ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ଜିଲ୍ଲାପାଳ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗାମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଦର୍ଶନ କଲେ ଜିଲାପାଳ 

କୋରାପୁଟ ଜିଲ୍ଲାପାଳ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗାମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଦର୍ଶନ କଲେ ଜିଲାପାଳ 

ନିଲାବାଡି:- ଆନ୍ଧ୍ର ସୀମାନ୍ତ ବର୍ତ୍ତି ବନ୍ଧୁଗାଁ ବ୍ଲକ ନୀଲାବାଡ଼ି ଶ୍ରୀ ଶ୍ରୀ ଅଗ୍ନିଗଙ୍ଗାମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଦର୍ଶନ କଲେ କୋରାପୁଟ ଜିଲ୍ଲା ପାଳ ଭି କିର୍ତ୍ତୀବାସନ ମାଁ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମାଁ ଙ୍କ ଘଣ୍ଟ ହାଣ୍ଡି ମୁଣ୍ଡେଇ ଥିଲେ ସାଙ୍ଗରେ ଥିଲେ କୋରାପୁଟ ସିଡିଓ ବେଣୁଧର ଶବର, ଉପ ଜିଲ୍ଲାପାଳ ପ୍ରେମଲାଲ୍ ହିଆଲ ସମସ୍ତ ଅଧିକାରୀଙ୍କୁ ନିଲାବାଡ଼ି ଅଗ୍ନିଗଙ୍ଗାମାଁ ପୂଜା କମିଟି ସଭାପତି ବାଡ଼ି ସତ୍ୟମ୍ ନାଇଡ଼ୁ, ଆଡଭାଇଜର୍ କିଶୋର ପଟ୍ଟନାୟକ, ସମ୍ପାଦକ ଗାଣ୍ଠା ରବୀ ଶଙ୍କର, ନିଲାବାଡ଼ି ସରପଞ୍ଚ ୱାଟାକା ଜାଗାନ୍ନା , ପୂର୍ବତନ ସରପଞ୍ଚ ସଦାନା ପିଡ଼ିକା ପ୍ରମୁଖ ଉପସ୍ଥିତ ଜିଲ୍ଲା ପାଳ ଭି. କିର୍ତ୍ତିବାସନ ଓ ସିଡିଓ ବେଣୁଧର ଶବରଙ୍କୁ ପୂଷ୍ପ ଗୁଞ୍ଜ ଦେଇ ପାଛୋଟି ଆଣିଥିଲେ। ପରିଶେଷରେ ଜିଲ୍ଲା ପାଳ ଓ ଅଧିକାରୀ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରିବା ସହ ମାଁ ଫୋଟୋ ଉପହାର ଦେଇଥିଲେ। ଏହି ସମୟରେ ବନ୍ଧୁଗାଁ ଥାନା ଅଧିକାରୀ ପ୍ରମୋଦ କୁମାର ମିଶ୍ର, ତହସିଲଦାର ସୋନାଲି ପାତ୍ର ଓ ବିଡ଼ିଓ ମୀନତି ଜୟଦେବ ପ୍ରମୁଖ ଉପସ୍ଥିତ ଥିଲେ। ଯାତ୍ରା ନିମନ୍ତେ ରାୟଗଡ଼ା ଏବଂ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଜିଲ୍ଲା ପାଳ ଏବଂ ଆରଟିଓ ଓ ଡିଏମ୍ ମାନଙ୍କ ସହ ଆଲୋଚନା କରି ଭକ୍ତ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ବସର ବ୍ୟବସ୍ଥା ଓ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲା ପାଳ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ନୀଲାବାଡ଼ି ଅଗ୍ନିଗଙ୍ଗାମାଁ ମନ୍ଦିରକୁ ରାଜ୍ୟ ପର୍ଯ୍ୟଟନରେ ସାମିଲ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରକାଶ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆମ ହସ୍ପିଟାଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଅଭାସି ମାଧ୍ୟମରେ କଲେ ଉଦ୍ଘାଟନ…

masiha

ଉତ୍କଳ ଆଲୁମିନା ଦ୍ଵାରା ସିକଲ ସେଲ୍ ସଚେତନତା କାର୍ଯ୍ୟକ୍ରମ କାଶୀପୁର ବ୍ଲକ୍‌ରେ ଶୁଭାରମ୍ଭ

masiha

ଭେଷଜ,ଅବକାରୀ ଓ ପୋଲିସ ଅଧିକାରୀଙ୍କ ବିଭିନ୍ନ ଦୋକାନରେ ଚଢ଼ାଉ

Sunil Chandra Nayak

Leave a Comment

error: Content is protected !!