ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ରାୟଗଡ଼ା, ୨୪/୦୩/୨୦୨୫ : World Tuberculosis Day ଯକ୍ଷ୍ମା(Tuberculosis) ବା ଟିବି ଏକ ସଂକ୍ରାମକ ରୋଗ ଅଟେ। ଏହି ରୋଗର ନିରାକରଣ ନିମନ୍ତେ ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଏ। ଏହି ପରିପେକ୍ଷିରେ ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ନର୍ସିଂ ବିଭାଗର ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଶ୍ଵ ଯକ୍ଷ୍ମା ଦିବସ ପାଳନ କରାଯାଇଛି। ଛାତ୍ରଛାତ୍ରୀ ମାନେ ଚିତ୍ର ଆଙ୍କି ଏହି ଯକ୍ଷ୍ମା ବା ଟିବି ସମ୍ପର୍କରେ ସଚେତନତା ସୃଷ୍ଟି କରିଥଲେ। ଏହାସହ ଯକ୍ଷ୍ମା ବା ଟିବି ରୋଗ ର ଲକ୍ଷଣ, କାରଣ ଓ ନିରାକରଣ ବିଶୟ ଉପରେ ଆଲଚନା କରାଯାଇଥିଲା । ସେହିପରି ଯକ୍ଷ୍ମା ବା ଟିବି ରୋଗ ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ବିଶ୍ୱବିଦ୍ୟାଳୟ ପରିସରରେ ପରିଦର୍ଶନ କରଯାଇଥିଲା। ନର୍ସିଂ ଅଧ୍ୟକ୍ଷ କେ. ଉର୍ମିଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନର୍ସିଂ ବିଭାଗର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷିତ୍ରୀମାନେ ସାମିଲ ହୋଇଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ କଳାକାର ଙ୍କୁ ଅନ୍ତିମ ବିଦାୟ

masiha

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାଗ ନେବେ ଶିଳ୍ପୀ ଓମ ପ୍ରକାଶ ସାହୁ

Sunil Chandra Nayak

ଟାଟା-ବାଦାମପାହାଡ ରେଳପଥ ର ସମସ୍ତ ଷ୍ଟେଷନ ଗୁଡିକର ସୂଚନା ଫଳକରେ ଅଲଚିକି’ ରେ ଉଲ୍ଲେଖିତ କରାଯିବା ସହ ସାନ୍ତାଳୀ ଭାଷାରେ ଏନାଉନ୍ସ କରାଯିବାକୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!