ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

 ନବରଙ୍ଗପୁର:( ୧୧.୩.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ତପନ କୁମାର ଖୁଣ୍ଟିଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି, ଶ୍ରୀ ଖୁଣ୍ଟିଆ ଏହା ପୂର୍ବରୁ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ସମ୍ବଲପୁର ଠାରେ କାର୍ଯ୍ୟରତ ଥିଲେ l ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଖୁଣ୍ଟିଆ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଅଧିକାରୀ ଙ୍କ ସହଯୋଗ କାମନା କରିବା ସହ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା କୁ ଜନସାଧାରଣ ପାଖକୁ ପହଁଞ୍ଚିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ପଦାଧିକାରୀ କର୍ମଚାରୀ ଶ୍ରୀ ଖୁଣ୍ଟିଆ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ଡେପୁଟି କଲେକ୍ଟର ପି ମନସ୍ମିତା, ଗୀତାଞ୍ଜଳି ବେହେରା , ଚୈନୁ ଗଣ୍ଡ, ସୁବ୍ରତ ବେହେରା, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ବିନାୟକ ଖାଡଙ୍ଗା, ଶିବ ପ୍ରସାଦ ପାଢି,ଅଶ୍ୱିନ କୁମାର ମାଝୀ, ହେମନ୍ତ ଶୌରା, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର, ସେକସନ ଅଫିସର, ତ୍ରିପତି ବାଲାଜୀ ସାହୁ, ରାମଚନ୍ଦ୍ର ରଘୁ ମଣ୍ଡଳ, ସତ୍ୟନାରାୟଣ ସାହୁ, ଉଲମ୍ଫା ଭତ୍ରା, ଜଗନ୍ନାଥ ମହାପାତ୍ର, ଶିବ କେଶବ ବ୍ରହ୍ମା, ମୀରା ପଣ୍ଡା, ନୀଳକଣ୍ଠ ରାଜୁ, ୟାସର ଅଲ୍ଲୀ, ମୋବିନା ସୁଲତାନା, ଜୋଛନା ଚୌଧୁରୀ, ବିଜୟ ସାହୁ, ସୁରେଶ ପଟ୍ଟନାୟକ, ତୃପ୍ତି ପଟ୍ଟନାୟକ, ଅଜୟ ନାୟକ, ଶୌରଭ ଦାସ, ଗଗନ ବିଶୋଇ ପ୍ରିୟଙ୍କା ପାତ୍ର, ପି ପଦ୍ମା, ପ୍ରଣତି ମାଝୀ, କବିତା ବ୍ରହ୍ମା, ସଂଯୁକ୍ତା ସାହୁ, ହର୍ଷl ଜୈନ, ଅଭିନାଶ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିରାଳ ମେଡ଼ିକାଲରେ ରୋଗୀଙ୍କୁ ବାଡେଇବାକୁ କହିଲେ ଫାର୍ମାସିଷ୍ଟ

Sunil Chandra Nayak

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ  ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

ଝରିଆଗୁଡା ଗ୍ରାମରେ ସୁନ୍ଦର ଭିମା ଦେବତାଙ୍କ ବାଲିଯାତ୍ରା, ପୋଢ଼ବଳି ସହ ଉଦଯାପିତ

masiha

Leave a Comment

error: Content is protected !!