ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଘାଟିତ ହେଲା କୁରୁଣ୍ଟା ଦୋଳ ମହୋତ୍ସବ

ଉଦଘାଟିତ ହେଲା କୁରୁଣ୍ଟା ଦୋଳ ମହୋତ୍ସବ 

ଖଇରା,୧୬/୩/୨୫ – ବାଲେଶ୍ଵର ଜିଲ୍ଲା ଖଇରା ବ୍କକ ଅଧିନସ୍ଥ କୁରୁଣ୍ଟା ପଞ୍ଚାୟତ ପଡ଼ିଆରେ କୁରୁଣ୍ଟା ଦୋଳ ମହୋତ୍ସବ ଶନିବାର ସନ୍ଧ୍ୟାରେ ଗାଁ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ କଳାକାର ମାନଙ୍କ ନୃତ୍ୟଗୀତ ସମ୍ଭାରରେ ଉଦଘାଟିତ ହୋଇଯାଇଛି। ଦୋଳ ମହୋତ୍ସବ କମିଟିର ସଭାପତି ମାନସ କୁମାର ଦାଶଙ୍କ ପୌରହିତ୍ଯରେ ଆୟୋଜିତ ସଭାରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାଇକ ଉଦଘାଟକ, ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପଦ୍ମଲୋଚନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମଞ୍ଚଳ ଆୟୋଜିତ ଏହି ମହୋତ୍ସବ ନିଜ ଅଞ୍ଚଳର ଐତିହ୍ୟ ଓ ସଂସ୍କୃତିକୁ ସୁଦୃଢ କରିଥାଏ ବୋଲି ପ୍ରକାଶ କରିଥିଲେ। ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ପୂର୍ବତନ ଉପଧାକ୍ଷ ଜୟନ୍ତ କୁମାର ରାଉତ, ସରପଞ୍ଚ ରଘୁନାଥ ଜେନା, ସମିତି ସଭ୍ଯା କମିଳିନୀ ମାଝି, କମିଟି ସମ୍ପାଦକ ଲମ୍ବୋଦର ବେହେରା, କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ପାଢୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ।

ତପୋଧନ ବାରିକ ସ୍ବାଗତ ଭାଷଣ ଓ ସୁଶାନ୍ତ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ନୃତ୍ୟ ପରିବେଷଣ ମାଧ୍ୟମରେ ଦର୍ଶକ ମନ କିଣିଥିବା ଗଣ୍ଡିବେଡ ସାଇ ଡ୍ଯାନ୍ସ ଗ୍ରୁଫର କଳାକାର ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସଭା ଶେଷରେ କଣ୍ଠଶିଳ୍ପୀ ବିକି, ଅଭିନେତ୍ରୀ ଟିକି, ପିକେ ଅର୍କେଷ୍ଟ୍ରାର କଳାକାର ମାନଙ୍କ ଦ୍ବାରା ଗୀତ, ସଂଳାପ,ଓ କମେଡି ପରିବେଷଣ କରାଯାଉଥିଲା । ଦୋଳ ମହୋତ୍ସବ କମିଟିର ସମସ୍ତ ସଭ୍ୟ ମହୋତ୍ସବରେ ସହଯୋଗ କରିଥିଲେ ।।

ବାଲେଶ୍ବର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ନୂତନ ବନାଞ୍ଚଳ ଅଧିକାରୀ ଭାବେ କାମେଶ୍ବର ଆଚାରୀ ଙ୍କ କାର୍ଯ୍ୟଭାର ଗ୍ରହଣ

Sunil Chandra Nayak

ମଶା ଦାଉରେ ବୁଗୁଡ଼ାବାସୀ କଲବଲ , କାମରେ ଲାଗୁନି ଟିଫା ମେସିନ, ପ୍ରତିକାର ଦାବି 

Sunil Chandra Nayak

ସହକାରୀ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!