ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଵ ମଙ୍ଗଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ

ସର୍ଵ ମଙ୍ଗଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ସର୍ଵ ମଙ୍ଗଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଆମ ସଂସ୍କୃତି ଆମ ଖେଳଣା ଓ ବିଜ୍ଞାନ ଓ ଗଣିତ କ୍ଲବ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମୁକ୍ତା ଖମାରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ମୁଖ୍ୟ ବକ୍ତା ଭାବେ ନୋଡାଲ ସିଆରସିସି କୋକସରା ବୈକୁଣ୍ଠ ଜାଲ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କଳ୍ପନା ମଞ୍ଜରି ସିଂ, ଶିକ୍ଷୟିତ୍ରୀ ଗାୟତ୍ରୀ ଲେଙ୍କା, ଅବିଭାବକ ଶୁକଦେବ ହୋତା, ପ୍ରମୋଦ ବେମାଲ, ସାବିତ୍ରୀ ବେମାଲ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀ ଙ୍କୁ ନିଜର ପରମ୍ପରା ସଂସ୍କୃତି, ଓ ଲୁକ୍କାୟିତ ଖେଳ, ଖେଳଣା ଉପରେ ପରାମର୍ଶ ସହ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ରେ ନିର୍ମିତ ଖେଳଣା ପ୍ରଦର୍ଶିତ କୁ ନେଇ ପ୍ରସଂଶା ଓ ଉତ୍ସାହିତ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ସୁମନ ଅର୍ପିତ ପଣ୍ଡା, ଭାଗ୍ୟଶ୍ରୀ ଗିରି, ତରୁଲତା ସିଂ, ଗୀତାଞ୍ଜଳି ଗିରି, କିଶନଲାଲ ଧଙ୍ଗଡା ମାଝୀ ଓ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସୁସ୍ଥରେ ଜିଈଁବା ପାଇଁ ନିଶାନିବାରଣ ଓ ଶାରିରୀକ ପରିଶ୍ରମ ଜରୁରତା ନେଇ ଅଭିରାମ ଙ୍କ ଝାରସୁଗୁଡ଼ା ରୁ ରାଇରଙ୍ଗପୁର ସଚେତନତା ପଦଯାତ୍ରା 

Sunil Chandra Nayak

ବି.ବି.ହାଇସ୍କୁଲ୍ ରେ ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ ଅନ୍ତର୍ଗତ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉପଲକ୍ଷେ “ସୁସ୍ଥ ଶିଶୁ,ସୁସ୍ଥ ପରିବାର,ସମୃଦ୍ଧ ଓଡ଼ିଶା” ଓ “ଆମ ଅଙ୍ଗନବାଡ଼ି,ଆମ ଦାୟୀତ୍ୱ” ବିଷୟରେ ପ୍ରବନ୍ଧ,କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା -୨୦୨୬ ଅନୁଷ୍ଠିତ 

Sunil Chandra Nayak

ଜୁନାଗଡ଼ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

masiha

Leave a Comment

error: Content is protected !!