ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାରଣାରେ ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ,ସ୍ୱାସ୍ଥ୍ୟ ସମନ୍ଦିୟ କାର୍ଯ୍ୟକ୍ରମ ଠପ ,ଚିନ୍ତାରେ ଆଶା କର୍ମୀ 

ଧାରଣାରେ ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ,ସ୍ୱାସ୍ଥ୍ୟ ସମନ୍ଦିୟ କାର୍ଯ୍ୟକ୍ରମ ଠପ ,ଚିନ୍ତାରେ ଆଶା କର୍ମୀ 

ଜୁନାଗଡ଼ ୧୯/୩ ( ମନୀସ ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନେ ଦୀର୍ଘ ୭ ଦିନ ହେଲା ଭୁବନେଶ୍ୱର ସ୍ଥିତ ଲୋୟର ପି ଏ ମ ଜି ଠାରେ ଦୁଇ ଦଫା ଦାବି ନେଇ ସାମୁହିକ ଧାରଣାରେ ବସିଛନ୍ତି ।ଏହାର ପ୍ରଭାବରେ ଜିଲ୍ଲା ତଥା ବ୍ଲକ ଓ ରାଜ୍ୟରେ ସମସ୍ତ ରିପୋର୍ଟ ପ୍ରଦାନ ,ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ,ଆଶା ପ୍ରୋତ୍ସାହନ ରାଶି ପ୍ରଦାନ ,ଯକ୍ଷ୍ମା ନିୟନ୍ତ୍ରଣ ,କୁଷ୍ଠ ନିୟନ୍ତ୍ରଣ ,ଅଣ ସଂକ୍ରମକ ରୋଗ କାର୍ଯ୍ୟକ୍ରମ ,ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଭଳି ଅନେକ ପ୍ରୋତ୍ସାହନ ରାଶି ପ୍ରଦାନ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି ।ବିଶେଷ କରି ରାତି ଦିନ ନିୟମିତ ଗର୍ଭବତୀ ମହିଳା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମନ୍ଦିୟ କାର୍ଯ୍ୟକ୍ରମ କରି ଆସୁଥିବା ଆଶା କର୍ମୀ ମାନଙ୍କ ଦରମା ଏଯାଏଁ ହୋଇ ପାରୁ ନାହିଁ । ଯାହା ଫଳରେ ଏବେ ଚିନ୍ତାରେ ଆଶା କର୍ମୀମାନେ ।ବର୍ତ୍ତମାନ କେବେ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନେ ଧାରଣ।ରୁ ହଟିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି ।ବର୍ତ୍ତମାନ ସ୍ଥାୟୀ ନିଯୁକ୍ତି ଦାବି ତଥା ଜନ ସ୍ଵାସ୍ଥ୍ୟ ପରିଚାଳନା କ୍ୟାଡର ଗଠନର ଦୁଇ ଦଫା ଦାବିରେ ରାଜ୍ୟର ସମସ୍ତ ୪୨୦୦ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାର୍ଚ୍ଚ ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିଛନ୍ତି ।ଏହି କର୍ମଚାରୀ ମାନେ ଧାରଣାରେ ରହିଥିବା ଯୋଗୁଁ ଆଶା ମାନଙ୍କ ପ୍ରୋତ୍ସାହନ ରାଶି ମିଳିପାରିନାହିଁ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପୁରୀରେ ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

ମୌସୁମୀ ବର୍ଷାରେ ଭିଜୁଛି ହଜାର ହଜାର ବସ୍ତା ଧାନ: ଚୋରି ଭୟ ସାଙ୍ଗକୁ ‘କଟନୀ-ଛଟନୀ’ ମାଡ଼ରେ ଚାଷୀ ବେହାଲ , ମଣ୍ଡି ପରିଦର୍ଶନ କଲା ବିଜେଡି ପ୍ରତିନିଧି ଦଳ, ରାଜରାସ୍ତା ଅବରୋଧ ଚେତାବନୀ

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ ….

masiha

Leave a Comment

error: Content is protected !!