ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସରପଞ୍ଚ ନିଲମ୍ବିତ

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସରପଞ୍ଚ ନିଲମ୍ବିତ

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜଣେ ସରପଞ୍ଚ ନିଲମ୍ବିତ ହୋଇଥିବା ଜଣା ପଡ଼ିଛି। ଉକ୍ତ ସରପଞ୍ଚ ହେଉଛନ୍ତି ଆଗଲପୁର ବ୍ଲକ ଅଧିନସ୍ଥ ଭର୍ ସୂଜା ପଞ୍ଚାୟତ। ସରପଞ୍ଚଙ୍କ ନାମ ହେଉଛି ଶ୍ରୀମତୀ ପ୍ରମିଳା ସାହୁ। ଏନେଇ ଓଡ଼ିଶା ସରକାର ଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ଚିଠି ପ୍ରକାଶ ପାଇଛି। ପତ୍ର ନ ହେଉଛି7407 ତାରିଖ 18-3-2025 ଅନୁସାରେ ସରପଞ୍ଚ ଶ୍ରୀମତୀ ପ୍ରମିଳା ସାହୁ ଙ୍କୁ ପଦବୀରୁ ନିଲମ୍ବନ କରା ଯାଇଛି। ସୂଚନାନୁସାରେ ଭର୍ସୂଜା ପଞ୍ଚାୟତ ର ପୂର୍ବତନ କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ରାଜ୍ କିଶୋର ପୋଡ଼ ଙ୍କ ସହ ମିଶି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ ନିମନ୍ତେ ବହୁ ଟଙ୍କା ଉଠାଇଥିଲେ। ଏଥିରେ ବ୍ୟାପକ ଅର୍ଥ ଅନିୟମିତତା ନେଇ କିଛି ଲୋକ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କଲାପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ କଳା ପରେ ବ୍ୟାପକ ଅନିୟମିତତା ହୋଇଥିବା ଜଣା ପଡ଼ିଥିଲା। ପରେ ପରେ ଜିଲ୍ଲାପାଳ ଙ୍କ ରିପୋର୍ଟ୍ କୁ ଆଧାର କରି ସରପଞ୍ଚ ଶ୍ରୀମତୀ ପ୍ରମିଳା ସାହୁ ଙ୍କୁ ପଦବୀରୁ ନିଲମ୍ବନ କରା ଯାଇଛି। ଉକ୍ତ ଘଟଣାରେ ଅର୍ଥ ହେରଫେର ଅଭିଯୋଗ ରେ ପଞ୍ଚାୟତ ର ପୂର୍ବତନ କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ରାଜ୍ କିଶୋର ପୋଡ଼ ଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡ଼ିଥିଲା। ଏ ନେଇ ଆଗଲପୁର ବ୍ଲକ୍ ରେ ଚର୍ଚା ଜୋର୍ ଧରିବାରେ ଲାଗିଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଏନ୍.ଏସ୍.ଏସ୍ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

masiha

ଧର୍ମଗଡ଼ ଶକ୍ତି ସଦନ ଠାରେ ଆନ୍ତର୍ଜାତୀୟ ମହିଳା ନିରୋଧ ସଚେତନତା କାର୍ଯ୍ୟକ୍ରମ

masiha

ଆର,ଏସ.ପି ର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ରିକ୍ସ ର ଋଣ ହୁଙ୍କାର

Leave a Comment

error: Content is protected !!