ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ୮୬ ତମ ବାର୍ଷିକ ଉତ୍ସବ ସହିତ ଦୋଳ ପୂର୍ଣ୍ଣିମା ପାଳିତ 

କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ୮୬ ତମ ବାର୍ଷିକ ଉତ୍ସବ ସହିତ ଦୋଳ ପୂର୍ଣ୍ଣିମା ପାଳିତ 

ଜୁନାଗଡ଼,୧୬/୩(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମର ସର୍ବ ପୁରାତନ ଅନୁଷ୍ଠାନ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ୮୬ ତମ ବାର୍ଷିକ ଉତ୍ସବ ସହିତ ଦୋଳପୂର୍ଣ୍ଣିମା ମହା ଆଡ଼ମ୍ବରରେ ପାଳିତ ହେଇ ଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭବାନୀପାଟଣା ର ତହସିଲଦାର ସୁଚିମିତ୍ରା ମିଶ୍ର,ସମ୍ମାନିତ ଅତିଥି ଚାରବାହାଲ ସରପଞ୍ଚ ସତ୍ୟଭାମା ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଶାମୁକା ରାଣୀ,ବିଜେପି ର ବରିଷ୍ଟ ନେତା ସତ୍ୟ ବେହେରା, ବରିଷ୍ଟ ସମାଜ ସେବୀ ପ୍ରାଣ କିଶୋର ପଣ୍ଡା,ଯୁବ ଶିକ୍ଷାବିତ ଗୋଦାବରୀଶ ପଣ୍ଡା,କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ସଭାପତି ଜ୍ଞାନ ରଞ୍ଜନ ପଣ୍ଡା ମଞ୍ଚାସିନ ଥିଲେ।ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସାମାଜିକ ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ ମଞ୍ଚସ୍ଥ ହୋଇଥିଲା । ଏଥିରେ ଭବାନୀ ପଟ୍ଟନାୟକ ନିର୍ଦ୍ଦେଶନା ଓ ସହ ନିର୍ଦ୍ଦେଶନା ଆଦିତ୍ୟ କୁମାର ପଣ୍ଡା ଦେଇଥିଲେ । ଏହି ଅବସରରେ ସାମ୍ବାଦିକତା ପାଇଁ ବରିଷ୍ଟ ସାମ୍ବାଦିକ ଅଂଶୁମାନ ପାତ୍ର, ଇଙ୍ଗିତ ପଣ୍ଡା, ନିକୁଞ୍ଜ ଚଲାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ ସାମନ୍ତ ପଟ୍ଟଯୋଶୀ ,କଳା କ୍ଷେତ୍ର ରେ ଆଦିତ୍ୟ କୁମାର ପଣ୍ଡା,ବଳରାମ ହଂସ କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଚାରବାହଲ ତଥା ଆଖପାଖ ଅଞ୍ଚଳର ଅନେକ ଲୋକଙ୍କ ସମାଗମ ହୋଇଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଲାଇସେନ୍ସ ପ୍ରାପ୍ତ ବିହନ ବିକ୍ରେତା ଙ୍କୁ ନେଇ ବୈଠକ

masiha

ଦୁଃସାହସିକ ମୋଟର ସାଇକେଲ ଯାତ୍ରା ପାଇଁ ଅଜୟ ଗୁରୁ ଙ୍କୁ ସମ୍ବର୍ଦ୍ଧନା , ୨- ବାଲିମି ଛକରେ ମିଲେଟ୍ ଟିଫିନ୍ ସେଣ୍ଟର ଉଦ୍‌ଘାଟିତ , ୩-ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ ,୪- ବରିଷ୍ଠ ନାଗରିକ ଦିବସ ପାଳିତ , ୫- ଭୁବନ ବିଜେଡି ତରଫରୁ ସହିଦ ବାଜି ରାଉତଙ୍କ ୧୦୧ତମ ଜୟନ୍ତୀ ପାଳନ , ୬-ଜାତୀୟ କଂଗ୍ରେସ ଦଳ ପକ୍ଷରୁ ୪ ଦଫା ଦାବି ନେଇ ବିରାଟ ପ୍ରତିବାଦ ଶୋଭାଯାତ୍ରା ୭- ଶିକ୍ଷକ ବଦଳିକୁ ବିରୋଧ, ଷଢଙ୍ଗୀ ହାଇସ୍କୁଲ ଫାଟକରେ ତାଲା , ୮-ପୋଖରୀରେ ବୁଡି ଛାତ୍ରର ଅକାଳ ମୃତ୍ୟୁ ; ଅଞ୍ଚଳରେ ଶୋକର ଛାୟା , ୯- ବଟଗାଁ ଗ୍ରାମ ପଞ୍ଚାୟତରେ ଶିଶୁ ବିବାହ ମୁକ୍ତ ଗ୍ରାମ ପାଇଁ ଗ୍ରାମସଭା , ୧୦-ଶାଶୁ ଘର ଲୋକଙ୍କ ଯୌତୁକ ପାଇଁ ବୋହୂକୁ ନିର୍ଯାତନା, ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା , ୧୧- ସହିଦ ବାଜିରାଉତ ଜନ୍ମ ସତବାର୍ଷିକ ପାଳିତ  ୧୨- କୋଟଗରା ହେଲା ‘ଶିଶୁ ଶ୍ରମିକ ମୁକ୍ତ’ ପଞ୍ଚାୟତ ଘୋଷିତ

Sunil Chandra Nayak

ଭୁବନେଶ୍ଵର ରେ ଆୟୋଜିତ ହେବ ୧୭ତମ ଆନନ୍ଦ ଉତ୍ସବ ଓ ଆନନ୍ଦ ଶ୍ରୀ ସମ୍ମାନ ସମାରୋହ

masiha

Leave a Comment

error: Content is protected !!