ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସରୋଜ ବାଗ ମନୋନୀତ 

ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସରୋଜ ବାଗ ମନୋନୀତ 

ଭବାନୀପାଟଣା 9.3 l //     ଓଡିଶା ରାଜ୍ୟ ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ସାଧାରଣ ସମ୍ପାଦକ ଭାବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସାମାଜିକ କାର୍ଯ୍ୟକର୍ତା ସରୋଜ ବାଗ ଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଅଛି l ସେ ପୂର୍ବରୁ ଭବାନୀପାଟଣା ସହରର ଟାଉନ କାର୍ଯ୍ୟକାରୀ ସଭାପତି, ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଏବଂ ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟ ତୁଲେଇ ଆସୁଥିଲେ l ସେ ଜଣେu ଦକ୍ଷ ସଂଗଠକ ଏବଂ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି l 

    ଏହି ପରିପ୍ରେକ୍ଷୀରେ ସେ କଂଗ୍ରେସ ଦଳର ଜାତୀୟ ଅଧ୍ୟକ୍ଷ୍ୟ ଶ୍ରୀ ମଲ୍ଲିକର୍ଜୁନ ଖଡ଼ଗେଜି ,କଂଗ୍ରେସ ପାର୍ଲିଆମେଣ୍ଟରୀ ପାର୍ଟି ଅଧ୍ୟକ୍ଷ୍ୟl ଶ୍ରୀମତୀ ସୋନିଆ ଗାନ୍ଧୀଜି ,ପୂର୍ବତନ ଜାତୀୟ ଅଧ୍ୟକ୍ଷ ଓ ସଂlସଦ ରାହୁଲ ଗାନ୍ଧୀ ଜି,ଜାତୀୟ କଂଗ୍ରେସ ଦଳର ସାଧାରଣ ସମ୍ପାଦିକା ମିନlକ୍ଷୀ ନଟରାଜନ ଜି, ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ଜାତୀୟ ଅଧ୍ୟକ୍ଷ୍ ହର୍ଷିବର୍ଦ୍ଧନ ସୁପକାଲ ଜି, ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଏବଂ ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ରାଜ୍ୟ ଅଧକ୍ଷ ସୁଦର୍ଶନ ଦାସ ଙ୍କୁ ବିଶେଷ କୃତଜ୍ଞତା ଜଣାଇଛନ୍ତି l ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସଂଗଠନ ର ଭୂମିକା ଗୁରୁତ୍ୱପୂର୍ଣ ରହିବ ବୋଲି ସୂଚନା ଦେଇଛନ୍ତି l

( ମ ନି ସ )

Related posts

କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଦେଖି ଅନ୍ୟ ଦଳ ମାରୁଅଛି ଆଖି  

masiha

ସିପିଆଇ କଟକ ନଗର କମିଟିର ବୈଠକ

Sunil Chandra Nayak

ଶ୍ରୀ କୁଞ୍ଜ ବିହାରୀ ଦାଶ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାରେ ଖୁସିର ଲହରୀ 

masiha

Leave a Comment

error: Content is protected !!