ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜ ମିଶନ ଶକ୍ତି ଇସି ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର 

ମୟୂରଭଞ୍ଜ ମିଶନ ଶକ୍ତି ଇସି ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର 

ରାଇରଙ୍ଗପୁର -୧୩/୦୩ // ମୟୂରଭଞ୍ଜ ମିଶନ ଶକ୍ତି ଇସି ମହାସଂଘ ପକ୍ଷରୁ ବିଭିନ୍ନ ଦାବି ପୂରଣ ନେଇ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ରାଇରଙ୍ଗପୁର ବ୍ଳକ କାର୍ଯ୍ୟାଳୟ ର ମିଶନ ଶକ୍ତି ଗୃହରୁ ବାହାରି ଏକ ବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଉପଜିଲ୍ଲାପାଳ ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ସେମାନେ ଦିର୍ଘବର୍ଷ ହେଲା ମହିଳା ସଶକ୍ତିକରଣ ର ହୃତପିଣ୍ଡ ସଦୃଶ କାର୍ଯ୍ୟ କରି ଆସୁଛନ୍ତି । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ କୁ ସଂଗଠିତ କରିବା, ଆର୍ଥିକ ପରିଚାଳନା ତାଲିମ ଦେବା, ପ୍ରୋତ୍ସାହିତ କରିବା ସହ ଆସି ସଭାପତି ଓ ସଂପାଦିକା ଙ୍କ ସ୍ଵାକ୍ଷର ରେ ଋଣ ଗ୍ରହଣ ଓ ପ୍ରଦାନ କରାଯାଇଥାଏ । ସେମାନଙ୍କ ମୁଖ୍ୟ ଦାବି ଥିଲା ଇସି ସଦସ୍ୟଙ୍କ ରିଷ୍ଟ୍ରକ୍ଚରିଙ୍କ ବନ୍ଦ କରିବା,ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା ସହ ବକେୟା ଭତ୍ତା ପ୍ରଦାନ କରିବା,କମ୍ଯୁନିଟି ସପୋର୍ଟ ଷ୍ଟାଫ୍ ଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ ନିଯୁକ୍ତି ଦେବା,ଇସି ସଦସ୍ୟମାନଙ୍କୁ ବରିଷ୍ଠତା ମାଧ୍ୟମରେ ପଦୋନ୍ନତି,ଇସି ସଦସ୍ୟମାନଙ୍କୁ କୁଶଳୀ ଶ୍ରମିକ ସର୍ବନିମ୍ନ ମଜୁରୀ ପ୍ରଦାନ,ଇସି ସଦସ୍ୟା ମାନଙ୍କୁ ଜନ ଆରୋଗ୍ୟ ଯୋଜନା ବୀମା ସୁବିଧା ପ୍ରଦାନ,୬୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ଅନୁମତି,ଇସି ସଦସ୍ୟା ସେବା ନିବୃତ ବେଳେ ୫ ଲକ୍ଷ ଟଙ୍କା ସହାୟତା ରାଶି,କାର୍ଯ୍ୟରତ ଇସି ସଦସ୍ୟମାନଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର କୁ ସହାୟତା ରାଶି ପ୍ରଦାନ, ମହିଳା ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟମାନଙ୍କୁ ମାସିକ ୧ ହଜାର ଟଙ୍କା ମହିଳା ସଶକ୍ତିକରଣ ଭତ୍ତା ପ୍ରଦାନ କରିବା ଇତ୍ୟାଦି । ଦାବିପତ୍ର ପ୍ରଦାନ ସମୟରେ ମୟୂରଭଞ୍ଜ ମିଶନ ଶକ୍ତି ଇସି ମହାସଂଘ କାର୍ଯ୍ୟକାରୀ ସଭାନେତ୍ରୀ ଲୀଳାବତୀ ମହାନ୍ତ,ମାନି ସୋରେନ ଙ୍କ ସମେତ ବହୁ ସଦସ୍ୟା ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ସଞ୍ଜିବନୀ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ     

masiha

ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

ସନତ କୁମାର ସାହୁ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

masiha

Leave a Comment

error: Content is protected !!