ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ଭବାନୀପାଟଣା:(  ୮/୩ – କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଅଧିନସ୍ଥ ଧଅଁରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗରପଡା ଠାରେ ଉକ୍ତ ଗ୍ରାମର ବନସୁରକ୍ଷା ସମିତି ଓ ଗ୍ରାମର ମହିଳା ମାନଙ୍କୁ ନେଇ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ, ମହିଳା ଓ ପୁରୁଷଙ୍କ ମଧ୍ୟରେ ସମାନତା ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନା ଧର୍ମଗଡ ବନାଞ୍ଚଳର ଟିମ୍ ଲିଡର ଦୁର୍ଗା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସମ୍ବନ୍ଧରେ ଉପସ୍ଥିତ ଗ୍ରାମବାସୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯକ୍ରମରେ ସମ୍ମାନୀତ ଅତିଥି ଭାବରେ ଭିଏସ୍‌ଏସ୍ ସଭାପତି କ୍ଷେତ୍ରମୋହନ ମାଝୀ ଯୋଗଦାନ ଦେସଇଥିବା ବେଳେ କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନାର ଡିଓ ତ୍ରିବିକ୍ରମ ନାଏକ, ଏନିମେଟର ଧନବଲ ବାରିକ ସହଯୋଗ କରିଥିଲେ।

( ମ ନି ସ )

Related posts

Silver Jubilee Celebration or 42 Mouza Bikash Parisad.

Sunil Chandra Nayak

ପରିଷ୍କାର ଓ ସବୁଜ ପଞ୍ଚାୟତ ଗଠନ ନେଇ ତାଲିମ 

masiha

ବିପର୍ଯ୍ୟୟ ପ୍ରଶମନ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କୀୟ ଜିଲ୍ଲା ସ୍ତରୀୟ କର୍ମଶାଳା 

masiha

Leave a Comment

error: Content is protected !!