ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୨୨ ଟି ଅଭିଯୋଗର ଶୁଣାଣି 

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୨୨ ଟି ଅଭିଯୋଗର ଶୁଣାଣି 

ଡାବୁଗାଁ, ୧୭/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ବିଡିଓ ଙ୍କ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲାପାଳ ଡା. ଶୁଭଙ୍କର ମହାପାତ୍ର ଙ୍କ ଦ୍ଵାରା ୨୨ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗର ଅଧିକାରୀ ମାନଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୨ ଟି ଅଭିଯୋଗ ମଧ୍ୟରୁ ୧୫ଟି ଅଭିଯୋଗ ବ୍ୟକ୍ତିଗତ, ୭ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ଡାବୁଗାଁ ବ୍ଲକ ସଦରମହକୁମାରେ ଡାବୁଗାଁ ଠାରୁ ମାନିଗାଁ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ଜଗନ୍ନାଥ ମନ୍ଦିର ଠାରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ କରିବା, ଡାବୁଗାଁ ପଞ୍ଚାୟତରେ ୧୦.୩.୨୨ ତାରିଖ ଠାରୁ ୧୭.୩.୨୫ ତାରିଖ ପର୍ଯ୍ୟନ୍ତ ୪-୫ ଥର ପଲ୍ଲିସଭା ଓ ଗ୍ରାମ ସଭା କରି ସେହି ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ (ମୋ ପୋଖରୀ, ଗାଈ ଗୁହାଳ, ଜମି ମରାମତି, ରାସ୍ତା, ଦୋକାନ ଗୃହ) ଏହି ସବୁ କାର୍ଯ୍ୟ ୫ ବର୍ଷର ଖସଡା ତିଆରି କରି ବାରମ୍ବାର ବ୍ଲକ ପ୍ରଶାସନ କୁ ଦିଆଯାଇଥିଲେ ମଧ୍ୟ ଆଜକୁ ୩ ବର୍ଷ ହେଲା କୌଣସି କାର୍ଯ୍ୟ ହୋଇପାରୁନାହିଁ, ପାପଡାହାଣ୍ଡି ତହସିଲ ର ବିଭିନ୍ନ ବାଲି ଘାଟରେ ଜେସିପି ଦ୍ଵାରା ବାଲି ଉଠାଇ ଟିପର ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି କିନ୍ତୁ ସ୍ଥାନୀୟ ଟ୍ରାକ୍ଟର ଗୁଡିକୁ ବାଲି ଘାଟରୁ ବାଲି ଉଠାଇବାକୁ ଦିଆଯାଉନଥିବା ନେଇ ପାପଡାହାଣ୍ଡି ବ୍ଲକ ଟ୍ରାକ୍ଟର ମାଲିକ ସଂଘ ଅଭିଯୋଗ କରିଥିଲେ, ଡାବୁଗାଁ ବ୍ଲକ ଅଧୀନ ନନ୍ଦପୁରା ପଞ୍ଚାୟତ ସଦରମହକୁମାଠାରେ ଖେଳ ପଡିଆ ପାଇଁ ଜାଗା ଚିହ୍ନଟ କରାଯିବା, ଡାବୁଗାଁ ଜୟନ୍ତୀନଗର ଠାରେ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରାଯିବା, ଅଞ୍ଚଳା ପଞ୍ଚାୟତ ଅଧୀନ ଚିଚିବାଇ ସ୍ଥିତ ମାଁ ପାର୍ବତୀ ମନ୍ଦିର ର ଉନ୍ନତିକରଣ କରାଯିବା ଓ ପାପଡାହାଣ୍ଡି ବ୍ଲକ ଅଧୀନ ପାତ୍ରୀ ଜଙ୍ଗଲ ନିକଟରେ ଗ୍ରାମବାସୀଙ୍କୁ ବନ ବିଭାଗ କର୍ମଚାରୀ ହଇରାଣ କରିବା ଭଳି ଅଭିଯୋଗ ହୋଇଥିଲା | ଶେଷରେ ୨ ଜଣ ହିତାଧିକାରୀଙ୍କୁ ହୁଇଲଚେୟାର ଜିଲାପାଳ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା | ଏଥିରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପଣ୍ଡା, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ, ଜିଲା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରଧର ମିଶ୍ର, ଜିଲା ମୁଖ୍ୟ କୃଷି ଅଧିକାରୀ ପି. ଭି ରମଣ ରାଓ, ଜିଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିଶାନ, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ରାଧେଶ୍ୟାମ ଲାଇକ, ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତୀକ କୁମାର ରାଉତ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଭାରପ୍ରାପ୍ତ ଜିଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ମଲ୍ଲିକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଜିଲପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ସିଡିପିଓ ମିନତୀ ଦାଶ, ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ, ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତ୍ତମ ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଜିଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଧରାକୋଟ ରେ ମହିଳା ଦିବସ ପାଳନ 

masiha

ଭାଲୁ ଆକ୍ରଣରେ ବୃଦ୍ଧ ଗୁରୁତର

Sunil Chandra Nayak

ରାୟଗଡାରେ ବିଦ୍ୟାର୍ଥୀ ସଂସ୍କାର ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!