ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରା.ପ ଓ ଗ୍ରାମ୍ୟ ଉନ୍ନୟନ ସମିତି, ତେରେସିଂହା ର ମିଳିତ ଉଦ୍ୟମରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସର୍ବ ସାଧାରଣ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତେରେସିଂହା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦ ସୁନା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଗ୍ରାମ୍ୟ ଉନ୍ନୟନ ସମିତି ର ସଭାପତି ନିର୍ମଳ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରମୋଦ ସୁନା, ମୁଖ୍ୟବକ୍ତା ଭାବେ କୌଶିକ ବାବା ଡ଼ିଗ୍ରୀ କଲେଜ ଅଧ୍ୟକ୍ଷା ଲିପ୍ସାମୟୀ ଦୁବେ, ସମ୍ମାନୀତ ଅତିଥି ଭାବେ ତେରେସିଂହା ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ ବାଗ, ପିରବତୀ ମହିଳା ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁଲାଲ ମହାନନ୍ଦ, ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗରୁଡ଼ଧ୍ଵଜ ଗହୀର, ମିଶନ ଶକ୍ତି ସଭାନେତ୍ରୀ ସୁଷମା ରଣା ପ୍ରମୁଖ ଯୋଗଦେଇ ଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା l ସେହିପରି ରେଗଡା ଗ୍ରା.ପ. ‘ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା’ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏଥିରେ ସରପଞ୍ଚ ମହୋଦୟା ଦୀପ୍ତିରାଣୀ ସାହୁ ପତାକା ଉତ୍ତୋଳନ କରିଥିଲେ l ଏହି ଅବସରରେ ସଂଘ ସଭାପତି ଗିରିଧାରୀ ସାହୁ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରେଗଡା ସରପଞ୍ଚ ଶ୍ରୀମତୀ ଦୀପ୍ତିରାଣୀ ସାହୁ, ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ସାହୁ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ନବୀନ କିଶୋର ସାହୁ, ପୂର୍ବତନ ସରପଞ୍ଚ ସୁଶାନ୍ତ ପରିଡ଼ା, ୱାର୍ଡ ସଭ୍ୟ ଉସ୍ତ ସାହୁ, ସହାୟକ ଶିକ୍ଷକ ଲମ୍ବୋଦର ସାହୁ, ଅଙ୍ଗନୱାଡ଼ି କର୍ମୀ ଝିଲି ସାହୁ, ମାଧବୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପାତ୍ରପୁଟ ଏସଏସଡ଼ି ଉଚ୍ଚ ବିଦ୍ୟାଳୟ ବାର୍ଷିକୋତ୍ସବ

masiha

ଜୟପାଟଣା: ଦୁର୍ଦ୍ଦିନରେ ପରିବା ଚାଷୀ , ଶୀତଳ ଭଣ୍ଡାର ପାଇଁ ଦାବି

Sunil Chandra Nayak

ପରିଚୟ ତରଫରୁ ଜାତୀୟ ରଜମହୋତ୍ସବ ସମ୍ପନ୍ନ 

masiha

Leave a Comment

error: Content is protected !!