ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ମହିଳା ଓ ବିଶ୍ବ ପଖାଳ ଦିବସ ପାଳନ 

ଆନ୍ତର୍ଜାତିକ ମହିଳା ଓ ବିଶ୍ବ ପଖାଳ ଦିବସ ପାଳନ 

ରାଉରକେଲା: ଆଜି ସେକ୍ଟର ୩ ଖଡ୍ଗ ମନ୍ଦିର ପରିସରରେ ଖଣ୍ଡାୟତ କ୍ଷତ୍ରିୟ ମହାସଭା ମହିଳା ଶାଖା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ସଂଯୋଜନାରେ ରବିନ୍ଦ୍ର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଓ ଅତିଥି ଭାବେ ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ନିବେଦିତା ରାୟ ମହିଳା ଦିବସ ଉପରେ ଓ ପ୍ରଫେସର ଡଃ ସମର ମୁଦାଲି ପଖାଳ ଦିବସ ବିଷୟରେ ସାରଗର୍ଭକ ଭାଷଣ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସତ୍ୟାନନ୍ଦ ବେହେରା, ନାରୀନେତ୍ରୀ ମିନତି ବିଶ୍ଵାଳ,ନିତାଞ୍ଜଳି ପ୍ରଧାନ, ସପ୍ନା ଭଞ୍ଜଦେଓ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଭା ଶେଷରେ ବାସି ପଖାଳ ସହିତ ସଂପୂର୍ଣ୍ଣ ଶାକାହାରୀ ଲେଉଟିଆ ଶାଗ ଭଜା, ବଡ଼ିଚୁରା, ଛୁଇଁଆଳୁ ଭଜା, ନିମ୍ବ କଢ ବାଇଗଣ ଭଜା, ଆଳୁ ବାଇଗଣ ଭର୍ତ୍ତା, କଞ୍ଚା ଆମ୍ବ ଚଟଣୀ, କଲରା ଆଳୁ ଭଜା, କାକୁଡି, କଞ୍ଚାଲଙ୍କା ସହିତ ଶତାଧିକ ମହିଳା ଓ ମହାସଭାର ସଦସ୍ୟ ପଖାଳ ର ମଜା ନେଇଥିଲେ। ଶେଷରେ ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ -୨୦୨୩       

Sunil Chandra Nayak

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ୩୭୨ ଟି ମାମଲାର ଫଇସଲା

ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!