ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରିନାଥ ସାଂସ୍କୃତିକ ଅନୁଷ୍ଠାନ ର ସୁବର୍ଣ୍ଣ ଜୟନ୍ତୀ

ତ୍ରିନାଥ ସାଂସ୍କୃତିକ ଅନୁଷ୍ଠାନ ର ସୁବର୍ଣ୍ଣ ଜୟନ୍ତୀ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ତ୍ରିନାଥପଡ଼ା ସ୍ଥିତ ସାଂସ୍କୃତିକ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଚତୃଭୁଜ ରଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ମୁଖ୍ୟ ଅତିଥି, ଆଇନଜୀବୀ ସୁବାସ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟବକ୍ତା, ସମିତି ସଭ୍ୟ ଚନ୍ଦ୍ରମା ରଣା, ଅବସରପ୍ରାପ୍ତ ବିଇଓ ବିଜୟ ପୁରୋହିତ ଓ ପ୍ରାକ୍ତନ ପ୍ରଧାନଶିକ୍ଷକ କ୍ଷୀରସାଗର ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ୫୦ ବର୍ଷ ଧରି ଅନୁଷ୍ଠାନ ନାଟକ ପରିବେଷଣ ଓ କଳାକାର ସୃଷ୍ଟି କରି ଆସୁଥିବାରୁ ପ୍ରଶଂସା କରିଥିଲେ। ପ୍ରାକ୍ତନ ପ୍ରଧାନଶିକ୍ଷକ ମୁରଲୀଧର ରଣା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବ ସଂପାଦକ ସୂର୍ଯ୍ୟମଣି ରଣା ବିବରଣୀ ପାଠ କରିଥିଲେ । ଏ ଅବସରରେ ମୁରଲୀଧର ରଣା, କ୍ଷୀରସାଗର ରଣା, ଡୋଳାମଣି ରଣା, ଚତୃଭୁଜ ରଣା ଏବଂ ମରଣୋତ୍ତର ଭାବେ ସ୍ବର୍ଗତ ତୀର୍ଥ ରଣା, ଧ୍ରୁବଚରଣ ରଣାଙ୍କୁ ସମ୍ବଦ୍ଧିତ କରାଯାଇଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଏକାଧିକ ଔଷଧ ଖାଇ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

Sunil Chandra Nayak

ଖାଦ୍ୟ ଅନ୍ୱେଷଣ ରେ ଆସି ପରିତ୍ୟକ୍ତ କୂଅରେ ପଡିଲା ଭାଲୁ, ଅକ୍ଷତ ଅବସ୍ଥାରେ ଭାଲୁ ଉଦ୍ଧାର କଲେ ବନ କର୍ମଚାରୀ

ମୁଖ୍ୟମନ୍ତ୍ରୀଙ୍କ ଭାର୍ଚୁଆଲ ମୋଡରେ ରାଇରଙ୍ଗପୁର ଉପ ଜିଲ୍ଲା ଚିକିତ୍ସାଳୟ ଡ଼ାଇଲିସିସି ସେଣ୍ଟର ଲୋକାର୍ପିତ 

masiha

Leave a Comment

error: Content is protected !!