ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୟ ସମାରୋହ ଉତ୍ସବ ପାଳନ କଳା ୟୁଜିଆଇଇ ପୁରାତନ ଛାତ୍ର ସଂଘ

ବିଜୟ ସମାରୋହ ଉତ୍ସବ ପାଳନ କଳା ୟୁଜିଆଇଇ ପୁରାତନ ଛାତ୍ର ସଂଘ

 ରାଉରକେଲା: ଗତ ୩ ଓ ୪ ତାରିଖ ରେ କଟକ ଠାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପାଲୀ ଫେଷ୍ଟ ପ୍ରତିଯୋଗିତା ୨୦୨୫ ରେ ୟୁଜିଆଇଇ ର ୬୩ ଜଣ ଛାତ୍ର ଓ ଛାତ୍ରୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିଲେ ଓ କୃତିତ୍ୱ ହାସଲ କରିଥିଲେ। ଏହି ପ୍ରତିଯୋଗିତା ପ୍ରଥମ ସ୍ଥାନ ଅଧିକାର କରିଥିବା ବିଭାଗ ଗୁଡ଼ିକ ହେଲା ସ୍କେଲ ମୋଡେଲ କଣ୍ଟେଷ୍ଟ (ପୁରୁଷ ଓ ବାଳିକା) , ମୋନୋ ଏକ୍ଟ (ପୁରୁଷ ଓ ବାଳିକା), ସଟପୁଟ ଥ୍ରୋ (ପୁରୁଷ), କ୍ଲାସିକାଲ ଡାନ୍ସ ସୋଲୋ (ବାଳିକା), ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବିଭାଗ ଗୁଡ଼ିକ ହେଲା ଗ୍ରୁପ କ୍ଲାସିକାଲ ଡାନ୍ସ (ବାଳିକା),ଗ୍ରୁପ ମଡର୍ଣ୍ଣ ଡାନ୍ସ (ବାଳିକା) , ଗ୍ରୁପ ମଡର୍ଣ୍ଣ ଡାନ୍ସ (ପୁରୁଷ) , ମାଇମ (ପୁରୁଷ ଓ ବାଳିକା), ତୃତୀୟ ସ୍ଥାନ ଅଧିକାର କରିଥିବା ବିଭାଗ ଗୁଡ଼ିକ ହେଲା ଗ୍ରୁପ କ୍ଲାସିକାଲ ଡାନ୍ସ (ପୁରୁଷ), ଗ୍ରୁପ ସଙ୍ଗ( ପୁରୁଷ ଓ ବାଳିକା), ଫୁଟବଲ ରେ ବାଳିକା ଟିମ୍ ଉପବିଜେତା ହୋଇଥିଲେ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୟୁଜିଆଇଇ ଜୋନ ଚାମ୍ପିଅନ ହୋଇଥିଲା। ବିଗତ ତିନି ବର୍ଷ ମଧ୍ୟରେ ଏହି ୟୁଜିଆଇଇ ଜୋନ ଚାମ୍ପିଅନ ହୋଇଆସୁଛି। ଏହି ପରିପ୍ରେକ୍ଷିରେ ଆଜି ୟୁଜିଆଇଇ ପୁରାତନ ଛାତ୍ର ସଂଘ ତରଫରୁ ଏକ ବିଜୟ ସମାରୋହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ୟୁଜିଆଇଇ ରୁ ବାହାରି କଲେଜ ପରିଭ୍ରମଣ କରିବା ସଙ୍ଗେ ସଙ୍ଗେ ଷ୍ଟାଫ କଲୋନୀ ଦେଇ ଜେଲ୍ ରୋଡ ହୋଇ ୟୁଜିଆଇଇ ପରିସରରେ ସମାପ୍ତ ହୋଇଥିଲା। ଉକ୍ତ ବିଜୟ ସମାରୋହ ଶୋଭାଯାତ୍ରା ରେ ମୁଖ୍ୟ ଆକର୍ଷଣ ଭାବେ ଇଂ ଅଶୋକ ବିଶ୍ଵାଳ ମାଷ୍ଟର ଆଥଲେଟିକ୍ସ ଚମ୍ପିୟାନ ଯୋଗ ଦେଇ ଛାତ୍ର ଓ ଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ୭୨ ବୟସରେ ମଧ୍ୟ ସେ ଆଜି ଫିଟ୍ ଅଛନ୍ତି ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଲ ହାସଲ କରିଛନ୍ତି। ଅନୁଷ୍ଠାନ ର ପ୍ରଧ୍ୟାପିକା ପ୍ରଗତି ଦାସ ଛାତ୍ର ଓ ଛାତ୍ରୀ ମାନଙ୍କୁ ତାଙ୍କର ଏହି କୃତିତ୍ୱ ପାଇଁ ପ୍ରଶଂସା କରିଥିଲେ ଓ ଅନୁଷ୍ଠାନ ପାଇଁ ମୁଁ ଗର୍ବ ଅନୁଭବ କରୁଛି ଛାତ୍ର ଓ ଛାତ୍ରୀ ମାନଙ୍କୁ ତାଙ୍କର ଭବିଷ୍ୟ ପାଇଁ ଶୁଭକାମନା ଓ ଶୁଭେଚ୍ଛା ଜଣାଇଥିଲେ। ଏହି ସମାରୋହ କୁ ସାଧାରଣ ସମ୍ପାଦକ ଶୁଭେନ୍ଦୁ ପଣ୍ଡା ପରିଚାଳନା କରିଥିବା ବେଳେ ଓ ସେହି ୩୪ ବର୍ଷର ପୁରୁଣା ସ୍ମୁତିକୁ ଆଜି ମନେ ପକାଇ ଛାତ୍ର ଓ ଛାତ୍ରୀ ମାନଙ୍କୁ ୧୯୯୧ ମସିହାରେ କିପରି ୟୁଜିଆଇଇ କୁ ଇଣ୍ଟର ଟେକ୍ନିକାଲ ଆଥଲେଟିକ୍ସ ମିଟରେ ୧୯୭୫ ମସିହା ପରେ ଚମ୍ପିୟାନ ହୋଇପାରିଥିଲା, ସେ ସମ୍ପର୍କରେ କହିଥିଲେ । ଏହି ବିଜୟ ସମାରୋହକୁ ସୁଚାରୁ ରୂପେ ପରିଚାଳନା କରିବାରେ ଉପସଭାପତି ସଜଳ ବାନାର୍ଜୀ, ଲଳିତେନ୍ଦୁ ମିଶ୍ର ଓ ବୈଲୋଚନ ସାମଲ, ସମ୍ପାଦକ ତାପସ ଜେନା, କୋଷାଧ୍ୟକ୍ଷ ପ୍ରଭାତ ରଞ୍ଜନ ତ୍ରିପାଠୀ, ସହ କୋଷାଧ୍ୟକ୍ଷ ମନୋଜ ମହନ୍ତ, କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ପ୍ରଦୀପ ସାହୁ, କୌଷ୍ଟଭ ପଣ୍ତିତ,ପଙ୍କଜ ସାମନ୍ତ, ସୁଭାଷିନୀ ଜେନା,ସକ୍ରିୟ ସଦସ୍ୟ ଅମର ସାହୁ, ସଞ୍ଜୀବ ସାହୁ ଓ ୟୁଜିଆଇଇର ବିଭିନ୍ନ ବିଭାଗର ମୁଖ୍ୟ , ଶିକ୍ଷକ ଓ କର୍ମଚାରୀ ଏବଂ ବହୁ ଛାତ୍ର ଓ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାଆନ୍ଧା ଫାଣ୍ଡି ଓ ପରଜଙ୍ଗ ଥାନା ନେତୃତ୍ବରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ

masiha

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

masiha

ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ସରିଲା ଲାଞ୍ଜିଗଡ଼ ବ୍ଲକ ଆମ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ମହିଳାମାନେ ହଇରାଣ ହେଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଅଣଦେଖା

masiha

Leave a Comment

error: Content is protected !!