ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଦର ବ୍ଲକ ଅନ୍ତର୍ଗତ ଚହ ଗାଁ ପଂଚାୟତ ର ଘଣ୍ଟବାହାଲି ଗ୍ରାମବାସି ମାନଙ୍କ ପାଇଁ ରାସ୍ତା ସାତସପନ !!

ସଦର ବ୍ଲକ ଅନ୍ତର୍ଗତ ଚହ ଗାଁ ପଂଚାୟତ ର ଘଣ୍ଟବାହାଲି ଗ୍ରାମବାସି ମାନଙ୍କ ପାଇଁ ରାସ୍ତା ସାତସପନ !!

ଆମ ଓଡିଶା ରାଜ୍ୟ ରେ କଳାହାଣ୍ଡି ଜିଲ୍ଲା ର ଏକ ସ୍ୱତନ୍ତ୍ର ପରିଚୟ ରହିଅଛି । କଳାହାଣ୍ଡି ମାଟି ହେଉଛି ଜଗତର ମା ମାଁ ମାଣିକେଶ୍ବରୀ ର ମାଟି , ଏହି ମାଟି ହଉଛି ମାଁ ଲଙ୍କେଶ୍ୱରୀ ର ମାଟି ,ବୀର ରେଣ୍ଡୋ ମାଝୀ ର ମାଟି । ଗୋଟେ ପଟେ କଳାହାଣ୍ଡି ଜିଲ୍ଲା ର ଘୁମୁରା ବାଦ୍ୟ ବିଶ୍ଵଦରବାରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କିନ୍ତୁ ଅପରପକ୍ଷେ ଜିଲ୍ଲା ର ସଦର ମହକୁମା ,ଭବାନୀପାଟଣା ଠାରୁ ମାତ୍ର 25 କିଲୋମିଟର ଦୁରରେ ଅବସ୍ଥିତ ଚହ ଗାଁ ପଞ୍ଚାୟତ ର ଘଣ୍ଟବାହାଲି ଗ୍ରାମ ସ୍ୱାଧୀନତା କୁ 77 ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବିକାଶ ରୁ ବଞ୍ଚିତ ହୋଇଅଛି । ଘଣ୍ଟବାହାଲି ଗ୍ରାମକୁ ଯିବା ପାଇଁ ଆଜି ମଧ୍ୟ ଭଲ ରାସ୍ତା ଟେ ନାହିଁ । ଭବାନୀପାଟଣା – ରାୟପୁର କୁ ସଂଯୋଗ କରୁଥିବା SH -16 ମୁଖ୍ୟ ସଡକ ଠାରୁ କିଛି ଦୂରରେ ଅବସ୍ଥିତ ଘଣ୍ଟବାହାଲି ଗ୍ରାମ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଠାରୁ ଅଳ୍ପ ଦୂରରେ ଥାଇ ମଧ୍ୟ ଆଜି ଏହି ଗ୍ରାମର ଜନସଧାରଣ ରାସ୍ତା ପାଇଁ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟତଃ ବର୍ଷା ର ଆଗମନରେ ଗାଁ ରାସ୍ତା ପାଲଟିଯାଏ ମରଣଯନ୍ତା ସଦୃଶ । ରୋଗୀ ପାଇଁ Ambulance ଆସିବାରେ ଅନେକ ବିଳମ୍ବ ହୋଇଥାଏ ଏହି ଖରାପ ରାସ୍ତା ପାଇଁ । ବାରମ୍ବାର ବିଭାଗୀୟ କତୃପକ୍ଷ ଙ୍କୁ ସାକ୍ଷାତ କରି ସମସ୍ୟା ର ଅଭିଯୋଗ କରି ମଧ୍ୟ କୌଣସି ସୁଫଳ ପାଇଁ ପାରି ନାହାନ୍ତି ଘଣ୍ଟବାହାଲି ଗ୍ରାମବାସିବୃନ୍ଦ । ସବୁ ସରକାରୀ ଯୋଜନା ଯେମିତି ମୁହଁ ଆଡେଇ ଦେଇଛି ଏହି ଗାଁ ପାଇଁ। ଆଜି ର ଦୁନିୟା ହଉଛି ସ୍ମାର୍ଟ ଫୋନ ଆଉ ସ୍ମାର୍ଟ ଲୋକଙ୍କ ଦୁନିୟା , ବର୍ତମାନ ଏହି ଗ୍ରାମର ଯୁବପିଢ଼ି କିନ୍ତୁ ପ୍ରଶ୍ନ କରୁଛି ସରକାରକୁ “ ଆମର ଭୁଲ କଣ ?? କାହିଁକି ଗୋଟେ ଭଲ ରାସ୍ତା ରୁ ଦୁରେଇ ରଖାହେଇଛି ଘଣ୍ଟବାହାଲି ଗ୍ରାମବାସୀଙ୍କୁ ?? ବର୍ତମାନ କିନ୍ତୁ ଓଡିଶା ରାଜ୍ୟରେ ନୂତନ ସରକାର । ଘଣ୍ଟବାହାଲି ଗ୍ରାମବାସି ମଧ୍ୟ ନୂତନ ସରକାରଙ୍କଠୁ ନୂତନ ଆଶା କରିଛନ୍ତି। ଏହି ସରକାର ପୂରଣ କରିବେ ତାଙ୍କର ସ୍ବପ୍ନ ଆଉ ସେମାନେ ପାଇପାରିବେ ସେମାନେ ତାଙ୍କର ହକ । ଆଜି ସମସ୍ତ ଗ୍ରାମବାସୀ ସରକାର ଆଉ ସ୍ଥାନୀୟ ନେତୃତ୍ୱ କୁ ଉନ୍ନତମାନର ରାସ୍ତା ଯଥାଶୀଘ୍ର ନିର୍ମାଣ ପାଇଁ ଅନୁରୋଧ କରୁଛନ୍ତି। ଦେଖିବାକୁ ବାକି ରହିଲା ସରକାର ଆଉ ବିଭାଗୀୟ ଅଧିକାରୀ କେତେ ଶୀଘ୍ର ଘଣ୍ଟବାହାଲି ଗାଁରେ ନୂତନ ରାସ୍ତା ନିର୍ମାଣ କରିବେ ।

କଳାହାଣ୍ଡି ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ବନଶ୍ରୀ ସାଧନା କକ୍ଷ ଲୋକାର୍ପିତ 

masiha

ଘରୋଇ ହିଂସା ମୁକାବିଲା ସମ୍ବନ୍ଧୀୟ ସଚେତନତା କର୍ମଶାଳା

masiha

ରାଇରଙ୍ଗପୁରର ନୂତନ ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ରଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!