ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ

ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ

ରାଉରକେଲା : ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ପକ୍ଷରୁ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି ଆନୁଷ୍ଠାନିକ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିବାବେଳେ ରାଜ୍ୟ ପ୍ରତିନିଧି ପ୍ରଦୀପ ଚୈଧୁରୀ ,ଡଃ ଅରୁଣ କୁମାର ପାଣି , ସୈ।ଦାମିନୀ ଦାସ , ହୃଦାନନ୍ଦ ସାସମଲ , ଅକ୍ଷୟ ନାୟକ,ବିଜୟ ପ୍ରସାଦ ଉଲ୍ଲାକା , ସସ୍ମିତା ସାହୁ, ଜୟଶ୍ରୀ ମୁଦ୍ରା ଙ୍କ ସହଭାଗିତାରେ ଖୁବ୍ ସୁନ୍ଦର ଭାବରେ ଆୟୋଜିତ ହୋଇଛି। ପ୍ରଥମ ପର୍ଯ୍ୟାୟ ରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ କୁମାର ଜେନା ,ଏକାମ୍ର ଅଞ୍ଚଳର ବିଧାୟକ ବାବୁ ସିଂ, ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡାବିତ୍ ମିନତୀ ମହାପାତ୍ର , ସମାଜସେବୀ ବନ୍ଦନା ମହାପାତ୍ର ଏବଂ ହାପି ମୋମେଣ୍ଟସ ରାଜ୍ୟ ପ୍ରମୁଖ ତଥା ବରିଷ୍ଠ ସମାଜସେବୀ ଶଶଧର ପଣ୍ଡା ଯୋଗଦାନ କରି ବିକଶିତ ଭାରତବର୍ଷର ଗଠନ ରେ ନାଗରିକ ଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵବୋଧ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଶିଶୁ କଳାକାର ମାନଙ୍କ ଦ୍ଵାରା ନୃତ୍ୟ , ସଙ୍ଗୀତ , ପରିବେଷଣ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କ ମଧ୍ୟରେ ସ୍ନେହା ମିଶ୍ର, ବିଶ୍ବନାଥ ଶବର , କଳ୍ପନା ମହାପାତ୍ର, ଅରୁଣ ପାଣି , ସୁଭଦ୍ରା ପ୍ରଧାନ,  ବନବିଭାଗ ବନରକ୍ଷୀ କୁନି କୁସୁଲିଆ, ଧନେଶ୍ଵରୀ ପାତ୍ର, ଚନ୍ଦା ଚରଣ ପାଣିଗ୍ରାହୀ, ପ୍ରଭାତ ଇଞ୍ଜିନିୟରିଂ ର ସମ୍ପାଦକ ଡଃ ସୁରେଶ କୁମାର ମିଶ୍ର , ପ୍ରଣୟ ସ୍ୱାଇଁ ,ପାର୍ଥ ରାଉତ , ଗୀତାଞ୍ଜଳି ମହାପାତ୍ର , ଲଳିତେନ୍ଦୁ ,ରବିନ୍ଦ୍ର ମହାପାତ୍ର , ତନୁଜା ଶତପଥି, କବିତା ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ର ଦ୍ଵିତୀୟ ଓ ଶେଷ ପର୍ଯ୍ୟାୟ ରେ ଓଡ଼ିଶାର ୨୪ ଜିଲ୍ଲା ରୁ ୧୨୮ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ମଞ୍ଚ ଉପରେ ପୁଷ୍ପଗୁଚ୍ଛ ମାନପତ୍ର ଉତ୍ତରୀୟ ଏବଂ ଟ୍ରଫି ଦେଇ ଏକାମ୍ର ପ୍ରତିଭା ସମ୍ମାନରେ ସମ୍ମାନିତ କରିବା ସହ ଓଡ଼ିଶା ଜାତି ଗର୍ବ ଓ ଗୌରବ ରଖିବା ପାଇଁ ଶପଥ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଦୁଇ ବିଧାୟକ ଏବଂ ଅନ୍ୟ ଅତିଥି ଗଣ ହାପି ମୋମେଣ୍ଟସର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ। ନିଜେ ଆନନ୍ଦ ରେ ରହିବା ଏବଂ ସମାଜରେ ଆନନ୍ଦ ବିସ୍ତାର କରିବା ମୂଳ ଲକ୍ଷ୍ୟ ନେଇ କାମ କରୁଥିବା ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ଆବାଳ ବୃଦ୍ଧ,ବୃଦ୍ଧା ବନିତା ଙ୍କ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ନମ୍ରତା ମହାନ୍ତି ସଂଯୋଜନା କରିଥିଲାବେଳେ ଦକ୍ଷିଣ ଓଡିଶାର ରାଜ୍ୟ ପ୍ରତିନିଧି ପ୍ରଦୀପ ଚୈ।ଧୁରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଓ ପ୍ରତିଷ୍ଠାତା ଶ୍ରୀ ପଣ୍ଡାଙ୍କ ଧନ୍ୟବାଦ୍ ଅର୍ପଣ ପରେ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଣପୁର ଗ୍ରସ୍ତରେ ରାଜ୍ୟ ମିଶନ ଶକ୍ତି ଉପଦ୍ୟେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର

Sunil Chandra Nayak

ରାଇରଙ୍ଗପୁରରେ ବ୍ଳକ ସ୍ତରୀୟ ମିଶନ ଶକ୍ତି ଓଡ଼ିଆ କବି ସମ୍ମିଳନୀ 

masiha

ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

Sunil Chandra Nayak

Leave a Comment

error: Content is protected !!