ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ 

ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ 

ରାଉରକେଲା: ସରକାରୀ ସୀକୃତି ପ୍ରାପ୍ତ ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସ୍ଥାନୀୟ ସିଭିକ ସେଣ୍ଟର ପ୍ରେକ୍ଷାଳୟ ଠାରେ ଏକ ନାରୀ ଭିତ୍ତିକ କାର୍ଯ୍ୟକ୍ରମ ଅନନ୍ୟା ନାରୀ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ସମାରୋହ ରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ରାଉରକେଲା ଇସ୍ପାତ କାରଖାନାର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ଵ ରଞ୍ଜନ ପଲାଇ ସମ୍ମାନିତ ଅତିଥି, ଓଲିଉଡ ତାରକା ଡାକ୍ତର ଅନୁରାଧା ପାଣିଗ୍ରହୀ ସେଲିବ୍ରିଟୀ ଅତିଥି, ସମାଜସେବୀ କମଲ ଅଗ୍ରୱାଲ ,ଡାକ୍ତର ପ୍ରତାପ ଚନ୍ଦ୍ର ଜେନା, ଶିଳ୍ପପତି ପଦ୍ମିନୀ ପାଣିଗ୍ରାହୀ, ବିଷ୍ଣୁପ୍ରିୟା ସ୍ଵାଇଁ ଓ ସମାଜସେବୀ ଲିପିକା ଦାସ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ । ଅନୁଷ୍ଠାନ ର ସଭାପତି ବିଷ୍ଣୁ ମୋହନ ମିଶ୍ର, ଉପ ସଭାପତି ରାଜକୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ଆଲୋକ ଜେନା ଓ ସଂସ୍କୃତିକ ସମ୍ପାଦିକା ଶିବାନୀ ରଣା ମଞ୍ଚ ରେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟରେ ନାରୀ ଆରମ୍ଭ ରୁ ସଶକ୍ତ ଓ ଅନନ୍ୟା ବୋଲି ନାରୀ ସଶକ୍ତି କରଣ ଦିଗରେ ଆସ୍ଥା ର ପ୍ରୟାସ ଖୁବ ସୁନ୍ଦର ଓ ସମାଜ ରେ ନାରୀ କିପରି ବିଭିନ୍ନ ଦିଗରେ ଆଗରେ ଆଜି ରହି ପାରୁଛି ସେ ସମ୍ପର୍କରେ ମତ ରଖିଥିଲେ। ପ୍ରାରମ୍ଭ ରେ କାର୍ଯ୍ୟସୂଚୀ ନିର୍ଦ୍ଦେଶିକା ପ୍ରୀତିଜା ମହାନ୍ତି ସ୍ଵାଗତ ଭାଷଣ ସହ ସମସ୍ତ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନ ର ସାଂସ୍କୃତିକ ସହାୟିକା ଶୁଭଲକ୍ଷ୍ମୀ ପାତ୍ର ଅନୁଷ୍ଠାନ ର କାର୍ଯ୍ୟ ସମୀକ୍ଷା ଉପରେ ସଂକ୍ଷିପ୍ତ ବିବରଣୀ ଦେଇଥିବା ବେଳେ ସାଂସ୍କୃତିକ ସମ୍ପାଦିକା ଶିବାନୀ ରାଣା ମହିଳା ଦିବସରେ ଉପରେ ଆସ୍ଥା ର ନୂତନ ନାମକରଣ ଅନନ୍ୟା ନାରୀ ଉପରେ ବାଖ୍ୟା କରି ଆସ୍ଥା ର ବିଭିନ୍ନ କ୍ଷେତ୍ର ରେ ନାରୀ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନା ଉପରେ ଆଲୋକପାତ କରିଥିଲେ । ଶେଷରେ ଅର୍ଥ ସମ୍ପାଦିକା ପ୍ରଜ୍ଞା ପରିମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ କୁନୁରାନୀ ବିଶ୍ଵାଳ ଓ ମୋନାଲିସା ସାହୁ ସଂଚାଳନ କରିଥିଲେ । ଡାକ୍ତରୀ, କବିତ୍ଵ, ଶିକ୍ଷା, ସମାଜସେବା, ଖେଳାଳି, ଗାୟିକା, ନୃତ୍ୟ, ଓ ଫ୍ୟାଶନ ପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ନାରୀ ସମ୍ମାନରେ ସୟମଶ୍ତୃତି ପଟ୍ଟନାୟକ , ସସ୍ମିତା ପ୍ରଧାନ , ମନୀଷା ନାୟକ, ଲିପିକା ଦାସ, ପ୍ରମିଳା ମହାନ୍ତି, ଜ୍ଯୋତି ପଣ୍ଡା, ସାଗରିକା ମହାନ୍ତି, ଜାନକୀ ମୁଖୀ ଓ ସୋନାଲୀ ଦାସ ଙ୍କୁ ଅନନ୍ୟା ନାରୀ ସମ୍ମାନ ସୂଚକ ଉପଢୌକନ ଓ ମେମୋଣ୍ଟୋ ଦେଇ ସମର୍ଦ୍ଧନା ଦିଆ ଯାଇଥିଲା । ଅନୁରୂପ ଭାବରେ ସୋସିଆଲ ମିଡିଆ  ସମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟକରୁଥିବା ସମ୍ବାଦିକାଙ୍କୁ ସମ୍ମାନିତ କରାଯାଇଥିଲା ।    

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପର୍ଶୁରାମ ମଲ୍ଲିକ, ମଧୁମିତା ପଣ୍ଡା, ମନୀଷା ଜେନା, ସରୋଜିନୀ ପତି, ପ୍ରାଞ୍ଜଳୀ ନାଗ, ସୁଶାନ୍ତ ସାହୁ, କାର୍ତ୍ତିକ ଖଣ୍ଡୁଆଳ, ପ୍ରତୀକ୍ଷା ସାହୁ, ସୁଜିତ ମହାନ୍ତି, ବସନ୍ତ ପତି, ଅକ୍ଷୟ ସିଆ, ସବିତା ସାହୁ, ସଞ୍ଜୁକ୍ତା ନାୟକ, ପୁର୍ଣିମା ଭଟ୍ଟାଚାର୍ଯ୍ୟ, ନମିତା ଦାସ , ସ୍ମୃତି ଲେଙ୍କା, ରେଣୁ ପ୍ରଭା ଜେନା, ଲୀନା ସେନାପତି, ସୁରେଶ ରାଉତରାୟ, ହରେନ୍ଦ୍ର ନାୟକ, ବିଭୁତି ସେଠି ଏବଂ କ୍ଷିତିସ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ – ୨୦୨୫ ପଥ ଉତ୍ସବ ଅନୁଷ୍ଠିତ

masiha

ଗର୍ତ୍ତରେ ବୁଡି ବାଳକ ମୃତ 

Sunil Chandra Nayak

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!