ସରକାରୀ ଆଇଟିଆଇ ରେ ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା: ରାଉରକେଲା ସରକାରୀ ଆଇଟିଆଇ ସଭା ଗୃହରେ ଅଧ୍ୟକ୍ଷ ଇଂ ଡମାନ ସୋରେନଙ୍କ ତତ୍ତ୍ଵାବଧାନରେ ଇ -ଓ୍ବଷ୍ଟ ମେନେଜମେଣ୍ଟ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ‘ହୁଲ୍ଲlଡ଼େକ ରିସାଇକ୍ଲିଙ୍ଗ ପ୍ରାଇଭେଟ ଲିମିଟେଡ଼’ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ l ମୁଖ୍ୟଅତିଥି ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଶାଖାର ସହକାରୀ ପରିବେଶ ଯନ୍ତ୍ରୀ ଇଂ. ପ୍ରିତମ କୁମାର ପତି ଯୋଗ ଦେଇଥିଲେ l ମୁଖ୍ୟ ଵକ୍ତା ଭାବେ ବୟୋତେଜ ଏଗ୍ରିନୋଭେଷନ ପ୍ରାଇଭେଟ ଲିମିଟେଡ଼ ର ଫାଉଣ୍ଡର ତଥା ନିର୍ଦ୍ଦେଶିକା ଡଃ ସୀତାରଶ୍ମି ସାହୁ ଯୋଗଦାନ କରି ଆଲୋଚ୍ୟ ବିଷୟ ଉପରେ ପିପିଟି ଉପସ୍ଥାପନା କରିଥିଲେ। ଉପାଧ୍ୟକ୍ଷ ଉତ୍ତମ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିଲେ l ସମ୍ମାନିତ ଅତିଥି ଭାବେ ଏସପିସିବି ର ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞା ଜ୍ୟୋତି ସେନାପତି ଓ ହୁଳଡ଼େକ କମ୍ପାନୀର ରାଉରକେଲା ଆଞ୍ଚଳିକ ମୁଖ୍ୟ ଗୌତମ ଜୟସ୍ୱାଲ ମଞ୍ଚାସିନ ଥିଲେ l
ଆବାହକ ଭାବେ ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l କେମିକାଲ ବିଭାଗ ଅଧ୍ୟାପକ ଦେବାଶିଷ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ l
ଅତିଥି ମାନେ ଆଲୋଚ୍ୟ ବିଷୟ ସମ୍ପର୍କ ରେ ବିଭିନ୍ନ ଦିଗରୁ ଆଲୋଚନା କରି ଇ – ୱେଷ୍ଟ ହ୍ରାସ, ପୁନଃ ବିନିଯୋଗ ଓ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l ଆମ ଜୀବନଶୈଳୀ ଓ ମାନସିକତା ର ପରିବର୍ତ୍ତନ ଦ୍ୱାରା ହିଁ ବିଭିନ୍ନ ବର୍ଜ୍ୟ ବସ୍ତୁର ସୁପରିଚାଳନା ସମ୍ଭବ ହୋଇପାରିବ ବୋଲି ମତ ଦେଇଥିଲେ l