ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ୭ବର୍ଷ ବିବାଦ ର ସମାଧାନ ବଡଘୁମେର ପଞ୍ଚାୟତ ଗୄହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ଦୀର୍ଘ ୭ବର୍ଷ ବିବାଦ ର ସମାଧାନ

ବଡଘୁମେର ପଞ୍ଚାୟତ ଗୄହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ଆଜି ଧର୍ମଗଡ ବ୍ଲକ ବଡଘୁମେର ଠାରେ ବହୁ ପ୍ରତିକ୍ଷିତ ନୂତନ ଗ୍ରାମପଞ୍ଚାୟତ ଗୄହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଧର୍ମଗଡ ବିଧାୟକ ସୁଧିର ରଂଜନ ପଟ୍ଟଯୋଷୀ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ,ଧର୍ମଗଡ ବିଡିଓ ସଦାସିବ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଯୋନ ନଂ-୨ ଶଙ୍କର ପ୍ରସାଦ ଯୁଏଡ, ସମିତି ସଭ୍ୟା କ୍ୟୈଶଲ୍ୟା ନାଏକ ଡେପୁଟି କଲେକ୍ଟର ନୂଆପଡା ଶ୍ରୀ ଗରିବ ଦୀପ ବିଧାୟକ ପ୍ରତିନିଧି ଶ୍ରୀ ହିମାଂଶୁ ପଣ୍ଡା ,ରାଜ୍ୟ ପରିଷଦ ସଭ୍ୟ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅପ୍ରେସ ସ୍ୱାଇଁ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଓଟିଭି ପ୍ରତିନିଧି ତଥା ଖୁଟୁଲୁଗୁଡା ଗଉନ୍ତିଆ ଶ୍ରୀ ଇଙ୍ଗିତ କୁମାର ପଣ୍ଡା ବଡ଼ଘୁମେର ଗୌନ୍ତିଆ ଲଷ୍ମୀକାନ୍ତ ଗୋପାଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ର ସଭାପତିତ୍ୱ କରିଥିଲେ ସ୍ଥାନୀୟ ସରପଞ୍ଚ ଜନ୍ମେଜୟ ଗୋପାଳ। ଏହି କାର୍ଯ୍ୟକ୍ରମଟିକୁ କୁ ସୁଧିର ରଞ୍ଜନ ଗୋପାଳ ପରିଚାଳନା କରିଥିଲେ । ଗତ ୨୦୧୭ ମସିହାରେ ପଞ୍ଚାୟତ ପୁନର୍ଗଠନ ହୋଇଥିଲା । ହେଲେ ସ୍ଥାନ ନିରୁପଣ କୁ ନେଇଁ ସ୍ଥାନୀୟ ପଞ୍ଚାୟତ ର ଦୁଇଗୋଷ୍ଠୀ ମଧ୍ୟରେ ଵିବାଦ ହୋଇ ମାମଲା ହାଇକୋର୍ଟ ରେ ପହଞ୍ଚି ଥିଲା । କୋର୍ଟ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ୱ ଦେଇଥିବା ବେଳେ ସମସ୍ୟା ସମାଧାନ ହେବାକୁ ଅନେକ ବର୍ଷ ବିତି ଯାଇଥିଲା । ବଡଘୁମେର ପଞ୍ଚାୟତ ମାନ୍ୟତା ପାଇବା ପରେ ମଧ୍ୟ ପଞ୍ଚାୟତ ର ନିଜସ୍ୱ ଗୄହ ନଥିବାରୁ ସ୍ଥାନୀୟ ଲୋକେ ଅନେକ ହଇରାଣ ହେଉଥିଲେ । ଏଥିରେ ବିଧାୟକ ସୁଧିର ପଟ୍ଟଯୋଷୀ ହସ୍ତକ୍ଷେପ କରି ପ୍ରଶାସନ ଏବଂ ସରକାରୀ ସ୍ତରରେ ଚାପ ପ୍ରୟୋଗ କରିବା ପରେ ଜିଲ୍ଲାପାଳ କଳାହାଣ୍ଡି ଏହାକୁ ଗୁରୁତର ସହ ନେଇ ଥିଲେ । ପରେ ତହସିଲଦାର ଧର୍ମଗଡ ତରଫରୁ ବଡ଼ଘୁମେର ଓ ଖୁଟୁଲୁଗୁଡା ର ଯୋଗାଯୋଗ ପାଇଁ ମଧ୍ୟବର୍ତ୍ତୀ ସ୍ଥଳ ମୌଜା-ଖୁଟୁଲୁଗୁଡା ଖାତାନଂ-୩୦୬ ପ୍ଲଟ ନମ୍ବର-୧୭୯୯ ଓ ୧୯୦୯ ରୁ ରକବା ୦୧ ଏକର ଜାଗା ନିର୍ମାଣ ପାଇଁ ପ୍ରଦାନ କରାଯାଇଥିଲା ପରେ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି କାର୍ଯ୍ୟକ୍ରମ ରେ ହିମାଂଶୁ ପଣ୍ଡା,ଅପ୍ରେସ ସ୍ବାଇଁ ,ହେମନ୍ତ ମାଝୀ ସମେତ ବଡ଼ଘୁମେର ଓ ଖୁଟୁଲୁଗୁଡା ର ଅନେକ ବୁଦ୍ଧିଜୀବୀ ଓ ଜନସାଧାରଣ ଓ ଜନପ୍ରତିନିଧି ଉପସ୍ଥିତ ରହି ଏହି କାର୍ଯ୍ୟପାଇଁ ମାନ୍ୟବର ବିଧାୟକଙ୍କୁ ପ୍ରଶଂସା କରିଥିଲେ । ସମସ୍ତ ଗ୍ରାମ ପଞ୍ଚାୟତବାସୀ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶାନ୍ତି ଶକ୍ତି ଭବନରେ ନବରାତ୍ର ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ 

masiha

ଚାଷୀଙ୍କ ଲ୍ୟାମ୍ପ ଘେରାଓ ଘଟଣା ତଦନ୍ତ କଲେ ଜିଲା ଅଧିକାରୀ 

masiha

Leave a Comment

error: Content is protected !!