ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବ  ଉଦ୍‌ଘାଟନୀ ସନ୍ଧ୍ୟାରେ ଇତିହାସର ଅନନ୍ୟ କାହାଣୀ କାଳିଦାସ

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବ

 ଉଦ୍‌ଘାଟନୀ ସନ୍ଧ୍ୟାରେ ଇତିହାସର ଅନନ୍ୟ କାହାଣୀ କାଳିଦାସ

ରାଉରକେଲା: କିମ୍ବଦନ୍ତୀ ଭିନ୍ନ ଭିନ୍ନ ମତ ଦିଏ । ତାଙ୍କ ଜନ୍ମ ସ୍ଥାନ ଓ ମୃତ୍ୟୁ ସମୟ ମଧ୍ୟ ଅସ୍ପଷ୍ଟ । ତଥାପି କାଳିଦାସଙ୍କ କାବ୍ୟକବିତାକୁ ଆଧାର କରି ତାଙ୍କ ଜୀବନୀ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ଥିଲା । ସେ ଯେତିକି ଯଶର ଅଧିକାରୀ ହୋଇଥିଲେ ତା’ଠୁ ଅନେକ ଗୁଣରେ ଅଯଥା ନିନ୍ଦିତ ତଥା ଭର୍ତ୍ସିତ ହୋଇଥିଲେ । ତାଙ୍କ ଜୀବଦ୍ଦଶାରେ ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ । ମହାକବି କାଳିଦାସଙ୍କ ଜୀବନୀ ତଥ୍ୟ ସମ୍ବଳିତ ନୁହେଁ । ତାଙ୍କ ଘଟଣାବହୁଳ ଗାଥାକୁ ଆଧାର କରି ରଚିତ ଏହି ନାଟକଟିର ମୂଳ ଲେଖକ ହେଉଛନ୍ତି ହରିଶ୍ଚନ୍ଦ୍ର ବେହେରା । ନାଟକ ‘ମହାକବି କାଳିଦାସ’ ସଂପର୍କର କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ସଂପାଦନା, ସଂଳାପ ଓ ନିର୍ଦ୍ଦେଶନା ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଦେଇଥିବା ବେଳେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ମୂରଲୀଧର ଦାଶ, ବିବେକାନନ୍ଦ ଦାଶ, ବିଜୟ କୁମାର ପାତ୍ର, ଭାସ୍କର ମହାପାତ୍ର, ସୁରେନ୍ଦ୍ର ପାଢ଼ୀ, ପ୍ରଳୟ ଶତପଥୀ, ଭରତ ଚନ୍ଦ୍ର ବେହେରା, ପ୍ରଣବ ପାଣିଗ୍ରାହୀ, ପୁଷ୍ପା ବିଶୋଇ, ସୁଦେଷ୍ଣାରାଣୀ ରାଉତ, ସୁରଭି ରଣା, ସସ୍ମିତା ବେକ୍‌, ପ୍ରଶ୍ମିକା ପଟ୍ଟନାୟକ । ନୃତ୍ୟରେ କୁମାରୀ ଗ୍ରୀଷ୍ମା ତିୱାରୀ ଓ ସ୍ପନ୍ଦିତା ଖୁିଆ, ସଂଗୀତରେ ଶକ୍ତି ପ୍ରସାଦ ମିଶ୍ର, ଆଲୋକ ରେ ରାକେଶ ଶତପଥି, ରୂପସଜ୍ଜା ରେ ମାମା ଚିତ୍ରାଳୟ, ମଞ୍ଚସଜ୍ଜା ରେ ପ୍ରଳୟ ଶତପଥି ତଥା ମଞ୍ଚ ପରିଚାଳନା ରେ ମାନସ ସାହୁ ଓ ସଞ୍ଜୀବ୍ ଚାନ୍ଦ ସହଯୋଗ କରିଥିଲେ।

  ‘ସଂପର୍କ’ ନାଟ୍ୟନୁଷ୍ଠାନ ପକ୍ଷରୁ ଆୟୋଜିତ ବିଶ୍ୱନାଟ୍ୟ ଦିବସ-୨୦୨୫ ଅବସରରେ ‘ଜାତୀୟ ନାଟକ ମହୋତ୍ସବ’ ସିଭିକ୍ ସେରଠାରେ ଉଦଘାଟନୀ ସନ୍ଧ୍ୟାରେ ପ୍ରଫେସର ସମର ମୁଦାଲୀ ସଭାପତିତ୍ବ କରିବା ସହିତ ସ୍ୱାଗତ ଅଭିଭଷାଣ ପ୍ରଦାନ କରିଥିଲେ l ମୁଖ୍ୟଅତିଥି ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ଭଗବାନଙ୍କ ଆଶ୍ରିବାଦ ବଳରେ କଳାକାର, ନାଟ୍ୟକାର ଓ ନିର୍ଦେଶକଙ୍କ ନିଖୁଣ ଅଭିନୟ ଓ ଲେଖନୀରେ ଦର୍ଶକ ମନୋଭାବନାରେ ପରିଵର୍ତ୍ତନ ଆଣିଥାଏ ବୋଲି କହିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିଲେ ଅବସରପ୍ରାପ୍ତ ସ୍ୱତନ୍ତ୍ର ଶାସନ ସଚିବ ଡୋଳାମଣି କନ୍ଦେର ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ନନ୍ଦିନୀ ମୁଣ୍ଡାରୀ ମଂଚାସୀନ ହୋଇ ସମ୍ପର୍କ ଅନୁଷ୍ଠାନ ଜୟଯାତ୍ରା ରଖିଥିବା ବେଳେ ଆହୁରି ନାଟକ ପରିବେଷଣ କରିବାକୁ ନିଜର ମତ ଦେଇଥିଲେ l ଏହି ଅବସରରେ ବରିଷ୍ଠ ନାଟ୍ୟକାର, ଅଭିଜ୍ଞ ଶିକ୍ଷାବିତ୍ ତଥା ଚଳଚ୍ଚିତ୍ରର ସଂଳାପ ଲେଖକ ଓ ସ୍ତମ୍ଭକାର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ମନୋରଞ୍ଜନ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧନା ପ୍ରତ୍ୟୁତରରେ ଡ଼ ମଲ୍ଲିକ କହିଥିଲେ ଯେ ଓଡିଶାର ସଂସ୍କୃତି ପ୍ରଚାର ପ୍ରସାର ନେଇ ରାଉରକେଲା କଳାକାର ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ବେଳେ ମଞ୍ଚନାଟକ ଓ ଦର୍ଶକ ମଧ୍ୟରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଅନ୍ତରାୟ ସୃଷ୍ଟି କରିଛି ବୋଲି କହିଥିଲେ l ଏହି ଅବସରରେ ମହାକବି କାଳିଦାସ ନାଟକର ମୂଳ ନାଟ୍ୟକାର ହରିଶ୍ଚନ୍ଦ୍ର ବେହେରାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଅନିଲ ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଭାକର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡେଲିଭରୀ ବୟ’ ଟିମ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

Sunil Chandra Nayak

ଅମାବାସ୍ୟାର ଜହ୍ନ*ଦୂରଦର୍ଶନ ଓଡ଼ିଆ ରେ ପ୍ରଦର୍ଶିତ ହେବ

Sunil Chandra Nayak

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସ ରେ ଭରତ ବାକ୍ୟ ମଞ୍ଚସ୍ଥ

masiha

Leave a Comment

error: Content is protected !!