କଳା ଶ୍ରେଣୀ ଖୋଲିବାକୁ ଜଳେଶ୍ଵର ବ୍ଲକର ୩ ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଅନୁମୋଦନ

Sunil Chandra Nayak

ଲକ୍ଷ୍ମୀ ପୂଜା ଅବସର ରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ

masiha

Leave a Comment

error: Content is protected !!