ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶକ୍ତିନଗର ଶାରଳା ମନ୍ଦିର ଯୋଗ କେନ୍ଦ୍ରର ୧୭ ତମ ବାର୍ଷିକ ଉତ୍ସବ ପାଳିତ

ଶକ୍ତିନଗର ଶାରଳା ମନ୍ଦିର ଯୋଗ କେନ୍ଦ୍ରର ୧୭ ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା। : ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଦ୍ଵାରା ପରିଚାଳିତ ଶକ୍ତିନଗର ଶାରଳା ମନ୍ଦିର ଯୋଗ କେନ୍ଦ୍ରର ୧୭ ତମ ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ତଥା ପରିଚାଳିକା ସାବିତ୍ରୀ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅରବିନ୍ଦ ପଣ୍ଡାଙ୍କ ପୌରୋହିତ୍ୟ ଓ ଯଜମାନ ସସ୍ତ୍ରିକ ଧରଣୀଧର ସେନାପତିଙ୍କ ଦ୍ଵାରା ଯଜ୍ଞ ହବନ ବିଶ୍ଵ କଲ୍ୟାଣ ନିମନ୍ତେ କରାଯାଇଥିଲା । ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ବୈଦିକ ରୀତି ଓ ନୀତି ଅନୁଯାୟୀ ମନ୍ତ୍ର ପାଠ ପୂର୍ବକ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଯୋଗର ଆବଶ୍ୟକତା ଓ ଏହାଦ୍ବାରା ବ୍ୟକ୍ତି ,ସମାଜ ଓ ଦେଶର ଆର୍ଥିକ ପ୍ରଗତିରେ ଯୋଗର ଅବଦାନ ଉପରେ ଚର୍ଚ୍ଚା କରିଥିଲେ । ଯୋଗକୁ ବିଶ୍ଵ ଦରବାରରେ ପ୍ରଚାର ପ୍ରସାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପରମ ପୂଜ୍ୟ ମହାରାଜ ରାମଦେବ ଯୋଗଋଷିଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସାବିତ୍ରୀ ସେନାପତି ଗୁରୁ ବନ୍ଦନା ଗାନ କରିବା ସହିତ କେନ୍ଦ୍ରର ବାର୍ଷିକ ବିବରଣୀ ପାଠ କରି ଥିଲେ । କେନ୍ଦ୍ର ତରଫରୁ ଯୋଗ ରତ୍ନ ବିଭୂଷିତା ଜିଲ୍ଲା ମହିଳା ପ୍ରଭାରୀ ନୀତମ୍ବିନି ସ୍ୱାଇଁଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରା ଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଜିଲ୍ଲା ମହିଳା ପତାଞ୍ଜଳୀ ଯୋଗ ସମିତି ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନି ସ୍ୱାଇଁ , ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା , ଜିଲ୍ଲା ଯୋଗ ସମିତି ପ୍ରଭାରୀ ପ୍ରଦୀପ୍ତ ସାହୁ , ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଜିଲ୍ଲା ସୋସିଆଲ ମିଡିଆ ମହିଳା ପ୍ରଭାରୀ ଆରତୀ କର, ବରିଷ୍ଠ ଯୋଗ ଶିକ୍ଷକ କପିଳେଶ୍ୱର ମହାରଣା ଆଦି ଯୋଗର ଉପକାରିତା ଓ ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମମତା ସେନାପତି, ସଂଯୁକ୍ତା ସ୍ୱାଇଁ , ମମତା ନାୟକ, ସସ୍ମିତା ନାୟକ, ଲକ୍ଷ୍ମୀ ପ୍ରିୟା ନାୟକ, ଇପ୍ସିତା ଦାସ, ମଞ୍ଜୁଲତା ମହାରଣା, କଳ୍ପନା କବି,ମମତା ରାଠୋର, ପ୍ରତିମା ନାୟକ, ପାୟଲ ସିଂ, ପମ୍ପା ମହାତୋ, ସରସ୍ଵତୀ ସାଣ୍ଡିଲ ,ତନୁ ପ୍ରଧାନ, ମୀନା ପାତ୍ର, ଦେବରାଜ ତନ୍ତୀ, ମାନସ ରଞ୍ଜନ ସାହୁ, ନଗେନ୍ଦ୍ର ନାଥ ସ୍ୱାଇଁ, ଅକ୍ଷୟକୁମାର ବଳଙ୍କ ସମେତ ମନ୍ଦିର କମିଟିର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଘ ଆତଙ୍କରେ ଛାନିଆ ନୂଆପଡ଼ା ବାସୀ: ପୁଣି ଜଣେ ନାବାଳକକୁ ଝାମ୍ପିଲା ବାଘ ଗ୍ରାମ ବାସୀ ଉଦ୍ଧାର

masiha

ସରିଆଁ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!