ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରୋଡ଼ ରେଲ ଷ୍ଟେସନ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଲେ ଧର୍ମଗଡ ବିଧାୟକ

ଧର୍ମଗଡ ରୋଡ଼ ରେଲ ଷ୍ଟେସନ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଲେ ଧର୍ମଗଡ ବିଧାୟକ

ଜୁନାଗଡ଼ ରୋଡ- ନବରଙ୍ଗପୁର ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ଼ ଷ୍ଟେସନ ସହରରୁ ଅଳ୍ପ ଦୂରରେ ସ୍ଥାପନ କରିବା ପାଇଁ ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧିର ପଟ୍ଟଯୋଷି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଛନ୍ତି। ବିଧାନସଭା ଷ୍ଟାନଡିଂ କମିଟି (ପରିବହନ) ର ସୁପାରିଶ କୁ କାର୍ଯ୍ୟ କାରି କରି ରେଳ ମନ୍ତ୍ରଣାଳୟ କୁ ଏ ସମ୍ପର୍କ ରେ ଚିଠି ଲେଖିବା ପାଇଁ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କୁ ଭେଟି ସେ ଅନୁରୋଧ କରିଛନ୍ତି। 

ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝିଙ୍କ ବୈଷୟିକ ମାର୍ଗ ଦର୍ଶନରେ ବିଧାୟକ ଶ୍ରୀ ସୁଧୀର ପଟ୍ଟଯୋଷି ଓ ଧର୍ମଗଡ଼ ରେଳ ଯାତ୍ରୀ ସଂଘ ର ସଭାପତି ତଥା ସମାଜସେବୀ ଶ୍ରୀ ହୃଷିକେଶ ମିଶ୍ର ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇ ର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ମୁଖ୍ୟ ପ୍ରଶାସନିକ ଅଧକାରୀ ଶ୍ରୀ ଶ୍ରୀନିବାସ ରାଓଙ୍କ ଭେଟି ଏ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ଫଳବତୀ ହୋଇଛି ଓ ଖୁବ୍ ଶିଘ୍ର ଏହି ଅଞ୍ଚଳକୁ ରେଳବାଇ ବିଭାଗର ବରିଷ୍ଠ ଅଧିକାରୀ ବିଶାଖାପାଟଣା ଓ ଜଗଦଳପୁର ରୁ ଆସି ବିଧାୟକଙ୍କ ଉପସ୍ଥିତିରେ ଗସ୍ତ କରିବେ। ଧର୍ମଗଡ଼ ସହର ଠାରୁ ଯେତେ ନିକଟତର ଦେଇ ରେଳ ଲାଇନ୍ ବିଛା ଯାଇପାରିବ ଉଦ୍ୟମ କରାଯିବ ଓ ଧର୍ମଗଡ଼ ରୋଡ଼ ଷ୍ଟେସନ୍ ଜୁନାଗଡ଼ ରୋଡ଼ ଷ୍ଟେସନ ପରେ ପ୍ରଥମ ଉନ୍ନତ ମାନର ଷ୍ଟେସନ୍ ହେବ ବୋଲି ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରକାଶ କରିଥିଲେ। ଏହି ନୃତନ୍ ରେଳ ପଥ ଅତ୍ୟାଧୁନିକ ହେବ ଓ ଘଣ୍ଟା ପ୍ରତି ୧୬୦ କିମି ବେଗରେ ରେଳ ଗଡ଼ିବ।

ମାନ୍ୟବର ରାଜ୍ୟସଭା ସଦସ୍ୟ ଶ୍ରୀ ସୁଜିତ୍ କୁମାର ଓ ଲୋକସଭା ସଦସ୍ୟା ଶ୍ରୀମତୀ ମାଳବିକା ଦେବୀଙ୍କୁ ରେଳ ମନ୍ତ୍ରୀ ଓ ମନ୍ତ୍ରଣାଳୟ ସହ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କୁ ତ୍ଵରାନିତ କରିବା ପାଇଁ ଅନୁରୋଧ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମହାଶିବରାତ୍ରୀ ରେ କୁତୁର୍ଲା ଷୋହଳ ପ୍ରହରି ନାମ ଯଂଜ୍ଞ ରେ ଶ୍ରଦ୍ଧାଳୁଙ୍କ ଭିଡ 

masiha

ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନ କାଳ ଆଲୋଚନା ଅବସରରେ ଝରିଗାଁ ବିଧାୟକଙ୍କ ସମର୍ଥନ 

masiha

ଧର୍ମଗଡ଼ ସହର ରେ ଇଦ୍ ମିଲାଦ୍ ଉନ୍ ନଵୀ ହର୍ଷୋଲ୍ଲାସ ସହିତ ପାଳିତ

masiha

Leave a Comment

error: Content is protected !!